www.samajalive.in
Friday, December 5, 2025
17.1 C
Bhubaneswar

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆପଣାନ୍ତୁ ଏହି ଟିପ୍ସ

ଆମର ନିତିଦିନିଆ ଖାଦ୍ୟପେୟ ଓ କାର୍ଯ୍ୟକ୍ରମ ଆମ ସ୍ୱାସ୍ଥ୍ୟ ଉପରେ ବହୁ ପ୍ରଭାବ ପକାଇଥାଏ। ଏପରି କିଛି ଖାଦ୍ୟ ରହିଛି ଯାହାକୁ ଖାଇବା ନିତ୍ୟାନ୍ତ ଜରୁରୀ ଅଟେ। କାରଣ ସେହି ସମସ୍ତ ଖାଦ୍ୟ ଆମ ଶରୀରକୁ ଉପଯୁକ୍ତ ପୋଷକ ଯୋଗାଇବା ସହ ଖାଦ୍ୟକୁ ଭଲ ଭାବେ ହଜମ କରାଇବାକୁ ସହାୟକ ହୋଇଥାଆନ୍ତି। ଜାଣନ୍ତୁ ଏ ବିଷୟରେ ….
କାକୁଡ଼ି –
ଏଥିରେ ଜଳୀୟ ଅଂଶ ଅଧିକ ଥିବାରୁ ଏହା ସ୍ୱାସ୍ଥ୍ୟ ନିମନ୍ତେ ଖୁବ ଉପକାରୀ ଅଟେ। ଏହାକୁ ସାଲାଡ଼୍‍ ଭାବେ ଖାଇବା ଅତ୍ୟନ୍ତ ଲାଭ ଦାୟକ ଅଟେ। ଶରୀରକୁ ଆବଶ୍ୟକ ହେଉଥିବା ଜଳର ମାତ୍ରାକୁ ପୂରଣ କରିବାରେ ଏହା ସାହାଯ୍ୟ କରିଥାଏ।
ଧନିଆ ପତ୍ର –
ଏହାକୁ ଯେକୌଣସି ତରକାରୀରେ କିମ୍ବା ଚଟଣି ଭାବେ ପ୍ରସ୍ତୁତ କରି ଖାଇ ପାରିବେ। ହଜମ କ୍ରିୟା ପାଇଁ ଆବଶ୍ୟକ ହେଉଥିବା ଏନ୍‍ଜାଇମ ଗଠନରେ ଏହା ସାହାର୍ଯ୍ୟ କରିଥାଏ। ଏହାକୁ ନିୟମିତ ଖାଇବା ଖୁବ ଲାଭ ଦାୟକ ଅଟେ।
କଞ୍ଚା ଦେଶୀ ପିଆଜ –
ଏହାକୁ ଖାଇବା ଦ୍ୱାରା ଯକୃତକୁ ସଫା କରିବା ନିମନ୍ତେ ଆବଶ୍ୟକ ହେଉଥିବା ଏନ୍‍ଜାଇମର ପ୍ରସ୍ତୁତି ପାଇଁ ସାହାର୍ଯ୍ୟ କରିଥାଏ। ଯାହା ଦ୍ୱାରା ଯକୃତ ଭଲ ଭାବେ ପରିଷ୍କାର ହୋଇଥାଏ।
ଅଖରୋଟ୍‍ –
ଏହାକୁ ଖାଇବା ଦ୍ୱାରା ହୃଦଜନିତ ସମସ୍ୟା ଦୂର ହୋଇଥାଏ। ଶରୀରକୁ ସୁସ୍ଥ ରଖିଥାଏ। ଶରୀର ସହଜରେ ରୋଗାକ୍ରାନ୍ତ ହୋଇନଥାଏ।
ସୂର୍ଯ୍ୟମୁଖୀର ମଞ୍ଜି –
ଏହା ଯକୃତର କାର୍ଯ୍ୟ କରିବାର କ୍ଷମତାକୁ ବଢାଇଥାଏ। ଶରୀରରେ ଅଦରକାରୀ କୋଲେଷ୍ଟ୍ରଲ୍‍ ବଢାଇବାରୁ ରକ୍ଷା କରିଥାଏ। ରକ୍ତ ଚାପକୁ ମଧ୍ୟ ନିୟନ୍ତ୍ରଣ କରିଥାଏ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

Related Articles

Popular Categories