www.samajalive.in
Saturday, December 6, 2025
17.1 C
Bhubaneswar

ଏହି ଉପାୟ ରଖିଥାଏ ପାଚନ ତନ୍ତ୍ରକୁ ସୁସ୍ଥ

ଖାଦ୍ୟ ଭଲ ଭାବେ ହଜମ ହେବା ପାଇଁ ପାଚନ ତନ୍ତ୍ର ସୁସ୍ଥ ରହିବା ନିତ୍ୟାନ୍ତ ଆବଶ୍ୟକ। ତେଣୁ କିଛି ସହଜ ଓ ସରଳ ଉପାୟ ରହିଛି ଯାହାଦ୍ୱାରା ପାଚନ ତନ୍ତ୍ର ସୁସ୍ଥ ରହିବ। କୁହାଯାଇଥାଏ ଯେ, ଆମର ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ଆମ ପେଟ ସହ ଜଡ଼ିତ। ଯଦି ପେଟ ଜନିତ କୌଣସି ସମସ୍ୟା ସୃଷ୍ଟି ନ ହୁଏ ତେବେ ସ୍ୱାସ୍ଥ୍ୟ ଭଲ ରହିଥାଏ। ତେଣୁ ନିଜର ପାଚନ ତନ୍ତ୍ରକୁ ସୁସ୍ଥ ରଖିବା ନିତ୍ୟାନ୍ତ ଆବଶ୍ୟକ ଅଟେ। ଯଦି ଆପଣଙ୍କ ପାଚନ ତନ୍ତ୍ର ସୁସ୍ଥ ରହେ ତଥା ଖାଦ୍ୟରୁ ସଠିକ ପରିମାଣରେ ପୋଷକ ତତ୍ତ୍ୱ ଅବଶୋଷିତ କରେ, ତେବେ ତାହା ଆମ ଶରୀର ସୂଚାରୁ ରୂପେ ଗ୍ରହଣ କରିଥାଏ। ସକାଳ ସମୟରେ କିଛି ଏପରି ଅଭ୍ୟାସ ରହିଛି, ଯାହାକୁ ଆପଣେଇବା ଦ୍ୱାରା ଆମ ପାଚନ ତନ୍ତ୍ର ସୁସ୍ଥ ରହିବା ସହ ଆମକୁ ଉତ୍ତମ ସ୍ୱାସ୍ଥ୍ୟ ପ୍ରାପ୍ତି ହୋଇଥାଏ। ଜାଣନ୍ତୁ ତାହା କ’ଣ….
ଯୋଗ କରିବା –
ସକାଳୁ ଉଠି ନିୟମିତ ଯୋଗ କରିବା ଦ୍ୱାରା ପାଚନ ତନ୍ତ୍ର ସୂଚାରୁ ରୂପେ କାର୍ଯ୍ୟ କରିଥାଏ। ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ। କାର୍ଯ୍ୟ କରିବାକୁ ଆଗ୍ରହ ହୋଇଥାଏ। ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ। ବିଭିନ୍ନ ପ୍ରକାରର ରୋଗରୁ ମୁକ୍ତି ମିଳିଥାଏ।
ପାଣି –
ସକାଳୁ ଉଠିବା ମାତ୍ରେ ଆପଣ ଖାଲି ପେଟରେ ଏକ ଗ୍ଲାସ ପାଣି ପିଅନ୍ତୁ। ଏହା ପାଚନ ତନ୍ତ୍ରକୁ ସୁସ୍ଥ ରଖେ, ମସ୍ତିଷ୍କ ସକ୍ରିୟ କରିଥାଏ। ପାଣିରେ ସାମାନ୍ୟ ଲେମ୍ବୁ ରସ ପକାଇ ମଧ୍ୟ ପିଇ ପାରିବେ।
ସନ୍ତୁଳିତ ଜଳଖିଆ ଖାଆନ୍ତୁ –
ଜଳଖିଆ ଦିନର ପ୍ରଥମ ଭୋଜନ ଅଟେ। ତେଣୁ ଏଥିରେ ଆବଶ୍ୟକ ପରିମାଣରେ ପୋଷକ ତତ୍ତ୍ୱ ରହିବା ଅତ୍ୟନ୍ତ ଆବଶ୍ୟକ। ଏହା ଆପଣଙ୍କୁ ଦିନଯାକ ଶକ୍ତି ପ୍ରଦାନ କରିଥାଏ। ତେଣୁ ଜଳଖିଆରେ ଫାଇବର ଯୁକ୍ତ ଖାଦ୍ୟ ଖାଆନ୍ତୁ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories