ଏହି କାରଣରୁ ଆପଣ ହୋଇ ପାରନ୍ତି ବଧିର
ନୂଆଦିଲ୍ଲୀ ..- ଏପରି କିଛି ଜିନିଷ ଅଛି ଯାହାକୁ ଅଣଦେଖା କଲେ ଆପଣ ବଧିର ହୋଇ ପାରନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଏ ନେଇ ଏକ ରିପୋର୍ଟ ପ୍ରକାଶ କରାଯାଇଛି । ଏବେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଏକ ସର୍ବେକ୍ଷଣ କରାଯାଇଥିଲା । ଏଥିରେ ସାରା ବିଶ୍ୱରେ ପ୍ରାୟ ୪୪.୫ କୋଟି ଲୋକଙ୍କର ଶୁଣିବାରେ ସମସ୍ୟା ଥିବା କଥା ଜଣା ପଡିଛି । ୨୦୫୦ ବେଳକୁ ଏହା ବୃଦ୍ଧି ପାଇ ୯୦ କୋଟିରେ ପହଞ୍ଚିବ ବୋଲି ଆକଳନ କରାଯାଇଛି ।
ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ପ୍ରକାଶ କରାଯାଇଥିବା ରିପୋର୍ଟ ଅନୁସାରେ ଏବେର ସମୟରେ ୬୦ ପ୍ରତିଶତ ଲୋକଙ୍କର ଶୁଣିବାରେ ସମସ୍ୟା ହେଉଛି । ମାତ୍ର ଠିକ୍ ସମୟରେ ଏହାର ଉପଚାର ବା ଚିକିତ୍ସା କରୁ ନଥିବାରୁ ଅଧିକାଂଶ ଲୋକ ବଧିର ହୋଇ ଯାଉଛନ୍ତି । ୧୨ରୁ ୩୫ ବର୍ଷ ଲୋକଙ୍କ ମଧ୍ୟରେ ଏହି ସମସ୍ୟା ଅଧିକ ଦେଖା ଦେଉଛି । ଏହାର ପ୍ରମୁଖ କାରଣ ହେଉଛି ଧ୍ୱନୀ ପ୍ରଦୂଷଣ । ଗାଡି ମଟରର ଶଦ୍ଦ , କଳ କାରଖାନାରେ ଶଦ୍ଦ , ବିଭିନ୍ନ ଯନ୍ତ୍ରରୁ ବାହାରୁ ଥିବାରୁ ଉଚ୍ଚ ଶଦ୍ଦ ଏହାର ମୁଖ୍ୟ କାରଣ । ମାତ୍ର ଠିକ୍ ସମୟରେ ଏହି ସମସ୍ୟାର ଚିକିତ୍ସା କରାଇବା ଆବଶ୍ୟକ ବୋଲି ରିପୋର୍ଟରେ ଦର୍ଶାଯାଇଛି । ଶୁଣିବାରେ ସମସ୍ୟା ହେବା ମମାତ୍ର କର୍ଣ୍ଣ ନାସା ଓ ଗଳା ବିଶେଷଜ୍ଞଙ୍କୁ ଦେଖାଇବା ସହ ଏହାର ଚିକିତ୍ସା କରାଇବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ସୂଚନା ଦିଆଯାଇଛି ।