www.samajalive.in
Saturday, December 6, 2025
14.1 C
Bhubaneswar

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆପଣାନ୍ତୁ କିଛି ସହଜ ଟିପ୍ସ

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆମେ ପୌଷ୍ଟିକ ଆହର ଖାଇଥାଉ। ମାତ୍ର ଏଥିପାଇଁ କେବଳ ପୁଷ୍ଟିଯୁକ୍ତ ଆହର ଖାଇବା ଆବଶ୍ୟକ ହୋଇନଥାଏ। ଠିକ ସମୟରେ ଖାଦ୍ୟ ଖାଇବା ସହ ଖାଦ୍ୟ ଠିକ ଭାବେ ହଜମ ହେବା ମଧ୍ୟ ଆବଶ୍ୟକ ଅଟେ। ଖାଦ୍ୟ ଖାଇବା ପରେ ଏପରି କିଛି କାର୍ଯ୍ୟ ଅଛି ଯାହା କରିବା ଉଚିତ ନୁହେଁ। ବହୁ ଲୋକେ ଏହା ଜାଣି ନାହାନ୍ତି। ସେମାନେ ଖାଦ୍ୟଖାଇବା ପରେ ସେହି ଭୁଲ ଗୁଡ଼ିକୁ କରିଥାଆନ୍ତି ଯାହା ଫଳରେ ଖାଦ୍ୟରେ ପୋଷକ ସଠିକ ଭାବେ ମିଳିନଥାଏ ଓ ସ୍ୱାସ୍ଥ୍ୟ ପାଇଁ ବହୁ ସମସ୍ୟା ସୃଷ୍ଟି ହୋଇଥାଏ। ଜାଣନ୍ତୁ ଖାଦ୍ୟ ଖାଇବା ପରେ କେଉଁ କାର୍ଯ୍ୟ କରିବା ଉଚିତ ନୁହେଁ….
ଫଳ ଖାଆନ୍ତୁ ନାହିଁ –
ବହୁ ଲୋକେ ଖାଦ୍ୟ ଖାଇବା ପରେ ତୁରନ୍ତ ଫଳ ଖାଇଥାଆନ୍ତି। ଖାଇବା ପରେ ସଙ୍ଗେ ସଙ୍ଗେ ଫଳ ଖାଇବା ଦ୍ୱାରା ଆମେ ଖାଇଥିବା ଖାଦ୍ୟରୁ ଶରୀରକୁ ଉପଯୁକ୍ତ ପୋଷଣ ମିଳିପାରିନଥାଏ।
ଗାଧୋଇବାକୁ ଯାଆନ୍ତୁ ନାହିଁ –
ଖାଇବା ପରେ ସଙ୍ଗେ ସଙ୍ଗେ ଗାଧୋଇବା ଉଚିତ ନୁହେଁ। ଖାଇବା ପରେ ଗାଧୋଇଲେ ପେଟର ଚାରିପାଖରେ ରକ୍ତ ପ୍ରବାହ ବଢିଯାଇଥାଏ। ଯାହା ପାଚନ କ୍ରିୟାକୁ ପ୍ରଭାବିତ କରିଥାଏ। ପେଟ ଜନିତ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ।
ଚା’ ପିଅନ୍ତୁ ନାହିଁ –
ବହୁ ଲୋକେ ଖାଦ୍ୟ ଖାଇବା ପରେ ଚା’ ପିଇଥାଆନ୍ତି। ଏପରି କରିବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ହୋଇଥାଏ। ଖାଦ୍ୟରୁ ଭିଟାମିନ ମଧ୍ୟ ମିଳିନଥାଏ।
ଧ୍ରୂମ୍ରପାନ –
ଖାଦ୍ୟ ଖାଇବା ପରେ କୌଣସି ପ୍ରକାରର ନିଶାଦ୍ରବ୍ୟ ସେବନ କରିବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ଶରୀରରେ ମାରାତ୍ମକ ରୋଗ ସୃଷ୍ଟି ହୋଇଥାଏ।
ଶୁଅନ୍ତୁ ନାହିଁ –
ଖାଦ୍ୟ ଖାଇବା ପରେ ହଜମ ହେବାକୁ କିଛି ସମୟ ଲାଗିଥାଏ। ତେଣୁ ଖାଇବା ପରେ ତୁରନ୍ତ ଶୋଇବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ଗ୍ୟାସଟିକ, ଏସିଡ଼ିଟି, ବଦହଜମି ଭଳି ସମସ୍ୟା ସୃଷ୍ଟି ହୋଇଥାଏ।
ଚାଲନ୍ତୁ ନାହିଁ –
ଚାଲିବା ଆମ ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ ଅଟେ। ମାତ୍ର ଖାଇବା ପରେ ସଙ୍ଗେ ସଙ୍ଗେ ଚାଲନ୍ତୁ ନାହିଁ। ଏହା ମଧ୍ୟ ଆମ ହଜମ କ୍ରିୟା ଉପରେ କୁପ୍ରଭାବ ପକାଇଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories