ମସ୍କୋ: ରୁଷର ଉତ୍ତରାଞ୍ଚଳରେ ସେନାର ଏକ ଘାଟିରେ ବିଭିନ୍ନ ଉପରକରଣଗୁଡ଼ିକର ପରୀକ୍ଷଣ ସମୟରେ ରକେଟ ଇଞ୍ଜିନ ବିସ୍ଫୋରଣ ଘଟି ୫ ଜଣ ପରମାଣୁ ବୈଜ୍ଞାନିକଙ୍କ ମୃତ୍ୟୁ ଘଟିଛି। ବିସ୍ଫୋରଣ ପରେ ଘଟଣାସ୍ଥଳରେ ପରମାଣୁ ବିକିରଣ ବ୍ୟାପୁଥିବା ଖବର ମିଳିଛି। ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ ବିବୃତି ଜାରି କରି ଏହି ସୂଚନା ଦେଇଛି।
ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଘଟଣାରେ ପ୍ରତିରକ୍ଷା ମନ୍ତ୍ରଣାଳୟର ୬ କର୍ମଚାରୀ ଆହତ ହୋଇଥିବାବେଳେ ୫ ବୈଜ୍ଞାନିକଙ୍କ ମୃତ୍ୟୁ ହୋଇଛି। ସେନା ଘାଟି ଉପରେ ପରମାଣୁ ବିକିରଣ ସ୍ତର ସାମାନ୍ୟ ରହିଛି। ବିକିରଣ ରୋକିବାକୁ ପଦକ୍ଷେପ ନିଆଯାଉଛି। ଗତ ଏକ ସପ୍ତାହ ମଧ୍ୟରେ ୨ୟ ଥର ପାଇଁ ଏପରି ଘଟଣା ଘଟିଛି। ଗତ ସୋମବାର ସାଇବେରିଆର ଏକ ଅସ୍ତ୍ରଶସ୍ତ୍ର ଡିପୋରେ ନିଆ ଲାଗି ବିସ୍ଫୋରଣ ଘଟିଥିଲା।



