ରାମଲାଲାଙ୍କ ଦର୍ଶନ ପାଇଁ ଅଯୋଧ୍ୟାରେ ପ୍ରବଳ ଭିଡ

ନୂଆଦିଲ୍ଲୀ : ଭାରତ ଇତିହାସରେ ଯୋଡ଼ି ହୋଇଛି ଆଉ ଏକ ସ୍ୱର୍ଣ୍ଣିମ ଓ ଗୌରବମୟ ଅଧ୍ୟାୟ । ଐତିହାସିକ କ୍ଷଣରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଦିବ୍ୟ ମନ୍ଦିରର ପ୍ରତିଷ୍ଠା ଓ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଛି । ମଙ୍ଗଳବାରଠାରୁ ଶ୍ରୀ ରାମ ମନ୍ଦିରରେ ସର୍ବ ସାଧାରଣ ଦର୍ଶନ ଆରମ୍ଭ ହୋଇଛି। ସକାଳ ୭ଟାରୁ ରାତି ୧୦ଟା ଯାଏଁ  ଶ୍ରଦ୍ଧାଳୁମାନେ ରାମଲାଲାଙ୍କୁ ଦର୍ଶନ କରିପାରିବେ। ନୀତିକାନ୍ତି ପାଇଁ ଦିନ ସାଢେ ୧୧ଟାରୁ ଅପରାହ୍ନ ୨ଟା ଯାଏଁ ଦର୍ଶନ ବନ୍ଦ ରହିବ। ସକାଳ ୬ଟା ୩୦ ଏବଂ ସନ୍ଧ୍ୟା ୭ଟାରେ ରାମ ଲାଲାଙ୍କର ଆଳତୀ କରାଯିବ । ଟ୍ରଷ୍ଟ ପକ୍ଷରୁ ପ୍ରତିଦିନ ଦେଢ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁଙ୍କର ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି। ପ୍ରତି ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ୧୫ରୁ ୨୦ ସେକେଣ୍ଡ ସମୟ ମିଳିବ । ରାମ ଲାଲାଙ୍କ ଦର୍ଶନ ପାଇଁ ଅଯୋଧ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିଛି। ଲକ୍ଷାଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ଦର୍ଶନ ପାଇଁ ଅପେକ୍ଷା କରି ରହିଛନ୍ତି। ସାରା ଦେଶରୁ ଅଯୋଧ୍ୟାକୁ ଭକ୍ତମାନେ ଛୁଟି ଆସିଛନ୍ତି। ସେହିପରି ଅନେକ ଲୋକ ଅଯୋଧ୍ୟା ଯିବା ପାଇଁ ଟିକେଟ୍ ବୁକ୍ କରି ସାରିଛନ୍ତି। ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବା ପରେ ଦେଶବାସୀଙ୍କ ମଧ୍ୟରେ ଉତ୍ସୁକତା ଆହୁରି ବଢିଯାଇଛି।

Comments are closed.