www.samajalive.in
Sunday, December 14, 2025
17.1 C
Bhubaneswar

ସ୍କୁଲ ଭିତରେ ୫ ଛାତ୍ରୀଙ୍କୁ ଦୁଷ୍କର୍ମ, ପ୍ରଧାନ ଶିକ୍ଷକଙ୍କ ନାଁରେ ମାମଲା

ଗୁରୁ-ଶିଷ୍ୟ ସମ୍ପର୍କ ପବିତ୍ର। କିନ୍ତୁ ଆଜିକାଲି ସମୟରେ ଅଧିକାଂଶ କ୍ଷେତ୍ରରେ ଏହାକୁ କଳଙ୍କିତ କରୁଛନ୍ତି କିଛି ଶିକ୍ଷକ। ସେମାନଙ୍କ ପାଇଁ ଏହି ସମ୍ପର୍କରେ ଦାଗ ଲାଗିଯାଉଛି। ଏପରି ଏକ ଘଟଣା ସାମ୍ନାକୁ ଆସିଛି ତେଲେଙ୍ଗାନାରେ। ଏକ ସରକାରୀ ସ୍କୁଲର ପ୍ରଧାନ ଶିକ୍ଷକ ୫ ଜଣ ଛାତ୍ରୀଙ୍କୁ ସ୍କୁଲ ଭିତରେ ବାରମ୍ବାର ଦୁଷ୍କର୍ମ କରିବା ଭଳି ଚାଞ୍ଚଲ୍ୟକର ଘଟଣା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି।

Image Source : thelogicalindian.com

ତେଲେଙ୍ଗାନାର ଭଦ୍ରାଦ୍ରି କୋଠାଗୁଡେମ ଜିଲାରେ ଏହି ଘଟଣା ଘଟିଛି। ଘଟଣାଟି ସାମ୍ନାକୁ ଆସିବା ପରେ ପୁଲିସ ପ୍ରଧାନ ଶିକ୍ଷକଙ୍କ ବିରୋଧରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ୪୦ ବର୍ଷୀୟ ଏହି ପ୍ରଧାନ ଶିକ୍ଷକ ସ୍କୁଲ ପରିସରରେ ୭ରୁ ୧୧ ବର୍ଷର ୫ ଛାତ୍ରୀଙ୍କୁ ଦୁଷ୍କର୍ମ କରିଛନ୍ତି। ଗତ ଅଗଷ୍ଟରୁ ବାରମ୍ବାର ସେ ଏପରି ଘୃଣ୍ୟ କାର୍ଯ୍ୟ କରିଆସୁଥିଲେ ବୋଲି ପୁଲିସ କହିଛି।

- Advertisement -

ଏପରି କି ଦୁଷ୍କର୍ମ କରିବା ପୂର୍ବରୁ ସେ ଛାତ୍ରୀମାନଙ୍କୁ ଅଶ୍ଳୀଳ ଭିଡିଓ ଦେଖାଉଥିଲେ। ଦୁଷ୍କର୍ମ ପରେ ଏ ବିଷୟରେ କାହାକୁ ନ କହିବା ଲାଗି ଧମକ ଦେଉଥିଲେ। କିନ୍ତୁ ନିକଟରେ ୨ୟ ଶ୍ରେଣୀରେ ପଢୁଥିବା ଜଣେ ୭ବର୍ଷୀୟା ଛାତ୍ରୀ ହଠାତ୍‌ ଅସୁସ୍ଥ ହୋଇଯିବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ସେ ତାଙ୍କ ମା’ଙ୍କୁ ସମ୍ପୂର୍ଣ୍ଣ ଘଟଣା କହିଥିଲେ। ଏ ନେଇ ପୁଲିସ ନିକଟରେ ଅଭିଯୋଗ କରାଯିବା ପରେ ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତରୁ ଜଣାପଡ଼ିଥିଲା ଯେ, ସମ୍ପୃକ୍ତ ପ୍ରଧାନ ଶିକ୍ଷକ ଜଣକ ଏହି ଜଣେ ଛାତ୍ରୀ ନୁହେଁ, ବରଂ ୫ ଜଣ ଛାତ୍ରୀଙ୍କୁ ଦୁଷ୍କର୍ମ କରିଆସୁଥିଲେ ବୋଲି ଲକ୍ଷ୍ମୀଦେବପାଲ୍ଲୀ ଥାନା ଏସଆଇ ଅଞ୍ଜୟା କହିଛନ୍ତି।

ପ୍ରଧାନ ଶିକ୍ଷକଙ୍କ ବିରୋଧରେ ଆଇପିସି ଦଫା ୩୭୬ ଏବଂ ପୋକ୍‌ସୋ ଆଇନ ଅନୁସାରେ ମାମଲା ରୁଜୁ କରିଛି ପୁଲିସ। ଅଭିଯୁକ୍ତ ପ୍ରଧାନ ଶିକ୍ଷକ ଏଯାଏ ଧରାପଡ଼ି ନାହିଁ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories