www.samajalive.in
Saturday, December 6, 2025
16.1 C
Bhubaneswar

ଆଗାମୀ ୫ଦିନ ରାଜ୍ୟରେ ଆହୁରି ବଢିବ ତାତି

ଭୁବନେଶ୍ଵର: ରାଜ୍ୟରେ ତାତିରୁ ମିଳିବନି ନିସ୍ତାର। ଆଗାମୀ ୫ଦିନ ରାଜ୍ୟରେ ତାତି ଆହୁରି ବଢିବ । ୨୭ ଏବଂ ୨୮ ତାରିଖ ବେଳକୁ ମୟୁରଭଞ୍ଜ, ବୌଦ୍ଧ, ଖୋର୍ଦ୍ଧା, ଜଗତସିଂହପୁର, ସୁବର୍ଣ୍ଣପୁର , ନୂଆପଡା, କେନ୍ଦୁଝର , ସୁନ୍ଦରଗଡ, କଳାହାଣ୍ଡି , ବାଲେଶ୍ଵର ଏଭଳି ୧୦ ଜିଲ୍ଲାରେ ହିଟଓ୍ବେଭ୍ ଦେଖିବାକୁ ମିଳିବ। ଏହି ସମୟରେ ଗଜପତି, ମୟୁରଭଞ୍ଜ, ଅନୁଗୁଳ , ଝାରସୁଗୁଡା, ସମ୍ବଲପୁର, କଳାହାଣ୍ଡି , ନୂଆପଡା ଜିଲ୍ଲାରେ ତାପମାତ୍ରା ୪୫ ଡିଗ୍ରୀ ଉପରେ ରହିବାର ସମ୍ଭାବନା ରହିଛି। ୭ ଜିଲ୍ଲାରେ ପାରଦ ୪୫ ଡିଗ୍ରୀ ଟପିବ । ଗତ ୯ ଦିନ ହେଲା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ବୁଧବାର ଭୁବନେଶ୍ବର ସମେତ ନୂଆପଡ଼ାରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୩.୨ ଡିଗ୍ରୀ ରହିଥିଲା। ୨୪ଟି ସହରରେ ପାରଦ ୪୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରେକର୍ଡ କରାଯାଇଛି। ନୂଆପଡ଼ା, ଭୁବନେଶ୍ବର ବ୍ୟତୀତ ଝାରସୁଗୁଡ଼ାରେ ୪୩.୧, ବାରିପଦା ଓ ପାରଳାଖେମୁଣ୍ଡିରେ ୪୨.୫, ଚାନ୍ଦବାଲି, ଭଦ୍ରକ ଓ କେନ୍ଦ୍ରାପଡ଼ାରେ ୪୨.୨, ଟିଟିଲାଗଡ଼, ଯାଜପୁର ଓ ଢେଙ୍କାନାଳର ସର୍ବୋଚ୍ଚ ତାପମାତ୍ରା ୪୨ ଡିଗ୍ରୀ ରହିଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories