ବଡ ଖବର
# ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ୧୦ ଘଣ୍ଟା ଜେରାପରେ ସିବିଆଇ ଅଦାଲତରେ ହାଜର ହେଲେ ହରିଆନାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ସିଂହ ହୁଡଡା
# ୨୦୦୨ ଅକ୍ଷରଧାମ ମନ୍ଦିର ଆତଙ୍କବାଦୀ ଆକ୍ରମଣରେ ସଂପୃକ୍ତ ଲକ୍ସର-ଇ-ତୋଇବା ଆତଙ୍କବାଦୀ ୟସଲ ଗୁଲାମ ମୈୟୁଦ୍ଦିନ ବଟ୍ ଗିରଫ
# ଦେଶର ପ୍ରାୟ ୨୦-୨୫ଟି ଏୟାରପୋର୍ଟର ଘରୋଇକରଣ କରିବେ କେନ୍ଦ୍ର ସରକାର
# ଗତବର୍ଷ କେରଳ ବନ୍ୟାରେ ଉଦ୍ଧାର କାର୍ୟ୍ୟରେ ନିୟୋଜିତ ହୋଇଥିବା ଭାରତୀୟ ବାୟୁସେନା କେରଳ ସରକାରଙ୍କ ନିକଟକୁ ପଠାଇଲେ ୧୧୩.୬୯ କୋଟି ଟଙ୍କାର ବିଲ୍
ଆଞ୍ଚଳିକ
# ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ମାଲକାନଗିରି ଜିଲ୍ଲା ସଦର ମହକୁମା ଥାନାର ୩ ପୁଲିସ୍ ଅଧିକାରୀ ଆଇଆଇସି ରଞ୍ଜନ ସାହୁ, ଏସ୍ଆଇ ମାନସ ରଞ୍ଜନ ଓ ସୁନୀଲ କୁମାର, ରଞ୍ଜନ ସାହୁକୁ ସସ୍ପେଣ୍ଡ କଲେ ପୁଲିସ ଡିଜି
# କଟକରେ ୩ ଜଣଙ୍କୁ ହତ୍ୟା ପରେ କମିଶନରେଟ୍ ପୁଲିସ୍ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଜାରି, ହତ୍ୟାକାରୀକୁ ଧରିବା ଲାଗି ପାଟ୍ରୋଲିଂ ବ୍ୟବସ୍ଥା ଜୋରଦାର
# ମନସୁନ୍ ଟ୍ରଫ୍ ଲାଇନ୍ ପ୍ରଭାବରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ଅନୁଗୁଳ ଏବଂ ସମ୍ବଲପୁରରେ ପ୍ରବଳ ବର୍ଷା ସମ୍ଭାବନା
# ଅନୁଗୁଳ ଏମ୍ସିଏଲ୍ର ଭରତପୁର କୋଇଲା ଖଣିରେ ମାଟି ଧସିବା ଘଟଣାରେ ଆଉ ୨ଜଣଙ୍କ ମୃତଦେହ ଉଦ୍ଧାର
# ବିଧାନସଭାରେ ଶିଳ୍ପମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଉତ୍ତର – କଳାହାଣ୍ଡିରେ ଏମଏସଏମଇ ପାର୍କ ନିର୍ମାଣ ଓ ଧାମରାରେ ୭ଟି ବୃହତ ଶିଳ୍ପ ପ୍ରତିଷ୍ଠା ପାଇଁ ସରକାରୀ ଅନୁମୋଦନ ମିଳିଛି।
# ବିଧାନସଭାରେ ଶିଳ୍ପମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର କହିଛନ୍ତି – ଧାମରାରେ ଲ୍ୟାଣ୍ଡ୍ ବ୍ୟାଙ୍କ ପ୍ରତିଷ୍ଠା ହୋଇଛି
# ବିଦ୍ୟାଳୟରେ କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତି ପ୍ରସଙ୍ଗ ନେଇ ବିଧାନସଭାରେ ଚର୍ଚ୍ଚା, କାହିଁକି ଛଟେଇ କଲ ବୋଲି ପଚାରିଲେ ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ
# କେନ୍ଦ୍ରାପଡ଼ା ବିଜେଡି ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ଭାଇ ଅନୁପ୍ରାସଙ୍କ ବିରୋଧରେ ମହିଳା ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଅଭିଯୋଗର ଏଯାଏ ପ୍ରମାଣ ମିଳି ନ ଥିବା କଟକ ଡିସିପିଙ୍କ ସୂଚନା
# ୮ ବର୍ଷ ପରେ ପୁଣି ଥରେ ଆରମ୍ଭ ହେଲା ସମ୍ବଲପୁର ଜୟଶ୍ରୀ ନିଖୋଜ ମାମଲା, ଅଭିଯୁକ୍ତ ବସନ୍ତ ପଣ୍ଡା ଗିରଫ
# ଅନୁଗୋଳର ଜଣେ ନାବାଳିକା ଦୁଷ୍କର୍ମକାରୀ ଅନାମ ଦେହୁରୀକୁ ଫାଶୀ ଦଣ୍ଡାଦେଶ ଶୁଣାଇଲେ ଅନୁଗୋଳ ‘ପକ୍ସୋ’ କୋର୍ଟ ବିଚାରପତି ସୁରେଶ ଚନ୍ଦ୍ର ପ୍ରଧାନ
# ଆରମ୍ଭ ହେଲା ରଥ ଭଙ୍ଗା କାର୍ଯ୍ୟ -୧୨ ଦିନରେ ସରିବ କାମ
# ଆତ୍ମଘୋଷିତ ବାବା ସାରଥୀଙ୍କ ସମସ୍ତ ଗତିବିଧି ଉପରେ ନଜର ରଖିବ କ୍ରାଇମବ୍ରାଞ୍ଚ
# ବର୍ଷାରେ ଉବୁଟୁବୁ ପୁରୀ ସହର, ବଡ଼ଦାଣ୍ଡରେ କୃତ୍ରିମ ବନ୍ୟା ପରିସ୍ଥିତି
# ଦୁଇ ଦିନରେ ବର୍ଷା ନହେଲେ ସ୍ଥିତି ଗମ୍ଭୀର ହେବ – ରାଜସ୍ଵ ମନ୍ତ୍ରୀ ସୁଦାମ ମାରାଣ୍ଡି।
# ବିଗତ ୭ ମାସରେ ନିଶା କାରବାରରେ ୫୫୦ ଜଣ ଗିରଫ – କ୍ରାଇମବ୍ରାଂଚ ଏସଟିଏଫ ଏସପି ରାହୁଲ ପିଆର
# ଦେଶର ୧୭ଟି ଆଦର୍ଶ ପର୍ୟ୍ୟଟନସ୍ଥଳୀ ତାଲିକାରେ ପୁରୀ ଜଗନ୍ନାଥ ମନ୍ଦିର ଓ କୋଣାର୍କ ସୂର୍ୟ୍ୟ ମନ୍ଦିରକୁ ସାମିଲ କରିବା ନେଇ କେନ୍ଦ୍ର ପର୍ୟ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲଙ୍କୁ ପତ୍ର ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
# ତାଳଚେର ଭରତପୁର କୋଇଲା ଖଣି ଦୁର୍ଘଟଣା – ମୃତକଙ୍କ ପରିବାର ପ୍ରତି ୫ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
# ଖୋର୍ଦ୍ଧା ଟାଙ୍ଗୀ ଥାନା ଲକ୍ଷ୍ମୀଧରପୁରରେ ଦମ୍ପତ୍ତିଙ୍କୁ ବନ୍ଧୁକ ଦେଖାଇ ଡାକ୍ତରଙ୍କ ଘରୁ ଚୋରି ଅଭିଯୋଗ
# କଳାହାଣ୍ଡି ଉର୍ଲାଦାନି ଅଞ୍ଚଳରେ ମାଓ ପୋଷ୍ଟର – ଜଳ ,ଜମି ଓ ଜଙ୍ଗଲ ଅଧିକାର ପାଇଁ ଏକଜୁଟ ହେବାକୁ ନିର୍ଦ୍ଦେଶ
# ରାୟଗଡ଼ା ବିଷମକଟକରେ ପୁଣି ଜଣେ ନାବାଳିକା ବଳାତ୍କାର – ଦୁଇ ନାବାଳକ ଅଟକ
# ଭୁବନେଶ୍ୱର ସଂସ୍କୃତି ବିଭାଗ ଅଧୀନସ୍ଥ ରବିନ୍ଦ୍ରମଣ୍ଡପ, ଭଞ୍ଜକଳାମଣ୍ଡପ ଓ ଉତ୍କଳମଣ୍ଡପ ରିଜର୍ଭେସନ୍ ପାଇଁ ଖୁବଶ୍ରୀଘ୍ର ଆରମ୍ଭ ହେବ ଅନଲାଇନ
# ଓଡ଼ିଶା ପ୍ରଶାସନିକ ସେବା ସ୍ତରରେ ଅଦଳବଦଳ – ୪୮ଜଣ ବରିଷ୍ଠ ଓଏଏସ ଅଫିସରଙ୍କ ବିଭାଗ ବଦଳି
# ସ୍ୱାସ୍ଥ୍ୟ ବିଭାଗ ଡ୍ରଗ୍ସ କଣ୍ଟ୍ରୋଲ ଶାଖା ପକ୍ଷରୁ କଳିଙ୍ଗ ହସ୍ପିଟାଲରେ ଚଢାଉ – ନିମ୍ନମାନର ଔଷଧ ଜବତ
# ୪ ହଜାର କମ୍ପ୍ୟୁଟର ଶିକ୍ଷକ ଛଟେଇ ହେବା ଫଳରେ ହଜାର ହଜାର ଛାତ୍ରଛାତ୍ରୀ କମ୍ପ୍ୟୁଟର ଶିକ୍ଷାରୁ ବଞ୍ଚିତ ହୋଇଥିବା କହିଛନ୍ତି – ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ
ଜାତୀୟ
# ବିହାରର ମହିଳା ସାଂସଦ ରମା ଦେବୀଙ୍କୁ ଅଭଦ୍ରୋଚିତ ଢଙ୍ଗରେ ଇଙ୍ଗିତ କରିଥିବାରୁ ସମାଜବାଦୀ ପାର୍ଟି ସାଂସଦ ଆଜମ ଖାନ୍ଙ୍କୁ କେନ୍ଦ୍ର କରି ଲୋକସଭାରେ ହଙ୍ଗାମ
# ଲୋକସଭାର ସମସ୍ତ ମହିଳା ସାଂସଦ ଆଜମ ଖାନ୍ଙ୍କ ବୟାନକୁ କଡ଼ା ଭାଷାରେ ସମାଲୋଚନା କରି ସେ କ୍ଷମା ମାଗନ୍ତୁ ବୋଲି ଦାବି
# ଚତୁର୍ଥ ଥର ପାଇଁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଏସ୍ ୟେଦ୍ଦୁରପ୍ପା
# କର୍ଣ୍ଣାଟକର ଚାଷୀଙ୍କୁ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ବ୍ୟତୀତ ବର୍ଷକୁ ଚାଷୀଙ୍କୁ ୪ ହଜାର ଟଙ୍କା ମିଳିବ – ମୁଖ୍ୟମନ୍ତ୍ରୀ ବି ଏସ୍ ୟେଦ୍ଦୁରପ୍ପା
# ନିର୍ବାଚନ ଲଢିବା ପାଇଁ ଆର୍ଥିକ ସାହାଯ୍ୟ ଯୋଗାଇବାକୁ ପ୍ରଧାନମନ୍ତ୍ରୀଙ୍କ ଠାରେ ଦାବି କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ
# ଆତଙ୍କବାଦୀ ବିରୋଧୀ ଆଇନରେ ସଂଶୋଧନ ବିଧେୟକ ଲାଗୁ ହେବା ପରେ ଏହାର ପ୍ରଥମ ଦୁଇ ଶିକାର ହେବେ ହାଫିଜ ସଇଦ ଏବଂ ମସୁଦ ଆଜହର – ଗୃହ ମନ୍ତ୍ରାଳୟ
# ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଜୁଲାଇ ୩୧ରୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ଟେରିଟୋରିଆଲ ଆର୍ମିର ପାରାସୁଟ ରେଜିମେଣ୍ଟରେ ମୁତୟନ ହେବେ
# କାର୍ଗିଲ ବିଜୟ ଦିବସ ୨୦ବର୍ଷ ପୂରଣ ହେବା ଉପଲକ୍ଷେ ପୁଣି ଥରେ ପାକିସ୍ତାନକୁ ଚେତାବନୀ ଦେଇଛନ୍ତି ସେନା ମୁଖ୍ୟ ଜେନେରାଲ ବିପିନ ରାୱତ
# ସେନା ମୁଖ୍ୟ ଜେନେରାଲ ବିପିନ ରାୱତ କହିଛନ୍ତି – ଜାମ୍ମୁ କାଶ୍ମୀର କେବଳ ଭାରତର, ପାକିସ୍ତାନର କବଜାରେ ଥିବା ପିଓକେ, ଅକ୍ସାଇ ଚୀନ ନିୟନ୍ତ୍ରଣରେ ଥିବାରୁ ଏହା ଉପରେ ରାଜନୈତିକ ନେତୃତ୍ୱର ଖୁବଶୀଘ୍ର ନିଷ୍ପତି ହେବା ଆବଶ୍ୟକ
# କେନ୍ଦ୍ର ସରକାରଙ୍କ ପବ୍ଲିକ୍ ଆକାଉଣ୍ଟସ୍ କମିଟି, ଅନୁସୂଚିତ ଜାତି ଓ ଜନଜାତି ଏବଂ ଅଣ୍ଡରଷ୍ଟାଣ୍ଡିଂ କମିଟିରେ ସ୍ଥାନ ପାଇଲେ ତିନି ଓଡ଼ିଆ ସାଂସଦ
# ପବ୍ଲିକ୍ ଆକାଉଣ୍ଟସ୍ କମିଟିରେ ସଦସ୍ୟ ରହିଲେ କଟକର ବିଜେଡ଼ି ସାଂସଦ ଭର୍ତ୍ତୃହରି ମହତାବ
# ପବ୍ଲିକ୍ ଅଣ୍ଡରଷ୍ଟାଣ୍ଡିଂ କମିଟିରେ ବିଜେଡ଼ି ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ
# ଭାରତୀୟ ନୌସେନା ମୁଖ୍ୟ ଆଡମିରଲ କରମବୀର ସିଂହ କହିଛନ୍ତି – ଏବେ ଭାରତୀୟ ସେନାକୁ ଚୀନକୁ ଜବାବ ଦେବାର ସମୟ ଆସିଛି
# ଲୋକସଭା ବାଚସ୍ପତି ଓମ ବିର୍ଲା କହିଛନ୍ତି – ସଂସଦ ବ୍ରିଟିଶ କାଳର ଆଇନ କାନୁନକୁ ପରିବର୍ତ୍ତନ କରୁ
# ବ୍ୟାଚଲର ଅଫ ଏଜୁକେସନ (ବି.ଏଡ଼) ପାଠ୍ୟକ୍ରମର ଅବଧି ହେଲା ୪ ବର୍ଷ, ଯୁକ୍ତ ଦୁଇ ପରେ ଏହି ୪ ବର୍ଷୀୟା ଇନଟିଗ୍ରେଟେଡ଼ ବି.ଏଡ଼ କୋର୍ସ କରିହେବ
ଆନ୍ତର୍ଜାତିକ
# ଖବର ଶୁଣି ଲୋକେ ହସିଲେ – ଚୀନ ବଳରେ ବଳିଆନ ହୋଇ ଆସନ୍ତା ୨୦୨୨ ସୁଦ୍ଧା ମହାକାଶକୁ ମଣିଷ ପଠେଇବାକୁ ଯୋଜନା କରିଛି ପାକିସ୍ତାନ
# ଇରାନ ଦ୍ୱାରା ଜବତ ବ୍ରିଟିଶ ଜାହାଜରେ ଥିବା ୧୮ ଜଣ ଭାରତୀୟଙ୍କୁ ମିଳିଲା ଦୂତାବାସ ସହାୟତା



