www.samajalive.in
Saturday, December 6, 2025
14.1 C
Bhubaneswar

ଉତ୍କଳ ଆଲୁମିନା ପକ୍ଷରୁ ଭ୍ରାମ୍ୟମାଣ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ପ୍ରଦାନ

ଭୁବନେଶ୍ୱର: ଉତ୍କଳ ଆଲୁମିନା ପକ୍ଷରୁ ଭ୍ରାମ୍ୟମାଣ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ପ୍ରଦାନ କରାଯାଉଛି । ରାୟଗଡ ଜିଲ୍ଲାର ଅଧିକାଂଶ ଦୂର୍ଗମ ଅଞ୍ଚଳରେ ଭ୍ରାମ୍ୟମାଣ ଚିକିତ୍ସା ସୁବିଧା ଉପଲବ୍ଧ କରାଯାଉଛି । କାଶୀପୁର ବ୍ଲକ୍‌ର ୪୪ଟି ଗ୍ରାମକୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯାଇଛି।
ଉତ୍କଳ ଆଲୁମିନା ପକ୍ଷରୁ ହେଲ୍ପ ଏଜ୍ ଇଣ୍ଡିଆ ସହ ମିଶି ଏକ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟ୍ ପ୍ରଚଳନ କରାଯାଉଛି ଯେଉଁଥିରେ ଜଣେ ଡାକ୍ତର, ପାରାମେଡିକାଲ୍ ଷ୍ଟାଫ୍ ଓ ସାମାଜିକ ସୁରକ୍ଷା ଅଧିକାରୀ ରହିଛନ୍ତି। ରାୟଗଡ଼ା ଜିଲ୍ଲା ୨୦୧୮-୧୯ରେ ଏହି ଏମ୍ଏଚୟୁରେ ୧୩,୩୯୪ରୁ ଅଧିକ ରୋଗୀ ଚିକିତ୍ସା ସୁବିଧା ହାସଲ କରିଛନ୍ତି।
, “ନୂଆପଡ଼ାରେ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଓସପଡ଼ାରେ ଓପିଡି ସହିତ ଉତ୍କଳ ହସ୍ପିଟାଲକୁ ନେଇ ଏମ୍ଏଚ୍ୟୁ ସହିତ ଆମେ ଲୋକମାନଙ୍କୁ ଶ୍ରେଷ୍ଠ ସମ୍ଭବ ଚିକିତ୍ସା ସେବା ପ୍ରଦାନ କରୁଛନ୍ତି । ଆଗାମୀ ଦିନରେ ଆମେ ଏହି ଅଭିଯାନକୁ ଆହୁରି ତ୍ୱରାନ୍ୱିତ କରିବେ ବୋଲି ଉତ୍କଳ ଆଲୁମିନାର ସଭାପତି ଓ ୟୁନିଟ୍ ମୁଖ୍ୟ ଏନ୍ ନାଗେଣ କହିଛନ୍ତି । କଂପାନି ପକ୍ଷରୁ ଓସପନାରେ ଥିବା ଉତ୍କଳ ହସ୍ପିଟାଲ୍‌ରେ ଇନଡୋର ବ୍ୟବସ୍ଥା ସହିତ ସମ୍ପୂର୍ଣ୍ଣ ମଲ୍ଟି ସ୍ପେସିଆଲିଟି ସେବା ଆରମ୍ଭ କରାଯିବ। ଅଲଟ୍ରା ସାଉଣ୍ଡ, ଡିଜିଟାଲ ଏକ୍ସ-ରେ, ହାର୍ମୋନାଇଜର, ୟୁରିନ ଆନାଲାଇଜର, ଅଟୋ-ବାୟୋକେମିଷ୍ଟ୍ରି ଆନାଲାଇଜର, ନେଫ୍ଲୋମିଟର ଓ ଇଲେକ୍ଟ୍ରୋଲାଇଟ୍ ଆନାଲାଇଜର୍ ଇତ୍ୟାଦି ଆଦି ଅତ୍ୟାଧୁନିକ ମେଡିକାଲ୍ ଉପକରଣ ଇନ୍‌ଡୋର୍‌ ସେବା ପାଇଁ କିଣାଯାଇଛି।
ଉତ୍କଳ ଆଲୁମିନା ତରଫରୁ ନୂଆପଡ଼ାରେ ଏକ ସ୍ୱାସ୍ଥ୍ୟ କେନ୍ଦ୍ର ପରିଚାଳନା କରାଯାଉଛି ଯେଉଁଥିରେ ମାଗଣା ପରାମର୍ଶ, ଚିକିତ୍ସା ଓ ଔଷଧ ଭଳି ସୁବିଧା ଯୋଗାଇ ଦିଆଯାଉଛି। ଏଥିରେ ପାଥୋଲୋଜିକାଲ୍ ଲାବୋରେଟୋରି, ବାୟୋକେମିଷ୍ଟ୍ରି ଆନାଲାଇଜର, ହେମାଟୋଲୋଜି ଆନାଲାଇଜର, ନେଫ୍ଲୋମିଟର, ୟୁରିନ୍ ଆନାଲାର୍, ଇସିଜି, ଅକ୍ସି ଆନାଲାଇଜର୍, କାର୍ଡିଆକ୍ ମନିଟର, ପଲ୍ସ ଅକ୍ସିମିଟର, ଅଟୋ ଆନାଲାଇଜର୍ ଏବଂ ଅଡିଓ-ମେଟ୍ରିକ୍ ଉପରକଣ ଭଳି ସୁବିଧା ରହିଛି ଯାହା କାରକାନା ପରିପାଶ୍ୱର୍ରେ ରହୁଥିବା ଲୋକମାନଙ୍କ ମେଡିକାଲ୍ ଆବଶ୍ୟକତାକୁ ପୂରଣ କରୁଛି। ଏହି ସ୍ୱାସ୍ଥ୍ୟ କେନ୍ଦ୍ର ୨୪ ଘଂଟା ଖୋଲା ରହୁଛି। ୨୦୧୮ରେ ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୯,୯୬,୭୬୪ ରୋଗୀ ପଂଜୀକୃତ ହୋଇଥିଲେ।
୨୦୧୯ ଏପ୍ରିଲ ମାସରୁ ଉତ୍କଳ ହସ୍ପିଟାଲ୍‌ ଆରମ୍ଭ ହୋଇଛି। ବର୍ତମାନ ଏହି ହସ୍ପିଟାଲ୍‌ରେ ବର୍ହି ରୋଗୀ ବିଭାଗ କାର୍ଯ୍ୟକ୍ଷମ ରହିଛି ଏବଂ ୨୦୧୮-୧୯ରେ ୩୪,୨୧୮ ରୋଗୀଙ୍କୁ ଚିକିତ୍ସା ସୁବିଧା ପ୍ରଦାନ କରାଯାଇଛି। ହସ୍ପିଟାଲ୍ ପକ୍ଷରୁ ଏବେ ସ୍ତ୍ରୀ ରୋଗ ଓ ପ୍ରସୂତୀ, ମେଡିସିନ ଏବଂ ଶିଶୁ ରୋଗ ଉପରେ ସ୍ପେସିଆଲିଟି ସେବା ପ୍ରଦାନ କରାଯାଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories