www.samajalive.in
Sunday, December 7, 2025
13.1 C
Bhubaneswar

ସୁସ୍ଥବାନ ଓ ହାଲିଆ ନହେବା ପାଇଁ ଆପଣଙ୍କୁ ଏହି ସରଳ ଉପାୟ

ଦୈନନ୍ଦିନ ଜୀବନର କାର୍ଯ୍ୟ କରିବା ପରେ ଦିନ ସରିବା ବେଳକୁ ଆପଣ ଖୁବ ହାଲିଆ ଅନୁଭବ କରିଥାଆନ୍ତି। ଏହାର ପ୍ରମୁଖ କାରଣ କାମର ପ୍ରଭାବ ଓ ଚିନ୍ତା। ମାତ୍ର ଯଦି ଆପଣ ଦିନ ଭିତରେ ଅଧିକ ହାଲିଆ ଓ ଅସୁସ୍ଥ ଅନୁଭବ କରୁଛନ୍ତି ତେବେ ଆପଣଙ୍କ ଜୀବନଶୈଳୀ ଏହାର ପ୍ରଧାନ କାରଣ ଅଟେ। ଦିନଯାକ ସୁସ୍ଥବାନ ଓ ହାଲିଆ ନହେବା ପାଇଁ ଆପଣଙ୍କୁ ଜୀବନ ଶୈଳୀରେ କିଛି ପରିବର୍ତ୍ତନ କରିବା ନିତ୍ୟାନ୍ତ ଆବଶ୍ୟକ। ଜାଣନ୍ତୁ ସେହି ଉପାୟ ଗୁଡ଼ିକ ବିଷୟରେ ….
ଧୀରେ ସୁସ୍ଥେ କାର୍ଯ୍ୟ କରନ୍ତୁ –
ସକାଳ ସମୟରେ ପ୍ରଥମେ ବ୍ୟାୟାମ କରନ୍ତୁ। ପ୍ରତ୍ୟେକ କାର୍ଯ୍ୟକୁ ଆବଶ୍ୟକତା ଅନୁଯାୟୀ ଧୀରେ ସୁସ୍ଥେ କରନ୍ତୁ। ବେଳେ ବେଳେ ଏପରି ହୋଇଥାଏ ଯେ, ସଠିକ ସମୟରେ ନଉଠିବା କାରଣରୁ ହେଉ ଅଥବା ଅନ୍ୟାନ୍ୟ କୌଣସି କାରଣରୁ ହେଉ ଆମେ କାର୍ଯ୍ୟକୁ ଖୁବ ଶୀଘ୍ର ଶୀଘ୍ର କରି ଥାଉ। ଫଳରେ ଏହାର କୁପ୍ରଭାବ ଆମ ମସ୍ତିଷ୍କ ଉପରେ ପଡ଼ିବା ସହ ଶରୀର ଉପରେ ପଡ଼ିଥାଏ। ଯାଦ୍ୱାରା ଆମେ ଖୁବ ହାଲିଆ ଅନୁଭବ କରୁ।
ପାଣି ପିଅନ୍ତୁ –
ଦିନ ଭିତରେ ଖୁବ ଅଧିକ ପାଣି ପିଅନ୍ତୁ। ଅଧିକ ପାଣି ପିଇବା ଦ୍ୱାରା ଆମ ଶରୀର ଖୁବ ସୁସ୍ଥ ରହେ। ଫଳରେ ଦିନ ଭିତରେ କାର୍ଯ୍ୟର ପ୍ରଭାବ ପଡ଼ିଲେ ମଧ୍ୟ ହାଲିଆ ଅନୁଭବ କରିବେ ନାହିଁ।
କାର୍ଯ୍ୟର ତାଲିକା ପ୍ରସ୍ତୁତ କରନ୍ତୁ –
ଆପଣ ଦିନ ଭିତରେ କରିବାକୁ ଥିବା କାର୍ଯ୍ୟର ତାଲିକା ପୂର୍ବରୁ ପ୍ରସ୍ତୁତ କରନ୍ତୁ। ଏପରି କରିବା ଦ୍ୱାରା ଆପଣ ସମୟ ଅନୁଯାୟୀ କାର୍ଯ୍ୟ କରିପାରିବେ। ତରତର ହୋଇ କାର୍ଯ୍ୟ କରିବେ ନାହିଁ।
ହାଲକା ଭୋଜନ କରନ୍ତୁ –
ଆପଣ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଅଳ୍ପ ପରିମାଣରେ ଖାଦ୍ୟ ଖାଆନ୍ତୁ। ଅଳ୍ପ ଅର୍ଥାତ ଶରୀର ପାଇଁ ଆବଶ୍ୟକ ହେଉଥିବା ପରିମାଣରେ ଖାଦ୍ୟ ଖାଆନ୍ତୁ। ଅଧିକ ପରିମାଣରେ ଓ ଅଧିକ ତେଲ ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ହାଲିଆ ଅନୁଭବ ହେବା ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ କ୍ଷତିକାରକ ଅଟେ।
ସଠିକ ସମୟରେ ଶୁଅନ୍ତୁ –
ବହୁ ଲୋକେ ବିଭିନ୍ନ କାରଣରୁ ରାତି ଅନିଦ୍ରା ହୋଇଥାଆନ୍ତି। ମାତ୍ର ଏପରି କରିବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡ଼ିବା ସହ ସଠିକ ମାତ୍ରାରେ ନିଦ ପୂରଣ ହୋଇନଥାଏ। ଫଳରେ ଆପଣ ଦିନଯାକ ହାଲିଆ ଅନୁଭବ କରିଥାଆନ୍ତି। ପ୍ରତ୍ୟେକ ବ୍ୟକ୍ତିଙ୍କୁ ୭ ରୁ ୮ ଘଣ୍ଟା ଶୋଇବା ନିତ୍ୟାନ୍ତ ଆବଶ୍ୟକ ଅଟେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories