www.samajalive.in
Saturday, December 6, 2025
26.1 C
Bhubaneswar

ରାଜ୍ୟପାଳଙ୍କୁ ଭେଟିଲେ ୟେଦିୟୁରପ୍ପା; ମୁଖ୍ୟମନ୍ତ୍ରୀ ଭାବେ ଆଜି ନେଇପାରନ୍ତି ଶପଥ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଏଚ.ଡି. କୁମାରସ୍ବାମୀ ସରକାରର ପତନ ପରେ ବର୍ତ୍ତମାନ ନୂଆ ସରକାର ଗଠନକୁ ନେଇ ରାଜ୍ୟରେ ହଲଚଲ୍‌ ଜାରି ରହିଛି। ତେବେ ବିଜେପି ନେତା ବି.ଏସ. ୟେଦିୟୁରପ୍ପା ଶୁକ୍ରବାର ପୂର୍ବାହ୍ନ ୧୦ଟାବେଳେ ରାଜ୍ୟପାଳ ବାଜୁଭାଇ ବାଲାଙ୍କୁ ଭେଟି ସରକାର ଗଠନ କରିବାକୁ ଦାବି ଜଣାଇଛନ୍ତି। ରାଜ୍ୟପାଳଙ୍କୁ ଭେଟିବା ଅବସରରେ ୟେଦିୟୁରପ୍ପା ତାଙ୍କ ପ୍ରତି ୧୦୫ ବିଧାୟକଙ୍କ ସମର୍ଥନ ରହିଥିବା ସଂକ୍ରାନ୍ତ ପତ୍ର ପ୍ରଦାନ କରିଥିଲେ। ତାଙ୍କୁ ବିଧାୟକ ଦଳ ନେତା ଚୟନ କରାଯାଇଥିବା ୟେଦିୟୁରପ୍ପା କହିଥିଲେ। ଏହା ସହିତ ଆଜି ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ଶପଥ ଗ୍ରହଣ କରାଇବାକୁ ସେ ଦାବି କରିଛନ୍ତି।

ଏହା ପୂର୍ବରୁ କୁହାଯାଉଥିଲା ଯେ ବିଜେପି ବଦ୍ରୋହୀ ବିଧାୟକମାନଙ୍କ ସମ୍ପର୍କରେ ବାଚସ୍ପତିଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଛି। କିନ୍ତୁ ଅଚାନକ ଶୁକ୍ରବାର ସକାଳେ ୟେଦିୟୁରପ୍ପା ସରକାର ଗଠନ କରିବା ପ୍ରସ୍ତୁତିକୁ ଜୋରଦାର କରିଛନ୍ତି। ଗୋଟିଏ ପଟେ ୟେଦିୟୁରପ୍ପା ଦାବି କରିଛନ୍ତି ଯେ, ତାଙ୍କୁ ଆଜି ଶପଥ ଗ୍ରହଣ କରିବାର ସୁଯୋଗ ଦିଆଯାଉ। ଅନ୍ୟପଟେ ରାଜଭବନ ସୂତ୍ରକୁ ବିଚାରକୁ ନେଲେ ଏହା ସମ୍ଭବ ହୋଇ ନ ପାରେ। ଅଳ୍ପ କିଛି ଘଣ୍ଟାରେ ଶପଥ ସମାରୋହ କରିବା କଷ୍ଟକର ହୋଇପାରେ। କାରଣ ପାସ୍‌ ଛପାଯିବା ଏବଂ ଅନ୍ୟାନ୍ୟ ପ୍ରସ୍ତୁତି ପାଇଁ ଅଧିକ ସମୟ ଦରକାର।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories