www.samajalive.in
Friday, December 12, 2025
14.1 C
Bhubaneswar

ସ୍ୱଚ୍ଛତା ହେଉଛି ଆଧ୍ୟାତ୍ମିକତା: ରାଜ୍ୟପାଳ

ପିପିଲି : ସ୍ୱଚ୍ଛତା ହେଉଛି ଆଧ୍ୟାତ୍ମିକତା। ଏହି ଭାବଧାରାର ପ୍ରଚାର ଓ ପ୍ରସାର ଆମ ସମୟର ବିଶେଷ ଆବଶ୍ୟକତା ରହିଛି। ଯୋଗ ଓ ସ୍ୱଚ୍ଛତା ମାଧ୍ୟମରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ରାଜନିତୀର ଆଧ୍ୟାତ୍ମିକିକରଣ କରି ପାରିଛନ୍ତି। ବସ୍ତୁ ଜଗତ ସହିତ ଭାବ ଜଗତର ଏହି ଅନନ୍ୟ ସଂପର୍କ ବର୍ତ୍ତମାନ ସମୟର ବିଶେଷ ଉପଲବ୍ଧି ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‍ ପ୍ରକାଶ କରିଛନ୍ତି।

ପିପିଲି ସାଂସ୍କୃତିକ ପରିଷଦ ପକ୍ଷରୁ ଜଇସପାଟଣା ସ୍ଥିତ ଶାନ୍ତି ମଇଦାନ ଠାରେ ଆୟୋଜିତ ସ୍ୱଚ୍ଛ ଭାରତ ଅଭିଯାନର ୫ଶହ ଘଣ୍ଟା ପୂର୍ତ୍ତି ଉତ୍ସବକୁ ମଙ୍ଗଳବାର ଉଦ୍‍ଘାଟନ କରି ରାଜ୍ୟପାଳ ପ୍ରଫେସର ଲାଲ୍‍ କହିଲେ ଯେ ସ୍ୱଚ୍ଛତା ହେଉଛି ସଂପନ୍ନତାର ଆଧାର। ସମଗ୍ର ଜଗତ ପଞ୍ଚଭୂତରେ ଗଢା ହୋଇଛି। ଏହି ପଞ୍ଚଭୂତର ପ୍ରଦୂଷଣ ବଢି ବଢି ଚାଲିଛି। ପୃଥିବୀକୁ ବଞ୍ଚାଇବାକୁ ହେଲେ ଏହି ପ୍ରଦୂଷଣକୁ ହ୍ରାସ କରିବାକୁ ପଡିବ। ସ୍ୱଚ୍ଛତାକୁ ପ୍ରତ୍ୟେକ ନିଜ ନିଜ ଜୀବନଶୈଳୀରେ ଆପଣେଇବାକୁ ରାଜ୍ୟପାଳ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ସେ କହିଥିଲେ ଯେ ଓଡିଶା ହେଉଛି ଦିବ୍ୟଭୂମୀ। ଓଡିଶାର ଲୋକମାନେ ଏକ ଆତ୍ମତୃପ୍ତିର ଜୀବନଯାପନ କରନ୍ତି। ଯାହା ଅନ୍ୟ କେଉଁଠି ଦେଖିବାକୁ ମିଳେ ନାହିଁ। ଏହାର କାରଣ ହେଉଛି-ପ୍ରତ୍ୟେକ ଓଡିଆ ଜନ୍ମରୁ ଏକ ଆଧ୍ୟାତ୍ମିକ ଭାବଭୂମି ଉପରେ ନିଜକୁ ସ୍ଥାପନ କରିଥାନ୍ତି। ଏହି ଭୂମିର ମର୍ଯ୍ୟଦା ରଖିବା ସମସ୍ତଙ୍କ ଦାୟିତ୍ୱ। ସ୍ୱଚ୍ଛତା କ୍ଷେତ୍ରରେ ଓଡିଶା ସମସ୍ତଙ୍କ ପଥ ପ୍ରଦର୍ଶକ ହେଉ ବୋଲି ରାଜ୍ୟପାଳ ଆଶା ପ୍ରକାଶ କରିବା ସହ ପିପିଲି ସାଂସ୍କୃତିକ ପରିଷଦର ଏଭଳି ପ୍ରୟାସକୁ ଭୂୟସି ପ୍ରଶଂସା କରି ଏହା ସମସ୍ତଙ୍କୁ ଅନୁପ୍ରାଣିତ କରିବ ବୋଲି ଆଶା ପ୍ରକାଶ କରିଥିଲେ।

- Advertisement -

ଅନ୍ୟତମ ଅତିଥି ଭାବେ ପୂର୍ବତନ ରାଜ୍ୟ ସୂଚନା କମିଶନର ପ୍ରଫେସର ରାଧାମୋହନ ଯୋଗଦେଇ ଆମ ସଂସ୍କୃତିର ଅଙ୍ଗ ଭାବେ ସ୍ୱଚ୍ଛତାକୁ ଆପଣାଇବା ପାଇଁ ସମସ୍ତଙ୍କୁ ଆହ୍ୱାନ କରିଥିଲେ। ଲଗାତର ଭାବେ ଗୋଟିଏ ଅନୁଷ୍ଠାନ ପକ୍ଷରୁ ୫ବର୍ଷ ମଧ୍ୟରେ ୧୮୨ଟି ସ୍ଥାନରେ ୫୦୦ଘଣ୍ଟାର ସମୁହ ସଫେଇ କରାଯିବା ଘଟଣା ସମଗ୍ର ରାଜ୍ୟରେ ପ୍ରଥମ ଘଟଣା ଏବଂ ଏଥି ପାଇଁ ପିପିଲି ସାଂସ୍କୃତିକ ପରିଷଦ ରାଜ୍ୟରେ ନୂତନ ଉଦାହରଣ ସୃଷ୍ଟି କରିପାରିଛି ବୋଲି ସେ ମତବ୍ୟକ୍ତ କରିବା ସହ ପରିଷଦ ପକ୍ଷରୁ ସମୁହ ବ୍ରତପନୟନ କାର୍ଯ୍ୟକ୍ରମ କରିବାକୁ ପ୍ରସ୍ତାବ ଦେଇଥିଲେ। ପରିଷଦର ମୁଖ୍ୟ ଉପଦେଷ୍ଠା ଲେଫ୍‍ନାଣ୍ଟ ଜେନେରାଲ ନାରାୟଣ ମହାନ୍ତି ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିବା ସହ ପରିଷଦର ଏହି ପ୍ରୟାସ ସଂପର୍କରେ ଆଲୋକପାତ କରିଥିଲେ। ପରିଷଦର ମୁଖ୍ୟ ସଂପାଦକ ସମାଜସେବୀ ରମେଶ ଚନ୍ଦ୍ର ମହାପାତ୍ର ବିବରଣୀ ପାଠ କରିବା ସହ ୫ଶହ ଘଣ୍ଟାର ସମୁହ ସଫେଇ ଅଭିଯାନର ଅନୁଭୂତିକୁ ବଖାଣିଥିଲେ। ପରିଷଦର ବିଭିନ୍ନ ସମାଜସେବା କାର୍ଯ୍ୟକ୍ରମ ଓ ଭବିଷ୍ୟତର ଲକ୍ଷ୍ୟ ସଂପର୍କରେ ସେ ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ୧୦୭ ବର୍ଷ ବୟସର ବର୍ଷୀୟାନ କଳାକାର ତଥା ସମାଜସେବୀ କାଶୀନାଥ ସାହୁ, ପରିଷଦର ସଭାପତି ଶିକ୍ଷାବିତ୍‍ ମାଧବ ଚନ୍ଦ୍ର ବୈଠାରୁ ମଞ୍ଚାସୀନ ଥିଲେ। ଏହି ଅବସରରେ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅନ୍ତର୍ଗତ ଭୁବନେଶ୍ୱର ସ୍ଥିତ ଆଇଆଇଡବ୍ଲ୍ୟୁଏମ୍‍ ର ପ୍ରଧାନ ବୈଜ୍ଞାନିକ ତଥା ଗିନିଜ୍‍ ବୁକ ଅଫ୍‍ ୱାର୍ଲଡ ରେକର୍ଡଧାରୀ ବୈଜ୍ଞାନିକ ଡ଼ଃ ପୋଥୁଲା ଶ୍ରୀନିବାସ ବ୍ରହ୍ମାନନ୍ଦ ଓ ପ୍ରଧାନ ବୈଜ୍ଞାନିକ ଡ଼ଃ ପ୍ରଭାକର ନନ୍ଦଙ୍କ ସମେତ କେତେକ ବରିଷ୍ଠ ସାମ୍ବାଦିକ ଓ ସମାଜସେବୀଙ୍କୁ ରାଜ୍ୟପାଳ ସଂବର୍ଦ୍ଧିତ କରିବା ସହ ପରିଷଦର ସ୍ୱଚ୍ଛ ଭାରତ ଅଭିଯାନର ୫ଶହ ଘଣ୍ଟା ସଫଳତାର ଏକ ପତ୍ରିକାକୁ ଉନ୍ମୋଚନ କରିଥିଲେ।

ଏହି ଅବସରରେ ସେଠାରେ ଆୟୋଜିତ ଏକ ଫଟୋ ପ୍ରଦର୍ଶନୀକୁ ମଧ୍ୟ ରାଜ୍ୟପାଳ ଉଦ୍‍ଘାଟନ କରିଥିଲେ। ସଭାକାର୍ଯ୍ୟ ପରେ ବିଭିନ୍ନ ଅନୁଷ୍ଠାନର କଳାକାରଙ୍କ ଦ୍ୱାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ପରିଷଦର ସହସଂପାଦକ ସମାଜସେବୀ ଦୀନବନ୍ଧୁ ବେହୁରା, ଉପସଭାପତି ଇଂ ରମେଶ ଚନ୍ଦ୍ର ଶତପଥୀ, ସମାଜସେବୀ ସୁଦର୍ଶନ ମିଶ୍ର, ଅଧ୍ୟାପକ ଶଙ୍କର୍ଷଣ ତ୍ରିପାଠୀ, ଶିକ୍ଷାବିତ୍‍ ହେମନ୍ତ କୁମାର ପ୍ରଧାନ, ଅନୁପ ପରିଡା, ପବିତ୍ର କୁମାର ପରିଡା, ତ୍ରିନାଥ ସାମନ୍ତରାୟ, ଜଗଦିଶ ସାହୁ, ସଞ୍ଜୟ ମହାନ୍ତି, ସମ୍ବିତ ମହାନ୍ତି, ଲକ୍ଷ୍ମୀପ୍ରୀୟା ଜେନା, ସଦାଶିବ ବାରିକ, ସଞ୍ଜକ୍ତା ମହାନ୍ତି, ସାମ୍ବାଦିକ ଶକ୍ତି ପ୍ରସନ୍ନ ପଟ୍ଟନାୟକ ଓ ମଧୁମିତା ନାୟକ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories