www.samajalive.in
Sunday, December 7, 2025
26.1 C
Bhubaneswar

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ କୋରନା : ମନ୍ତ୍ରୀ, ସାଂସଦ, ବିଧାୟକ ଓ ଦଳୀୟ ନେତା ମହଲରେ ଭୟ

ଭବାନୀପାଟଣା: ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ବିଜେଡିର କଳାହାଣ୍ଡି ଜିଲ୍ଲା ପ୍ରଭାରୀ ନବ କିଶୋର ଦାସ କୋରନା ସଂକ୍ରାମିତ ହୋଇଥିବା ଜଣା ପଡିଛି। ଗତ ୬ ତାରିଖ ଦିନ ମନ୍ତ୍ରୀ ଶ୍ରୀ ଦାସ  କଳାହାଣ୍ଡି ର ବିଭିନ୍ନ ସରକାରୀ ଓ ଦଳୀୟ କାର୍ଯ୍ୟକ୍ରମରେ ଉପସ୍ଥିତ ସମୟରେ ତାଙ୍କ ସଂସ୍ପର୍ଶରେ ଆସି ଥିବା ଜିଲ୍ଲା ବିଜେଡି ମନ୍ତ୍ରୀ ,ସାଂସଦ, ବିଧାୟକ ଓ ଦଳୀୟ ନେତା ଓ କର୍ମୀ  ସମେତ ସରକାରୀ କର୍ମଚାରୀ ମହଲରେ ଛନକା ଦେଖିବାକୁ ମିଳିଛି ।  ଗତ ୬ ତାରିଖ ଦିନ ଶ୍ରୀ  ଦାସ କଳାହାଣ୍ଡି ଗସ୍ତରେ ଆସି ନର୍ଲା  ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧୀନ ନର୍ଲାବ୍ଳକ ଓ କେସିଙ୍ଗା ବ୍ଲକର ରୁପ୍ରାରୋଡ, ପଥର୍ଲା, ସର୍ଗିଗୁଡା, ଘୋଡ଼ାବନ୍ଧ, ଲମ୍ବସିଙ୍ଗା ଆଦି ବିଭିନ୍ନ ସ୍ଥାନରେ ଦଳୀୟ ଓ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ମନ୍ତ୍ରୀ ଶ୍ରୀ ଦାସଙ୍କ ସହିତ ରାଜ୍ୟସଭା ସାଂସଦ ସୁଜିତ କୁମାର, ଜୁନାଗଡ ବିଧାୟକ ତଥା ଗୃହ ରାଷ୍ଟ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ,ନର୍ଲା ବିଧାୟକ ଭୂପିନ୍ଦର ସିଂହ, ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ, ଜିଲ୍ଲା ବିଜେଡି ଯୁବ ସଭାପତି ଆଦିତ୍ୟ ନନ୍ଦ ,ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ, ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ଉପାଧ୍ୟକ୍ଷା ମନୋରମା ମହାନ୍ତି ,ଚିତରଂଜନ ମଣ୍ଡଳ, ରାଜ୍ୟ ବିଜେଡି ଛାତ୍ର କାର୍ଯ୍ୟ କାରୀ ସଭାପତି ଅବିନାଶ ଠାକୁର, ଛାତ୍ର ବିଜେଡିର ମଣ୍ଟୁ ନାଏକ, ମହିଳା ସଭାନେତ୍ରୀ ଲଲିତା ନାଏକ, ସାରଦା ସ୍ବାଇଁ, ଅଶୋକ ଚାନ୍ଦ ସମେତ  ବିଜେଡିର ବହୁ ଦଳୀୟ ନେତା ଓ କର୍ମୀ ସମେତ ସ୍ୱାସ୍ଥ୍ୟ ବିଭାଗ, ନର୍ଲା ଓ କେସିଙ୍ଗା ବ୍ଳକର ଅଧିକାରୀ ଓ  ବହୁ ପୋଲିସ କର୍ମଚାରୀ ସମେତ ଅନ୍ୟାନ୍ୟ ସରକାରୀ ବିଭାଗ ର ବହୁ କର୍ମଚାରୀ  ଯୋଗଦେଇଥିଲେ ।

ହଠାତ ୭ ତାରିଖ ଦିନ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଦାସ କୋରନା ଆକ୍ରାନ୍ତ ହୋଇଥିବା ଓ ଗତ ୩ ଦିନ ଭିତରେ ତାଙ୍କ ସଂସ୍ପର୍ଶରେ ଯେଉଁ ମାନେ ଆସିଛନ୍ତି ସେମାନେ କୋଭିଡ ପରୀକ୍ଷା କରିଦେବା ପାଇଁ ଟୁଇଟ୍ କରି  ଅନୁରୋଧ କରିବା ପରେ  ଗତ ୬ ତାରିଖ ଦିନ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସରକାରୀ ଓ ଦଳୀୟ କାର୍ଯ୍ୟକ୍ରମରେ ଯେଉଁ ବିଜେଡି ନେତା, ମନ୍ତ୍ରୀ, ବିଧାୟକ, ସାଂସଦଙ୍କ ସମେତ ସରକାରୀ କର୍ମଚାରୀ ମନ୍ତ୍ରୀ ଶ୍ରୀ ଦାସଙ୍କ  ସଂସ୍ପର୍ଶରେ ଆସିଥିଲେ ସେମାନଙ୍କ ଭିତରେ ଛନକା ପସି ଯାଇଥିବା ଦେଖିବାକୁ ମିଳିଛି । ଏପରିକି ଯେଉଁମାନେ ମନ୍ତ୍ରୀଙ୍କ ସହ ମିଶିବା ଓ ସେମାନଙ୍କ ସଂସ୍ପର୍ଶରେ  ଆସିଛନ୍ତି ସେମାନେ ଓ ସେମାନଙ୍କ ପରିବାର ସଦସ୍ୟ ମହଲରେ ମଧ୍ୟ କୋକୁଆ ଭୟ ଦେଖାଯାଇଛି । ଏହି ଘଟଣା ଜିଲ୍ଲାରେ ପ୍ରମୁଖ ଆଲୋଚନାର ବିଷୟ ହୋଇଛି । ଆଗାମୀ ଦିନରେ ମନ୍ତ୍ରୀ ଶ୍ରୀ ଦାସଙ୍କ ସଂସ୍ପର୍ଶରେ ଆସି ଥିବା କେଉଁ ନେତା ଓ ସରକାରୀ କର୍ମଚାରୀଙ୍କ କୋଭିଡ ସଂକ୍ରାମିତ ଚିହ୍ନଟ ହେଉଛି ଦେଖିବାର ଅଛି ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories