www.samajalive.in
Saturday, December 6, 2025
17.1 C
Bhubaneswar

ବାରମ୍ବାର ଖାଦ୍ୟ ଖାଇବାର ଅଭ୍ୟାସ ଅଛି କି? ଜାଣନ୍ତୁ କେଉଁ ଖାଦ୍ୟ……

ଅଧିକାଂଶ ଲୋକେ ବୁଲିବା ହେଉ କାର୍ଯ୍ୟାଳୟରେ ଓ ଅନ୍ୟାନ୍ୟ କାର୍ଯ୍ୟ ସମୟରେ କିଛି ନା କିଛି ଖାଦ୍ୟ ଖାଇଥାଆନ୍ତି। ଯେପରି ବିସ୍କୁଟ, ମିକ୍ସଚର, ଚଣା, ଚିପ୍ସ ଖାଇଥାଆନ୍ତି। ମାତ୍ର ଏପରି ଖାଦ୍ୟ ଖାଇବା କାରଣରୁ ମୋଟାପଣ ବୃଦ୍ଧିର ଆଶଙ୍କା ମଧ୍ୟ ରହିଥାଏ। ଏପରି ପରିସ୍ଥିତିରେ ଆପଣ କେଉଁ ଖାଦ୍ୟ ଖାଇଲେ ଆପଣଙ୍କ ମୋଟାପଣ ବୃଦ୍ଧି ହେବ ନାହିଁ ଓ ଆପଣ ନିଜ ଅଭ୍ୟାସ ହେତୁ ଖାଇ ମଧ୍ୟ ପାରିବେ। ସେ ବିଷୟରେ ଜାଣନ୍ତୁ। ମଝିମଝିରେ ଖାଉଥିବା ବିଭିନ୍ନ ଖାଦ୍ୟ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଆବଶ୍ୟକ।
ଫଳ ସେଓ –
ସେଓ ଖାଇବା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ। ଏହା ଶରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ଯୋଗାଏ, ମାଂସପେଶୀ ଗୁଡ଼ିକର ବୃଦ୍ଧି, ରୋଗ ପ୍ରତିରୋଧକ କ୍ଷମତା, ଓଜନ ହ୍ରାସ କରିବା, କର୍କଟ ରୋଗରୁ ମଧ୍ୟ ରକ୍ଷା କରେ। ତେଣୁ ଆପଣ ସେଓ ଖାଇପାରିବେ।
ଚଣା –
ଚଣା ମଧ୍ୟ ଖୁବ ଉପକାରୀ। ଆପଣ ନିଜ ଖାଦ୍ୟାଭାସ ଅନୁଯାୟୀ ଚଣା ମଧ୍ୟ ଖାଇପାରିବେ। ଏହା ଶରୀରକୁ ଶକ୍ତି ପ୍ରଦାନ କରେ।
ଡ଼୍ରାଏ ଫ୍ରୁଡ୍ସ –
ଡ଼୍ରାଏ ଫ୍ରୁଡ୍ସ ଖାଇବା ସ୍ୱାସ୍ଥ୍ୟ ପାଇଁ ଖୁବ ହିତକାରକ। ଏଥିରେ ବହୁ ପ୍ରକାରର ମିନେରାଲ୍ସ, ଭିଟାମିନ ରହିଛି। ଏହା ରକ୍ତରେ ଶର୍କରାକୁ ନିୟନ୍ତ୍ରଣ କରିଥାଏ।
ସାଲାଡ଼ –
ସାଲାଡ଼ ଖାଇବା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ। ଏହାକୁ ଖାଇବା ଦ୍ୱାରା ଶରୀରକୁ ବହୁ ଭିଟାମିନ ଓ ମିନେରାଲ୍ସ ମିଳିଥାଏ।
ବିଭିନ୍ନ ପ୍ରକାର ଫଳ –
ସମସ୍ତ ପ୍ରକାରର ଫଳରେ ଫାଇବର, ଆଣ୍ଟି-ଅକ୍ସିଡ଼ାଣ୍ଟ ଭରପୁର ମାତ୍ରାରେ ରହିଛି। ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଏହା ଖୁବ ଆବଶ୍ୟକ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories