www.samajalive.in
Saturday, December 6, 2025
26.1 C
Bhubaneswar

ଖରାବେଳେ ଭୋଜନ କରିବା ପରେ ନିଦ ଲାଗୁଛି କି? ଆପଣାନ୍ତୁ ଏହି ଉପାୟ

ସ୍ବାଦିଷ୍ଟ ଭୋଜନ କରିବା ପରେ ଅଧିକ ଲୋକଙ୍କୁ ହାଲିଆ ଅନୁଭବ ହୋଇଥାଏ। ଏବଂ ଶୋଇବାକୁ ଇଚ୍ଛା ହୋଇଥାଏ। ଖାଦ୍ୟ ଖାଇବା ପରେ ଶକ୍ତିହୀନ ଅନୁଭବ ହୋଇଥାଏ। ଏହା ଆମ ଦିନଚର୍ଯ୍ୟାକୁ ପ୍ରଭାବିତ କରିଥାଏ। ନିଜେ କରୁଥିବା କାର୍ଯ୍ୟ ଉପରେ ସନ୍ତୁଳନ ନଷ୍ଟ ହୋଇଥାଏ। ଖରାବେଳର ଖାଦ୍ୟରେ କ’ଣ ଖାଉଛନ୍ତି ତାହାକୁ ଠିକ ଭାବେ ଧ୍ୟାନ ଦେବା ଉଚିତ। କାରଣ ଖରାବେଳର ଭୋଜନ ପରେ ହାଲିଆ ଅନୁଭବ କରିବା ଏକ ସାଧାରଣ ଲକ୍ଷଣ। ଆସନ୍ତୁ ଜାଣିବା ଏଥିରୁ ବର୍ତ୍ତିବା ପାଇଁ କ’ଣ କରିବା ଉଚିତ ..

ପର୍ଯ୍ୟାପ୍ତ ପରିମାଣରେ ନିଦ୍ରା :

- Advertisement -

ପର୍ଯ୍ୟାପ୍ତ ମାତ୍ରାରେ ଶୋଇବା ଦ୍ବାରା ଶରୀରକୁ ସଠିକ ଭାବେ ଆରାମ ଅନୁଭବ ହୋଇଥାଏ। ପ୍ରତିଦିନ ଏକ ନିର୍ଦ୍ଧିଷ୍ଟ ସମୟରେ ସକାଳୁ ଉଠନ୍ତୁ। ଏପରି କରିବା ଦ୍ବାରା ଶରୀର ସୁସ୍ଥ ରହିଥାଏ। ଏବଂ ଅସମୟରେ ନିଦ ଆସିନଥାଏ। ପର୍ଯ୍ୟାପ୍ତ ମାତ୍ରାରେ ନ ଶୋଇବା ଦ୍ବାରା ଖରାବେଳେ ଭୋଜନ କରିବା ପରେ ନିଦ ଲାଗେ।

ଆଇରନ ଓ କମ୍ପଲେକ୍ସ ଯୁକ୍ତ ଖାଦ୍ୟ :

ଖରାବେଳର ଭୋଜନରେ ଆଇରନ, ପ୍ରୋଟିନ ଓ କମ୍ପଲେକ୍ସ ଯୁକ୍ତ ଖାଦ୍ୟ ସାମିଲ କରନ୍ତୁ। ଆଇରନ ଯୁକ୍ତ ଖାଦ୍ୟ ଖାଇବା ଦ୍ବାରା ଶରୀରରେ ସଠିକ ମାତ୍ରାରେ ହିମୋଗ୍ଲୋବିନ ଉତ୍ପାଦନ ବୃଦ୍ଧି ପାଇଥାଏ। ଏହାଦ୍ବାରା ଶରୀରର ପ୍ରତ୍ୟେକ ଅଙ୍ଗକୁ ଅମ୍ଳଜାନ ପହଞ୍ଚି ଶକ୍ତି ମିଳିଥାଏ।

ସୀମିତ ମାତ୍ରାରେ ଖାଆନ୍ତୁ :

ଅଧିକ ଖାଦ୍ୟ ଖାଇବା ଦ୍ବାରା ନିଦ ଲାଗିଥାଏ। ତେଣୁ ଖରାବେଳେ ସୀମିତ ମାତ୍ରାରେ ଭୋଜନ କରନ୍ତୁ। ଅଧିକ ଭୋଜନ କରିବା ଦ୍ବାରା ତାହା ଶରୀରରେ ହଜମ ହେବାକୁ ଅଧିକ ସମୟ ନେଇଥାଏ। ଏହାଦ୍ବାରା ଆପଣଙ୍କୁ ଶକ୍ତିହୀନ ଲାଗିଥାଏ।

୧୫ମିନିଟ ଚାଲନ୍ତୁ:

ଖରାବେଳେ ଭୋଜନ କରିବା ପରେ ୧୫ମିନିଟ ପର୍ଯ୍ୟନ୍ତ ଚାଲନ୍ତୁ। ଏପରି କରିବା ଦ୍ବାରା ସ୍ବାସ୍ଥ୍ୟ ଭଲ ରହିଥାଏ। ଭୋଜନ ଠିକ ଭାବେ ହଜମ ହୋଇଥାଏ ଏବଂ ଶରୀରକୁ ଶକ୍ତି ମିଳିଥାଏ।

 

Hot this week

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

Related Articles

Popular Categories