www.samajalive.in
Sunday, December 7, 2025
26.1 C
Bhubaneswar

ସୁସ୍ଥ ବୃକକ ପାଇଁ ବର୍ଜନ କରନ୍ତୁ ଏହି ଖାଦ୍ୟପେୟ

ସୁସ୍ଥ ରହିବା ପାଇଁ ଆମ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେବା ନିତ୍ୟାନ୍ତ ଆବଶ୍ୟକ। ଏପରି କିଛି ଖାଦ୍ୟ ରହିଛି ଯାହା ଆମ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇବା ସହ ଶରୀରର ସ୍ୱତନ୍ତ୍ର ଅଙ୍ଗ ପାଇଁ ମଧ୍ୟ କ୍ଷତିକାରକ ଅଟେ। ବୃକକ ଆମ ଶରୀରରେ ଅଦରକାରୀ ପଦାର୍ଥକୁ ବାହାର କରିଥାଏ। ମଧୁମେହ ଓ ଉଚ୍ଚ ରକ୍ତଚାପ ଜନିତ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ବୃକକର କାର୍ଯ୍ୟ କରିବା କ୍ଷମତା ଉପରେ ବହୁ ପ୍ରଭାବ ପକାଇଥାଏ। ବୃକକ ସୁସ୍ଥ ରହିବା ପାଇଁ ଆମକୁ କିଛି ଖାଦ୍ୟପଦାର୍ଥ ଠାରୁ ନିଜକୁ ଦୂରେଇ ରଖିବାକୁ ପଡ଼ିବ। ଜାଣନ୍ତୁ ସେହି ଖାଦ୍ୟପଦାର୍ଥ ବିଷୟରେ ….
ମୃଦୁ ପାନୀୟ –
ଖରା ଦିନ ହେଉ ଅଥବା ଅଲଗା ସମୟରେ ଆମକୁ ମୃଦୁ ପାନୀୟ ପିଇବାକୁ ଖୁବ ଭଲ ଲାଗିଥାଏ। ମାତ୍ର ଏଥିରେ ଥିବା ଏସିଡ଼ିକର ମାତ୍ରା ଅଧିକ ଥାଏ। ଏହା ମୃଦୁ ପାନୀୟରେ ଥିବା ଅନ୍ୟାନ୍ୟ ଦ୍ରବ୍ୟ ବୃକକର କାର୍ଯ୍ୟ କରିବା କ୍ଷମତା ଉପରେ ବହୁ ପ୍ରଭାବ ପକାଇଥାଏ। ତେଣୁ ଯେତେ ସମ୍ଭବ ସେତେ କମ ପରିମାଣରେ ମୃଦୁ ପାନୀୟ ପିଇବା ଉଚିତ।
ସୋଡ଼ିୟମର ମାତ୍ରା –
ଯେଉଁ ଖାଦ୍ୟପଦାର୍ଥରେ ସୋଡ଼ିୟମର ମାତ୍ରା ଅଧିକ ସେହି ଖାଦ୍ୟପେୟ ଠାରୁ ଯଥା ସମ୍ଭବ ଦୂରରେ ରହିବା ଉଚିତ। କାରଣ ସୋଡ଼ିୟମର ମାତ୍ରା ଅଧିକ ଥିବା ଖାଦ୍ୟ ଖାଇଲେ ଏହା ବୃକକ ଉପରେ ବହୁ କୁପ୍ରଭାବ ପକାଏ।
ପାଉଁରୁଟିର ସେବନ –
ପାଉଁରୁଟିର ଅଧିକ ସେବନ କରିବା ମଧ୍ୟ ଉଚିତ ନୁହେଁ। ଯେଉଁମାନଙ୍କର ବୃକକ ଜନିତ ସମସ୍ୟା ରହୁଛି ସେମାନେ ପାଉଁରୁଟି ସେବନ କରିବା ଆଦୌ ଉଚିତ ନୁହେଁ। କିନ୍ତୁ ଏହାକୁ ୨ ସପ୍ତାହକୁ ଥରେ ଖାଇପାରିବେ।
ଫଳ –
ଯେଉଁମାନଙ୍କର ବୃକକ ଜନିତ କୌଣସି ସମସ୍ୟା ରହୁଛି ସେ କଦଳୀ, କମଳା ରସ ଖାଇବା ଦ୍ୱାରା ବୃକକ ଉପରେ କୁପ୍ରଭାବ ପଡ଼ିଥାଏ। ଏହି ଦୁଇଟି ଫଳରେ ପୋଟାସିୟମ ମାତ୍ରା ଅଧିକ ଥାଏ। ଯାହା ବୃକକ ଉପରେ କୁପ୍ରଭାବ ପକାଇଥାଏ।
ମାଂସ –
ମାଂସର ଅଧିକ ସେବନ ମଧ୍ୟ ବୃକକ ପାଇଁ କ୍ଷତିକାରକ। ତେଣୁ ୨ ସପ୍ତାହକୁ ଥରେ ମାଂସର ସେବନ କରିପାରିବେ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories