www.samajalive.in
Friday, December 12, 2025
14.1 C
Bhubaneswar

କର୍କଟ ରୋଗର ଶସ୍ତା ଚିକିତ୍ସା ପାଇଁ ସରକାର ତତ୍ପର

ନୂଆଦିଲ୍ଲୀ: ସ୍ତନ କର୍କଟ ରୋଗର ଆଗୁଆ ନିରୂପଣ ପାଇଁ ମହିଳାମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଲାଗି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ପ୍ରୀତି ସୁଦନ ଗୁରୁତ୍ୱାରୋପ କରିଛନ୍ତି। ନୂଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ସେ କହିଛନ୍ତି, ସରକାର କର୍କଟ ରୋଗର ଚିହ୍ନଟ ଓ ଶସ୍ତାରେ ଚିକିତ୍ସା ପାଇଁ ଅହରହ କାର୍ଯ୍ୟ କରୁଛନ୍ତି। ସୁଦନ କହିଛନ୍ତି, ଉଚ୍ଚ ରକ୍ତଚାପ, ମଧୁମେହ ଓ ମୁଖ, ସ୍ତନ ଏବଂ ଗର୍ଭାସୟ କର୍କଟ ରୋଗ ସମେତ ସମସ୍ତ ଅଣସଂକ୍ରାମକ ରୋଗର ଯାଞ୍ଚ ଦେଶର ୨୭ହଜାର ସ୍ୱାସ୍ଥ୍ୟ ଓ ୱେଲ୍‍ନେସ କେନ୍ଦ୍ରରେ କରାଯାଉଛି।

ସେ କହିଛନ୍ତି, ସରକାର ୨୦ଟି ତ୍ରିସ୍ତରୀୟ ସେବା କେନ୍ଦ୍ର ସ୍ଥାପନ କରିଛନ୍ତି, ଯେଉଁଗୁଡ଼ିକରେ ଏହିଭଳି ଅଣସଂକ୍ରାମକ ରୋଗଗୁଡ଼ିକର ଚିକିତ୍ସା କରାଯାଇ ପାରୁଛି। ସୁଦନ କହିଛନ୍ତି, ସ୍ତନ କର୍କଟ ରୋଗର ସମ୍ପୂର୍ଣ୍ଣ ରୂପେ ଚିକିତ୍ସା କରାଯାଇ ପାରିବ ଓ କୌଣସି ମହିଳା ସ୍ତନ କର୍କଟ ରୋଗରେ ପ୍ରାଣ ହରାଇବା ଉଚିତ୍‍ ନୁହେଁ।

Hot this week

ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା...

ସଜାଡ଼ିବାକୁ ଉଦ୍ୟମ : ମୋକିମ୍‌

କଟକ : ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ...

ଓଡ଼ିଶା ହେବ ଜବରଦଖଲମୁକ୍ତ

ଭୁବନେଶ୍ବର: ଓଡ଼ିଶାକୁ ଜବରଦଖଲମୁକ୍ତ କରିବାକୁ ରାଜସ୍ବ ବିଭାଗ ଅଣ୍ଟା ଭିଡ଼ିଛି। ବିଭାଗସ୍ତରରେ...

୬ ରାଜ୍ୟରେ ଏସ୍‌ଆଇଆର୍‌ ସମୟସୀମା ବୃଦ୍ଧି

ନୂଆଦିଲ୍ଲୀ: ନିର୍ବାଚନ କମିଶନ (ଇସି)ଙ୍କ ତରଫରୁ ଗୁରୁବାର ପାଞ୍ଚ ରାଜ୍ୟ ଓ...

କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା

ଭୁବନେଶ୍ବର : ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ ନେଇ ରାଜ୍ୟ...

Related Articles

Popular Categories