www.samajalive.in
Monday, December 15, 2025
14.1 C
Bhubaneswar

ସ୍ବାସ୍ଥ୍ୟ କର୍ମଚାରୀଙ୍କ ସହରୀ ମୋହ, ସେବା ପାଇବାରୁ ବଞ୍ଚିତ ଗାଁ ଲୋକ

ଗୁରୁଡିଝାଟିଆ  :  ତୃଣ ମୂଳ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀମାନେ ନିକଟସ୍ଥ ସ୍ବାସ୍ଥ୍ୟ ଉପକେନ୍ଦ୍ରରେ ରହିବାର ଥିଲେ ମଧ୍ୟ ସହରୀ ମୋହ ପାଇଁ ରୋଗୀ ହେଉଛନ୍ତି ଦହଗଞ୍ଜ। କଟକ ଜିଲା ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକ୍ଷକଙ୍କ ପରିସର ଭୁକ୍ତ ସ୍ବାସ୍ଥ୍ୟ ଉପକେନ୍ଦ୍ର ବା ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ଏଭଳି ଚିତ୍ର ଦେଖା ଦେଇଛି। ସରକାର ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ମୌଳିକ ସ୍ବାସ୍ଥ୍ୟ ସୁବିଧା ଯୋଗାଇ ଦେବା ପାଇଁ  ପଞ୍ଚାୟତ ମାନଙ୍କରେ ସ୍ବାସ୍ଥ୍ୟ ଉପକେନ୍ଦ୍ର ବା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପ୍ରତିଷ୍ଠା କରିଛନ୍ତି।  ସ୍ବାସ୍ଥ୍ୟ ସମ୍ପର୍କିତ ସମସ୍ୟା ନିଜ ଗାଁ ପାଖରେ ସମାଧାନ କରିପାରିବେ।  ସେମାନଙ୍କୁ ଖର୍ଚ୍ଚାନ୍ତ ହୋଇ ଦୂର ଦୂରାନ୍ତ କଟକ କିମ୍ବା ଭୁବନେଶ୍ୱର ଯିବାକୁ ପଡିବ ନାହିଁ।

ତେବେ ଏଠାରେ ରୋଗୀ ମୌଳିକ ସ୍ବାସ୍ଥ୍ୟ ସୁବିଧାରୁ ବଞ୍ଛିତ ହେଉଛନ୍ତି। କେତେକ କର୍ମଚାରୀ ନାମକୁ ମାତ୍ର କାର୍ଯ୍ୟ କ୍ଷେତ୍ରକୁ ଆସି ଉପସ୍ଥାନ ଖାତାରେ ଦସ୍ତଖତ କରି ପଳାଇଛନ୍ତି। ଆଉ କେହି କେହି ଘରେ ରହି କିଛି ବରିଷ୍ଠ ଅଧିକାରୀ ଙ୍କ ସହ ସଲାସୂତରା କରି ମାସକ ଦରମା ନେଉଥିବା ଅଭିଯୋଗ ହେଉଛି। ଏପରି କି ସେମାନଙ୍କ ପାଇଁ ସରକାରୀ କ୍ବାଟର ସୁବିଧା ରହିଥିଲେ ମଧ୍ୟ ସେମାନେ ରହୁନଥିବା   ଅଭିଯୋଗ ହୋଇଛି। ଜିଲା ମୁଖ୍ୟ ସ୍ୱାସ୍ଥ୍ୟାଧିକାରୀ ଏଥି ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି କରାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories