www.samajalive.in
Sunday, December 7, 2025
23.1 C
Bhubaneswar

ମାଇଗ୍ରେନ ଜନିତ ସମସ୍ୟା ହେତୁ ଚିନ୍ତିତ କି? ଏହି ଖାଦ୍ୟ ପଦାର୍ଥରୁ ଦୂରେଇ ରୁହନ୍ତୁ

ବର୍ତ୍ତମାନ ସମୟରେ ମାଇଗ୍ରେନ ସଭିଁଙ୍କ ପାଇଁ ଏକ ବିଶେଷ ସମସ୍ୟା ପାଲଟିଛି। ଏହି ଯନ୍ତ୍ରଣା ଖୁବ ଅସହାୟ ଅଟେ। ଅତ୍ୟଧିକ ଚିନ୍ତା, ଅନିଦ୍ରା ଭଳି କାରଣରୁ ମାଇଗ୍ରେନର ସମସ୍ୟା ସୃଷ୍ଟି ହୋଇଥାଏ। ଏହାର ପ୍ରଭାବରେ ଜ୍ୱର, ବ୍ୟଥା, ବାନ୍ତି ମଧ୍ୟ ହୋଇଥାଏ। ଏହି ମାଇଗ୍ରେନ କାରଣରୁ ସ୍ନାୟୁ ଜନିତ ସମସ୍ୟା,ରକ୍ତ ସଞ୍ଚାଳନକୁ ମଧ୍ୟ ପ୍ରଭାବିତ କରିଥାଏ। ଏଭଳି କିଛି ଖାଦ୍ୟପଦାର୍ଥ ରହିଛି ଯାହାକୁ ଖାଇବା ଦ୍ୱାରା ମାଇଗ୍ରେନ ସମସ୍ୟାରୁ ମୁକ୍ତି ମିଳିଥାଏ। ସେହିପରି ଏପରି କିଛି ଖାଦ୍ୟ ରହିଛି ଯାହାକୁ ଖାଇବା ଦ୍ୱାରା ମାଇଗ୍ରେନ ଜନିତ ସମସ୍ୟା ବୃଦ୍ଧିପାଇଥାଏ। ତେଣୁ ଜାଣନ୍ତୁ ମାଇଗ୍ରେନ ଜନିତ ସମସ୍ୟା ଥିଲେ କେଉଁ ଖାଦ୍ୟଦ୍ରବ୍ୟ ଠାରୁ ନିଜକୁ ଦୂରେଇ ରଖିବେ….
ଚକୋଲେଟ –
ଯେଉଁମାନଙ୍କର ମାଇଗ୍ରେନ ଜନିତ ସମସ୍ୟା ରହିଛି, ସୋମାନେ ଚକୋଲେଟ ଖାଇବା ଉଚିତ ନୁହେଁ। କାରଣ ଚକୋଲେଟରେ ଥିବା ବୀଟା-ଫେନିଲେଥାଇଲାମୀନ ଭଳି ଏପରି କିଛି ତତ୍ତ୍ୱ ରହିଛି , ଯାହାକୁ ଖାଇବା ଦ୍ୱାରା ମାଇଗ୍ରେନ ରୋଗୀଙ୍କର ରକ୍ତ ସଞ୍ଚାଳନରେ ବାଧା ସୃଷ୍ଟି ହୋଇଥାଏ। ଫଳରେ ଯନ୍ତ୍ରଣା ବଢିଥାଏ।
ଅଧିକ ଲୁଣଯୁକ୍ତ ଖାଦ୍ୟପଦାର୍ଥ –
ଅଧିକ ଲୁଣଯୁକ୍ତ ଖାଦ୍ୟ ଓ ତେଲରେ ଛଣା ହୋଇଥାଏ ଖାଦ୍ୟପଦାର୍ଥ ଖାଇବା ଉଚିତ ନୁହେଁ। ଏହାକୁ ଖାଇବା ଦ୍ୱାରା ମୁଣ୍ଡ ବିନ୍ଧା ଓ ମାଇଗ୍ରେନର ଯନ୍ତ୍ରଣା ଅଧିକ ବଢିଥାଏ। ଅଧିକ ମାତ୍ରାରେ ସୋଡ଼ିୟମର ସେବନ ରକ୍ତଚାପକୁ ବଢାଇଦେଇଥାଏ। ଫଳରେ ମାଇଗ୍ରେନର ଜନିତ ଯନ୍ତ୍ରଣା ମଧ୍ୟ ବୃଦ୍ଧି ପାଇଥାଏ।
କଫି –
ମାଇଗ୍ରେନ ରୋଗୀମାନେ କଫିର ସେବନ କରିବା ମଧ୍ୟ ଉଚିତ ନୁହେଁ। କାରଣ ଏହାର ସେବନ ମଧ୍ୟ ଯନ୍ତ୍ରଣାକୁ ବଢାଇଥାଏ। ସପ୍ତାହକୁ ଥରେ ଏହାର ସେବନ କରିପାରିବେ।
ନିଶାଯୁକ୍ତ ଦ୍ରବ୍ୟ –
ମାଇଗ୍ରେନ ଜନିତ ସସମ୍ୟା ଥିବା ବ୍ୟକ୍ତିମାନେ ନିଶାଦ୍ରବ୍ୟ ଠାରୁ ନିଜକୁ ଦୂରେଇ ରହିବା ଉଚିତ।

Hot this week

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

Related Articles

Popular Categories