ନୂଆ ବର୍ଷରେ ଗୋପାଳପୁର ବେଳାଭୂମିରେ ପ୍ରବଳ ଭିଡ଼, ଅନ୍ଧାର ବେଳାଭୂମି,ରାତି ୮ ଟା ପରେ ବସ ଚଳାଚଳ ବନ୍ଦ। ପର୍ଯ୍ୟଟକ ହନ୍ତସନ୍ତ।

ଗୋପାଳପୁର- ନବବର୍ଷ ପାଇଁ ଗୋପାଳପୁର ବେଳାଭୂମିରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି l ସକାଳୁ ଲୋକଙ୍କ ଗହଳି ରହିଥିବା ବେଳେ ଅପରାହ୍ନ ଠାରୁ ବେଳାଭୂମିରେ ପ୍ରାୟ ୧୫ ହଜାରରୁ ଉର୍ଦ୍ଧ ପର୍ଯ୍ୟଟକ ଓ ଆଖପାଖ ଲୋକଙ୍କ ଗହଳି ହୋଇଥିଲା l ଆଜି ବଡ଼ି ଭୋର ସମୟରେ ନୂତନ ବର୍ଷର ନୂଆ ସୂର୍ଯ୍ୟୋଦୟ ଦେଖିବା ପାଇଁ ପର୍ଯ୍ୟଟକ ସମେତ ଆଖପାଖ ଅଞ୍ଚଳ ର ଲୋକମାନେ ଭିଡ ଜମାଇଥିଲେ। ଏଥି ସହ ଦିନ ତମାମ ପର୍ଯ୍ୟଟକ ମାନେ ବେଳାଭୂମିର ମଜା ନେବା ସହ ଫାଷ୍ଟଫୁଡ ଦୋକାନ ଓ ଉଠା ଦୋକାନୀ ମାନଙ୍କରେ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା l

ବହୁ ପର୍ଯ୍ୟଟକ ବେଳାଭୂମିରେ କେକ୍ କାଟି ନବବର୍ଷ ପାଳନ କରୁଥିବା ବେଳେ ସମୁଦ୍ରରେ ଜଳକ୍ରୀଡା, ଫଟୋ ଉଠାଇ ମଜା ନେଉଥିବା ଦେଖିବାକୁ ମିଳିଛି l ବେଳାଭୂମି ସମେତ ବିଜୁ ପଟ୍ଟନାୟକ ପାର୍କ, ସେଲ୍ଫି ପଏଣ୍ଟ ମାନଙ୍କରେ ଗହଳି ରହିଥିଲା l ଗହଳିକୁ ନଜରରେ ରଖି ଟ୍ରାଫିକ ନିୟନ୍ତ୍ରଣ ପାଇଁ ୫ ଅଫିସରଙ୍କ ସମେତ ଦୁଇ ପ୍ଲାଟୁନ ଫୋର୍ସ ବିଭିନ୍ନ ଛକ ଓ ବେଳାଭୂମିରେ ନିୟୋଜିତ ରହିବା ସହ ପେଟ୍ରୋଲିଂ କଡାକଡି କରାଯାଉଥିବା ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ସୂଚନା ଦେଇଛନ୍ତି l ଅନ୍ୟପଟେ ବେଳାଭୂମି ରେ ସନ୍ଧ୍ୟା ପରେ ଉଜ୍ଜ୍ବଳ ଆଲୋକ ବ୍ୟବସ୍ଥା ନଥିବାରୁ ପର୍ଯ୍ୟଟକ ଙ୍କ ମନରେ ଅସନ୍ତୋଷ ଦେଖା ଦେବା ସହ ରାତି ୮ ଟା ପରେ ସିଟିବସ ଚଳାଚଳ ବନ୍ଦ ରହୁଥିବାରୁ ଏଠାକୁ ବସ ଯୋଗେ ଆସୁଥିବା ଅନେକ ପର୍ଯ୍ୟଟକ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି।ବିଶେଷ କରି ରାତି ୮ ଟା ପରେ ବସ ଚଳାଚଳ ହୋଇଥିଲେ ଆଖଆପ ଅଞ୍ଚଳର ପର୍ଯ୍ୟଟକ ଗୋପାଳପୁର ଆସି ଘରକୁ ଫେରିବାକୁ ସୁବିଧା ରହିଥାନ୍ତା ବୋଲି ଅନେକ ମତପୋଷଣ କରିଛନ୍ତି।

Comments are closed.