ନାଳରୁ ନବଜାତଙ୍କ ମୃତଦେହ ଉଦ୍ଧାର
କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଟାଉନ ଥାନା ହଜାରୀବଗିଚା ପାଖ ନାଳରେ ଭାସୁଥିବା ଅବସ୍ଥାରେ ରବିବାର ଏକ ଶିଶୁକନ୍ୟାର ମୃତଦେହ ଠାବ ହୋଇଛି। ମୃତ ଶିଶୁକନ୍ୟାଟି କେଉଁଠୁ ଆସିଲା ଓ ତା’ର ମୃତ୍ୟୁ କିପରି ହୋଇଛି ସେନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ସକାଳ ସମୟରେ ସ୍ଥାନୀୟଲୋକେ ମୃତ ଶିଶୁକନ୍ୟାଟିକୁ ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।
Comments are closed.