www.samajalive.in
Friday, December 5, 2025
20.1 C
Bhubaneswar

ଶୀଘ୍ର ଶୁଅନ୍ତୁ ଓ ଶୀଘ୍ର ଉଠନ୍ତୁ ; ଶରୀର ଛୁଇଁବନି ରୋଗ

ଜୀବନଶୈଳୀରେ ପରିବର୍ତ୍ତନ ହେବା ଦ୍ୱାରା ଲୋକଙ୍କର ଶୋଇବା ଓ ଉଠିବା ସମୟୁ ପ୍ରଭାବିତ ହୋଇଥାଏ। ବିଳମ୍ବରେ ଶୋଇବା ଓ ବିଳମ୍ବରେ ଉଠିବା ଦ୍ୱାରା ବ୍ୟକ୍ତିର ଦିନଚର୍ଯ୍ୟା ଖରାପ ହେବା ସହ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ଥାଏ। ମାନସିକ ରୋଗ, ମୋଟାପଣ, ଆଳସ୍ୟ, ହୃଦ୍‍ ରୋଗ ଓ ଦିନସାରା ଥକାପଣ ହେତୁ ଶରୀରର ଅବସ୍ଥା ଖରାପ ହୋଇଯାଇଥାଏ।

ଏକ ଗବେଷଣା ମୁତାବକ, ଯେଉଁ ବ୍ୟକ୍ତି ସକାଳୁ ଶୀଘ୍ର ଉଠିଥା’ନ୍ତି ସେମାନଙ୍କଠାରେ ଅବସାଦ ହେବାର ସମ୍ଭାବନା ବହୁତ କମ୍‍ ଦେଖାଯାଏ। ଏହାଦ୍ୱାରା ହୃଦ୍‍ଘାତ, କକର୍ଟ, ଛାତି ଜନିତ ସମସ୍ୟା ଭଳି ଭୟଙ୍କର ରୋଗ ହେବାର ସମ୍ଭାବନା ମଧ୍ୟ କମ୍‍ ଥାଏ। ଗବେଷଣାରୁ ଏହା ମଧ୍ୟ ଜଣାପଡ଼ିଛି ଯେ, ଯେଉଁ ବ୍ୟକ୍ତି ବିଳମ୍ବରେ ଶୋଇଥା’ନ୍ତି ବା ଅଧିକ ରାତି ଯାଏ ଚାହିଁଥା’ନ୍ତି ସେମାନଙ୍କଠାରେ ଅବସାଦର ସମସ୍ୟା ଅଧିକ ଦେଖାଯାଇଥାଏ। ନିଦ୍ରାର ଅଭାବ ଅବସାଦ ସହିତ ବହୁ ରୋଗର କାରଣ ହୋଇଥାଏ।

- Advertisement -

ଏହି ଗବେଷଣାରୁ ମିଳିଥିବା ଫଳାଫଳ “ସାଇକେଟ୍ରିକ୍‍ ରିସର୍ଚ” ନାମକ ପତ୍ରିକାରେ ପ୍ରକାଶିତ କରାଯାଇଛି। ଗବେଷକଙ୍କ କହିବା ଅନୁସାରେ ସକାଳୁ ଶୀଘ୍ର ଉଠିବା ଓ ବାହାରେ କିଛି ସମୟ ଚାଲିବା କିମ୍ବା ବ୍ୟାୟାମ କରିବା ଦ୍ୱାରା ଶରୀରକୁ ବହୁତ ଲାଭ ମିଳିଥାଏ। ସକାଳୁ ଉଠିବା ଦ୍ୱାରା ଆପଣଙ୍କୁ ସବୁଠୁ ଶୁଦ୍ଧ ପବନ ମିଳିଥାଏ। ଏହାଦ୍ୱାରା ଫୁସ୍‍ଫୁସ୍‍ ସୁସ୍ଥ ରହିଥାଏ। ଯେଉଁ ବ୍ୟକ୍ତି ସକାଳୁ ଶୀଘ୍ର ଉଠି ବ୍ୟାୟାମ କରିଥା’ନ୍ତି, ସେମାନଙ୍କଠାରେ ହୃଦୟ ରୋଗର ସମ୍ଭାବନା ବହୁତ କମ୍‍ ଦେଖାଯାଇଥାଏ। ଶରୀରରେ ରକ୍ତ ସଞ୍ଚାଳନ ଠିକ୍‍ ଭାବେ ହୋଇଥାଏ। ସକାଳୁ ଶୀଘ୍ର ଉଠିବା ଦ୍ୱାରା ଅବସାଦର ସମସ୍ୟା ଦୂର ହୋଇଥାଏ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories