www.samajalive.in
Sunday, December 7, 2025
23.1 C
Bhubaneswar

ଆପଣଙ୍କୁ କଞ୍ଚା ଲଙ୍କା ଖାଇବାକୁ ପସନ୍ଦ କି? ଏହାର ମଧ୍ୟ ରହିଛି ଔଷଧୀୟ ଗୁଣ

ଅଧିକାଂଶ ଲୋକଙ୍କୁ ଖାଦ୍ୟପଦାର୍ଥ ଖାଇବା ସମୟରେ କଞ୍ଚା ଲଙ୍କା ଖାଇବାକୁ ଖୁବ ପସନ୍ଦ। ଅତ୍ୟଧିକ ପରିମାଣରେ ଏହାକୁ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ହାନିକାରକ ଅଟେ। ମାତ୍ର ଅତ୍ୟଧିକ ପରିମାଣରେ ନ ଖାଇଲେ ମଧ୍ୟ ଏହାକୁ ସେବନ କରିବା ନିତ୍ୟାନ୍ତ ଆବଶ୍ୟକ ଅଟେ। ସଭିଏଁ ହୁଏତ ଜାଣି ନଥିବେ କଞ୍ଚା ଲଙ୍କା ଖାଇବା ଦ୍ୱାରା ଏହା କେତେ ଉପକାରୀ। ଆସନ୍ତୁ ଜାଣିବା କଞ୍ଚା ଲଙ୍କା ଖାଇବା ଦ୍ୱାରା ଏହା ଆମ ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ ….
କଞ୍ଚା ଲଙ୍କାରେ ଭରପୁର ପରିମାଣରେ ପୋଷକ ତତ୍ତ୍ୱ ରହିଛି। ଏଥିରେ ଭିଟାମିନ ଏ,ସି, ବି୬, ଆଇରନ, ପୋଟାସିୟମ, କାବ୍ରୋହାଇଡ଼୍ରେଡ଼ ରହିଛି।
ମଧୁମେହ ରୋଗୀଙ୍କୁ କଞ୍ଚା ଲଙ୍କା ଖାଇବା ଉଚିତ। ଏହାକୁ ଖାଇବା ଦ୍ୱାରା ରକ୍ତରେ ଶର୍କରାର ସ୍ତର ନିୟନ୍ତ୍ରିତ ହୋଇରହିଥାଏ।
କଞ୍ଚା ଲଙ୍କାରେ ଥିବା ଭିଟାମିନ ଚର୍ମ ପାଇଁ ବେଶ ହିତକାରକ ଅଟେ। ଆପଣ ଯଦି ସପ୍ତାହକୁ ୩ ରୁ ୪ଥର କଞ୍ଚା ଲଙ୍କା ଖାଇବେ ତେବେ ଆପଣଙ୍କ ଚର୍ମର ଉଜ୍ୱଳତା ବୃଦ୍ଧି ପାଇବ।
କଞ୍ଚା ଲଙ୍କା ଶରୀରରେ ଆବଶ୍ୟକ ହେଉଥିବା କେତେକ ଉପାଦାନ ସୃଷ୍ଟି କରିବାରେ ସହାୟକ ହୋଇଥାଏ। ଏହାକୁ ଖାଇବା ଦ୍ୱାରା ପାଚନ ତନ୍ତ୍ର ଉପରେ କୁପ୍ରଭାବ ପଡ଼ିନଥାଏ। ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories