www.samajalive.in
Monday, December 8, 2025
27.1 C
Bhubaneswar

ମିଲ୍‌ଖା ସିଂହ କରୋନାରେ ସଂକ୍ରମିତ

ଚଣ୍ଡୀଗଡ଼: ଫ୍ଲାଇଂ ସିଖ୍‌ ଭାବେ ପରିଚିତ ମିଲ୍‌ଖା ସିଂହ କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ତାଙ୍କ ପରୀକ୍ଷା ରିପୋର୍ଟ ପଜିଟିଭ ଆସିବା ପରେ ସେ ନିଜ ଘରେ ସଙ୍ଗରୋଧରେ ରହିଛନ୍ତି। ମିଲ୍‌ଖାଙ୍କ ଦୁଇ ଘରୋଇ ସହାୟକ ମଧ୍ୟ ସଂକ୍ରମିତ ହୋଇଛନ୍ତି। ତେବେ ତାଙ୍କ ସ୍ତ୍ରୀ ନିର୍ମଳା ମିଲ୍‌ଖା ସିଂହ, ବୋହୂ କୁଦରଦ ଏବଂ ନାତି ହରଜୟ ମିଲ୍‌ଖା ସିଂହଙ୍କ ରିପୋର୍ଟ ନେଗେଟିଭ ଆସିଛି।

ଗତବର୍ଷ ମିଲ୍‌ଖା ସିଂହ ନିଜର ୯୧ତମ ଜନ୍ମଦିନ ପାଳନ କରିଥିଲେ। ଗତ ବୁଧବାର ବିଳମ୍ବିତ ରାତିରେ ତାଙ୍କୁ ଜ୍ଵର ହୋଇଥିଲା ଏବଂ ଶରୀରର ତାପମାତ୍ରା ୧୦୧ ଡିଗ୍ରୀ ରହିଥିଲା। ପରେ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା, ଯାହାର ରିପୋର୍ଟ ପଜିଟିଭ ଆସିଛି।

- Advertisement -

ଅନ୍ୟପଟେ ଗୁରୁବାର ସକାଳେ ଚଣ୍ଡୀଗଡ଼ର ବରିଷ୍ଠ ରଙ୍ଗମଞ୍ଚ କଳାକାର ଗୁରୁଚରଣ ସିଂହ ଚନ୍ରୀଙ୍କର କରୋନାରେ ଦେହାନ୍ତ ହୋଇଯାଇଛି। ସେବା ଡ୍ରାମା ରେପେଟ୍ରୀ କମ୍ପାନୀର ନିର୍ଦେଶକ ତଥା ସଙ୍ଗୀତ ନାଟକ ଏକାଡେମୀର ପୂର୍ବତନ ଅଧ୍ୟକ୍ଷ ଜି.ଏସ. ଚନ୍ରୀ ଗତ ୪୦ ବର୍ଷ ଧରି ରଙ୍ଗମଞ୍ଚ ସହ ଜଡ଼ିତ ଥିଲେ।

Hot this week

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

Related Articles

Popular Categories