ଗୁଆଁର ଫଳର ତରକାରୀ ତ ଆପଣ ସମସ୍ତେ ଖାଇଥିବେ। ଗୁଆର ତରକାରୀ ଖାଇବାକୁ ଯେତିକି ସ୍ବାଦିଷ୍ଟ ହୋଇଥାଏ ସେତିକି ସ୍ବାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ଅଟେ। ଗୁଆଁର ଫଳ ଖାଇବା ଦ୍ବାରା ଅନେକ ରୋଗରୁ ମୁକ୍ତି ମିଳିଥାଏ। ତେବେ ଆସନ୍ତୁ ଜାଣିବା ଏହି ଫଳର ଉପକାରିତା ବିଷୟରେ…
ମଧୁମେହ ଏବଂ କୋଲେଷ୍ଟ୍ରଲ : ଗୁଆଁର ଫଳରେ ପର୍ଯ୍ୟାପ୍ତ ମାତ୍ରାରେ ଗ୍ଲାଇସେମିକ୍ ଇଣ୍ଡେକ୍ସ ଥାଏ। ଏହା ମଧୁମେହ ଏବଂ କୋଲେଷ୍ଟ୍ରଲ ଭଳି ରୋଗରୁ ମୁକ୍ତି ଦେଇଥାଏ।
ରକ୍ତର ଅଭାବ : ଗୁଆଁର ଫଳ ସେବନ କରିବା ଦ୍ବାରା ଶରୀରକୁ ପର୍ଯ୍ୟାପ୍ତ ମାତ୍ରାରେ ଆଇରନ ମିଳିଥାଏ। ଯାହା ଦ୍ବାରା ଆନିମିଆ ରୋଗରୁ ମୁକ୍ତି ମିଳିଥାଏ।
ପେଟ ରୋଗ : ଗୁଆଁର ଫଳ ଖାଇବା ଦ୍ବାରା ବିଭିନ୍ନ ପ୍ରକାର ପେଟ ଜନିତ ସମସ୍ୟା ଦୂର ହୋଇଥାଏ।
ମାନସିକ ଅବସାଦ ଏବଂ ଚିନ୍ତା : ଗୁଆଁର ଫଳରେ ଥିବା ହାଇପୋଗ୍ଲୋମିକ୍ ଗୁଣ ନର୍ଭସ ସିଷ୍ଟମକୁ ଠିକ୍ ରଖିଥାଏ। ଏହା ଦ୍ବାରା ମସ୍ତିଷ୍କକୁ ଶାନ୍ତ ମିଳିଥାଏ।
ଗର୍ଭବତୀ ମହିଳାଙ୍କ ପାଇଁ ଉପଯୁକ୍ତ : ଗୁଆଁର ଫଳରେ ଥିବା ଫଲିକ୍ ଏସିଡ ଗର୍ଭବତୀ ମହିଳାଙ୍କ ପାଇଁ ଲାଭଦାୟକ ହୋଇଥାଏ। ଏହା ଦ୍ବାରା ଭ୍ରୃଣର ବିକାଶ ଭଲଭାବେ ହୋଇଥାଏ।



