www.samajalive.in
Saturday, December 6, 2025
14.1 C
Bhubaneswar

ଆପଣଙ୍କୁ ଚିକେନ ଖାଇବା ପସନ୍ଦ କି? ସାବଧାନ , କରନ୍ତୁ ନାହିଁ ଏହି ଭୁଲ

ବହୁ ଲୋକଙ୍କୁ ଚିକେନ ଓ ଚିକେନରେ ପ୍ରସ୍ତୁତ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ଖାଇବାକୁ ଖୁବ ପସନ୍ଦ। ମାତ୍ର ଚିକେନ ଖାଇବା ସମୟରେ କିମ୍ବା ଖାଇବାର କିଛି ସମୟ ମଧ୍ୟରେ କେତେକ ଖାଦ୍ୟ ଦ୍ରବ୍ୟ ରହିଛି ଯାହାକୁ ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ଜାଣନ୍ତୁ ଏହା ବିଷୟରେ ….
ଦହି –
ଚିକେନ ଖାଇବା ସମୟରେ ଭୁଲରେ ମଧ୍ୟ ଦହି ଖାଆନ୍ତୁ ନାହିଁ। ଚିକେନ ଆମ ଶରୀରରେ ଉଷ୍ଣତା ସୃଷ୍ଟି କରିଥାଏ ଓ ଦହି ପେଟକୁ ଥଣ୍ଡା କରିଥାଏ। ତେଣୁ ଦହି ଓ ଚିକେନକୁ ଏକତ୍ରିତ ଖାଇବା ଦ୍ୱାରା ଏହା ପାଚନ ତନ୍ତ୍ର ଉପରେ କୁପ୍ରଭାବ ପକାଇଥାଏ। ପେଟ ଜନିତ ବହୁ ସମସ୍ୟା ସୃଷ୍ଟି ହୋଇଥାଏ।
କ୍ଷୀର –
ଚିକେନ ଖାଇବା ପରେ ବିଲକୁଲ କ୍ଷୀର ପିଅନ୍ତୁ ନାହିଁ। କ୍ଷୀରରେ ଥିବା ପୋଷକ ତତ୍ତ୍ୱ ଓ ଚିକେନର ପୋଷକ ତତ୍ତ୍ୱ ଉଭୟ ମିଶି ସ୍ୱାସ୍ଥ୍ୟ ପାଇଁ ହାନିକାରକ ହେବା ସହ ଏହି ଦୁଇଟି ଖାଦ୍ୟକୁ ଏକତ୍ରିତ ଖାଇବା ଦ୍ୱାରା ଶରୀରରେ ପାଶ୍ୱର୍ ପ୍ରତିକ୍ରିୟା ହୋଇଥାଏ। ଶରୀରର ବିଭିନ୍ନ ସ୍ଥାନରେ ଦାଗ ମଧ୍ୟ ସୃଷ୍ଟି ହୋଇଥାଏ।
ମାଛ
ଚିକେନ ଓ ମାଛ ଉଭୟ ଖାଇବାକୁ ସୁଆଦିଆ ଲାଗି ଥାଏ। ଏହି ଦୁଇଟି ଖାଦ୍ୟରେ ଭରପୁର ମାତ୍ରାରେ ପ୍ରୋଟିନ ରହିଛି। ମାତ୍ର ଉଭୟରେ ଭିନ୍ନ ଭିନ୍ନ ପ୍ରକାରର ପ୍ରୋଟିନ ରହିଛି। ତେଣୁ ଏହାକୁ ଏକତ୍ରିତ ଖାଇବା ଦ୍ୱାରା ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories