www.samajalive.in
Saturday, December 6, 2025
15.1 C
Bhubaneswar

ସକାଳୁ ପାଣିରେ ହଳଦୀ ମିଶାଇ ପିଇବାର ଲାଭ

ସକାଳେ ଖାଲି ପେଟରେ ଉଷୁମ ପାଣି କିମ୍ବା ସାଧା ପାଣି ପିଇବାକୁ ପରାମର୍ଶ ଦିଆଯାଇଥାଏ। ଏହା ଏକ ଭଲ ଅଭ୍ୟାସ ଅଟେ। ଏହାଦ୍ବାରା ଶରୀରକୁ ଅନେକ ଲାଭ ମିଳିଥାଏ। ଯଦି ଆପଣ ସେହି ପାଣିରେ ଅଧ ଚାମଚ ହଳଦୀ ମିଶାଇ ପିଇବେ ତେବେ ଆପଣଙ୍କ ଶରୀରକୁ ମିଳୁଥିବା ଲାଭ ଅଧିକ ହୋଇଯିବ। ହଳଦୀରେ ଆଣ୍ଟି-ଇଫ୍ଲେମେଣ୍ଟ୍ରି ଓ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ଭରପୂର ମାତ୍ରାରେ ରହିଛି। ପ୍ରତ୍ୟେକ ଦିନ ସକାଳେ ଆମେ ଏହାକୁ ପିଇପାରିବା। ଏହାଦ୍ବାରା ଯକୃତ ସୁସ୍ଥ ରହିବା ସହ ମସ୍ତିଷ୍କର କୋଷିକା ଗୁଡିକ ସୁରକ୍ଷିତ ରହିଥାଏ। ଏହା ବ୍ୟତୀତ ଶରୀରକୁ ଅନେକ ଲାଭ ମିଳିଥାଏ। ଆସନ୍ତୁ ଜାଣିବା ସକାଳୁ ଉଷୁମ ପାଣିରେ ହଳଦୀ ମିଶାଇ ପିଇବା ଦ୍ବାରା ଶରୀରକୁ କ’ଣ କ’ଣ ଲାଭ ମିଳେ ..

ପାଚନ କ୍ରିୟା ଠିକ ଭାବେ ହୁଏ :

- Advertisement -

ହଳଦୀ ଆପଣ ପେଟ ପାଇଁ ଲାଭକାରୀ ଅଟେ। ଏହା ପିତ୍ତକୋଷରୁ ପିତ୍ତ ରସ ଉତ୍ପନ୍ନ କରି ଶକ୍ତି ପ୍ରଦାନ କରିଥାଏ। ପିତ୍ତରସ ଖାଦ୍ୟକୁ ହଜମ କରିବାରେ ସହାୟକ ହୋଇଥାଏ। ଏହା ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ। ଯଦି ଆପଣ ଅତ୍ୟଧିକ ଜଙ୍କ ଫୁଡ୍‌ ସେବନ କରୁଛନ୍ତି ତେବେ ସକାଳେ ପାଣି ସହ ହଳଦୀ ମିଶାଇ ନିଶ୍ଚିନ୍ତ ଭାବେ ପିଅନ୍ତୁ।

ଆଣ୍ଠୁଗଣ୍ଠି ବିନ୍ଧା କମ କରେ :

ହଳଦୀରେ ଆଣ୍ଟି-ଇଫ୍ଲେମେଟ୍ରି ଗୁଣ ରହିଛି। ଏହା ଶରୀରକୁ ଅନେକ ସଂକ୍ରାମକ ରୋଗ ଠାରୁ ରକ୍ଷା କରିଥାଏ। ଆଣ୍ଠୁଗଣ୍ଠି ବିନ୍ଧା ହେଉଥିବା ବ୍ୟକ୍ତିମାନେ ଉଷୁମ ପାଣିରେ ହଳଦୀ ମିଶାଇ ନିୟମିତ ପିଇବା ଉଚିତ। ଏପରି କରିବା ଦ୍ବାରା ତାଙ୍କୁ ବିନ୍ଧାରୁ ମୁକ୍ତି ମିଳିଥାଏ।

ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଥାଏ :

ହଳଦୀ ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ। ଏହାକୁ ସେବନ କରିବା ଦ୍ବାରା ମୁହଁର ଚମକ ବୃଦ୍ଧି ପାଇଥାଏ। ହଳଦୀ ପ୍ରାକୃତିକ ରୂପେ ରକ୍ତକୁ ସଫା କରିଥାଏ। ଏହାଦ୍ବାରା ଶରୀର ସୁସ୍ଥ ରହିବା ସହ ଶରୀରର ରଙ୍ଗ ବୃଦ୍ଧି ହୋଇଥାଏ।

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ :

ହଳଦୀରେ ଆଣ୍ଟି-ଟକସିନ୍ସ ରହିଛି। ଏହା ଆପଣଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ହଳଦୀ ପାଣି ସେବନ କରିବା ଦ୍ବାରା ଆପଣଙ୍କ ଶରୀର ଫ୍ଲୁ ଓ ଅନ୍ୟାନ୍ୟ ସଂକ୍ରମଣ ଜନିତ ରୋଗ ଠାରୁ ରକ୍ଷା ପାଇଥାଏ। ଏହାସହ ଶରୀରକୁ ଭିନ୍ନ ଭିନ୍ନ ରୋଗ ସହ ଲଢିବାରେ ସହାୟକ ହୋଇଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories