www.samajalive.in
Friday, December 5, 2025
26.1 C
Bhubaneswar

‘ସ୍ୱାସ୍ଥ୍ୟ ଓ ଶରୀର ରକ୍ଷା’ ସଚେତନତା ଅଭିଯାନ

ଭୁବନେଶ୍ୱର: ପୁଷ୍ଟିସାଧନ ଜରିଆରେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ଉପରେ ସ୍ପଷ୍ଟ ଭାବରେ ଗୁରୁତ୍ୱ ଦେଇ ସୁସ୍ଥ ଜୀବନ ଯାପନକୁ ନିରନ୍ତର ଭାବେ ପ୍ରୋତ୍ସାହିତ କରୁଥିବା ଭାରତର ଅନ୍ୟତମ ଅଗ୍ରଣୀ ଏଫଏମସିଜି ପ୍ରତ୍ୟକ୍ଷ ବିକ୍ରୟକାରୀ କମ୍ପାନୀ ଆମୱେ ଇଣ୍ଡିଆ, ‘ସ୍ୱାସ୍ଥ୍ୟ ଓ ଶରୀର ରକ୍ଷା’କୁ ଉତ୍ସାହିତ କରିବା ସକାଶେ ଏକ ସଚେତନତା ଅଭିଯାନ ଶୁଭାରମ୍ଭ କରିଛି। ଭାରତରେ ଆମୱେର ୨୩ତମ ବର୍ଷ ପୂର୍ତ୍ତି ଅବସରରେ ଆରମ୍ଭ କରାଯାଇଥିବା ଏହି ଅଭିଯାନ ଏକ ସୁସ୍ଥ ଜୀବନଯାପନ ଗଢିତୋଳିବା କ୍ଷେତ୍ରରେ ସଠିକ ପୁଷ୍ଟିସାଧନ କିଭଳି ସହାୟକ ହୋଇପାରିବ, ସେ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ରଖିଛି। ଏହି ଅଭିଯାନ କାଳରେ ବହୁ ଚିକିତ୍ସକ ଏବଂ ପୁଷ୍ଟିସାଧନ ବିଶାରଦଙ୍କ ସହିତ ଏକାଧିକ ପର୍ଯ୍ୟାୟ ଭର୍ଚୁଆଲ ଅଧିବେଶନ ଆୟୋଜନ କରାଯାଉଛି। ସମଗ୍ର ଭାରତରେ ଏହା ୧୦୦୦ରୁ ଅଧିକ ଅଧିବେଶନ ଆୟୋଜନ କରିବା ସହିତ ଆମୱେର ୫.୫ ଲକ୍ଷରୁ ଅଧିକ ପ୍ରତ୍ୟକ୍ଷ ବିକ୍ରେତା / ଖୁଚୁରା ବିକ୍ରେତା ଏବଂ ସେମାନଙ୍କ ଗ୍ରାହକଙ୍କ ନିକଟରେ ପହଞ୍ଚିପାରିଛି।
ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ ସମ୍ପର୍କରେ ପ୍ରକାଶ କରି ଆମୱେ ଇଣ୍ଡିଆର ସିଇଓ ଅଂଶୁ ବୁଧରାଜା କହିଛନ୍ତି, ସଂପ୍ରତି ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ଅନ୍ୟ ପ୍ରତ୍ୟେକ ବିଷୟଠାରୁ ସର୍ବାଧିକ ପ୍ରାଧାନ୍ୟ ଲାଭ କରୁଛି ଏବଂ ସେହି ସମୟରେ ଜଣକର ସାମଗ୍ରିକ ସ୍ୱାସ୍ଥ୍ୟକୁ ସହାୟତା କରିବାକୁ ପୁଷ୍ଟିସାଧନ ପରିପୂରକ ଆହରଣ କରିବା ନେଇ ସଚେତନତା ବୃଦ୍ଧି ମଧ୍ୟ ବର୍ତ୍ତମାନ ସମୟ ମୁତାବକ ହୋଇଛି। ସଂପ୍ରତି କରାଯାଇଥିବା ଏକ ସର୍ବେକ୍ଷଣ ଅନୁଯାୟୀ ଜଣେ ୨୦୨୦ରେ ନିଜର ସାମଗ୍ରିକ ସ୍ୱାସ୍ଥ୍ୟ ପାଇଁ ସହାୟକ ହେବାକୁ ଯେତିକି ପୁଷ୍ଟିସାଧନ ପରିପୂରକ ଗ୍ରହଣ କରୁଥିଲେ, ସଂପ୍ରତି ସେମାନଙ୍କ ମଧ୍ୟରୁ ୫୦% ନିଜର ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧିରେ ସହାୟକ ହେବାକୁ ପୁଷ୍ଟିସାଧନ ପରିପୂରକ ଗ୍ରହଣ କରୁଛନ୍ତି। ଆଗକୁ ଦୀର୍ଘକାଳ ପାଇଁ ଏହି ଧାରା ଅବ୍ୟାହତ ରହିବ। ସେଥିପାଇଁ ଲୋକଙ୍କୁ ଉତ୍ତମ ଏବଂ ସୁସ୍ଥ ଜୀବନ ବଞ୍ଚିବା ଦିଗରେ ସହାୟତା କରିବାକୁ ‘ସ୍ୱାସ୍ଥ୍ୟ ଓ ଶରୀରରକ୍ଷା’ ସଚେତନତା ଅଭିଯାନ ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରିଛୁ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories