ରାତି ୧୧ଟା: ମୁଖ୍ୟ ସମ୍ବାଦ
ବଡ ଖବର:
# ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ଚାମ୍ପିୟନସିପ୍ ଟିମ୍ ଇଭେଣ୍ଟ ଫାଇନାଲରେ ପ୍ରବେଶ କଲେ ଉଭୟ ଭାରତୀୟ ପୁରୁଷ ଓ ମହିଳା ଟିମ୍
# ଦୁନିଆର ସବୁଠୁ ଅଧିକ ଚର୍ଚ୍ଚିତ ଭାରତୀୟ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
# କୁଲଭୂଷଣ ଯାଦବ ମାମଲାରେ ନୂଆ ଫର୍ଦ୍ଦ, ଭାରତ ଓ ଚୀନ ସେନା କରିବେ ମିଳିତ ସମରାଭ୍ୟାସ
ଆଞ୍ଚଳିକ
– ଦିଲ୍ଲୀରୁ ଅଳଙ୍କାର ଚୋରି ଅଭିଯୋଗରେ ସୋର ଥାନା ଅନ୍ତର୍ଗତ ରଘୁନାଥପୁରରୁ କରୁଣାକର ଦାସ ଗିରଫ
– ବାଲେଶ୍ବର ସହଦେବ ଖୁଣ୍ଟା ଥାନା ଅଞ୍ଚଳରେ ନକଲି ମୋବିଲ କାରଖାନା ଠାବ,୨ ଗିରଫ
– ଭଦ୍ରକ ବମୁକୁରା ପଞ୍ଚାୟତ ଦେଉଳଡିହ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ, ୬ଟି ଗୋରୁ ଜୀବନ୍ତ ଦଗ୍ଧ
– ସମ୍ବଲପୁର ଓ ବାଲେଶ୍ୱରରେ ଡପଲର୍ ରାଡାର ସ୍ଥାପନ କରିବେ ପାଇଁ ରାଜ୍ୟ ସରକାର
– ‘ଉଡାନ-୩’ ଯୋଜନାରେ ଦେଶର ୫ଟି ସଫଳ ‘ଉଡାଣ’ ବିମାନବନ୍ଦରରେ ସ୍ଥାନ ପାଇଲା ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର
– ମାଲକାନଗିରିରେ ପୁଅ ଭଳି ବାପାଙ୍କ ମୃତଦେହକୁ କାନ୍ଧ ଦେବା ସହ ମୁଖାଗ୍ନି ଦେଲେ ଦୁଇ ଝିଅ
– ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଡିଏଫ୍ଓ ଆଶିଷ ବେହେରାଙ୍କ ଘର ସମେତ ୯ଟି ସ୍ଥାନରେ ଏକକାଳୀନ ଚଢ଼ଉ କରିଛି ଭିଜିଲାନ୍ସ ଟିମ୍
– ଭୁବନେଶ୍ୱରରେ ଆଜିଠାରୁ ଆରମ୍ଭ ହୋଇଛି ତିନି ଦିନିଆ କଳିଙ୍ଗ ସାହିତ୍ୟ ମହୋତ୍ସବ, ଜାତୀୟ ଏବଂ ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଲେଖକ ସାମିଲ
ଜାତୀୟ
– ଅରୁଣାଚଳପ୍ରଦେଶ, ଆସାମ ଏବଂ ନାଗାଲାଣ୍ଡର କେତେକ ସ୍ଥାନରେ ୫.୬ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ଝଟକା ଅନୁଭୂତ
– ଭୁବନେଶ୍ୱରରୁ ଜଗଦଲପୁର ଏବଂ ଜୁନାଗଡକୁ ଦୁଇଟି ଅଲଗା ଟ୍ରେନ୍ ଚଳାଇବା ଲାଗି ରେଳମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ଅନୁରୋଧ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
– ଜାମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ସମ୍ପର୍କୀୟ ଭାଇ ସଜାଦ ମୁଫତିଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ
– ଆସାମରେ ବନ୍ୟା ଓ ଭୂସ୍ଖଳନରେ ୩୭ ମୃତ, ୨୮ ଜିଲ୍ଲାର ୧୦୩ ରାଜସ୍ୱ ଅଂଚଳର ୪୧୨୮ଟି ଗାଁ ଜଳମଗ୍ନ, ୮୦ ପ୍ରତିଶତ କାଜିରଙ୍ଗା ଜାତୀୟ ଉଦ୍ୟାନ ଜଳମଗ୍ନ
– ୨୬/୧୧ ମୁମ୍ବଇ ଆକ୍ରମଣ ମାଷ୍ଟରମାଇଣ୍ଡ ହାଫିଜ ସୟିଦ ଗିରଫ କିନ୍ତୁ ପାକିସ୍ତାନ ଯୋଗାଇ ଦେଉଛି ଭିଆଇପି ଆତିଥ୍ୟ
– ନୀତି ଆୟୋଗ ସବ କମିଟିରେ ସାମିଲ ପରେ କଂଗ୍ରେସର ବରିଷ୍ଠ ନେତା ତଥା ମୁଖ୍ୟମନ୍ତ୍ରୀ କମଲନାଥ କହିଛନ୍ତି – ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କୃତଜ୍ଞତା ଜଣାଉଛି, ମୋଦୀଙ୍କ ନିକଟରେ କୌଣସି ଭେଦଭାବ ନାହିଁ
– ସମାଜବାଦୀ ପାର୍ଟି ନେତା ତଥା ରାମପୁର ସାଂସଦ ଆଜମ ଖାନଙ୍କୁ ରାମପୁର ଜିଲା ପ୍ରଶାସନ ଘୋଷଣା କଲା ଭୂ-ମାଫିଆ
– ଟିକଟକ୍ ଆପରେ ସାମ୍ପ୍ରଦାୟିକ ହିଂସା ସୃଷ୍ଟିକାରୀ ଭିଡିଓ ଅପଲୋଡ଼ ଅଭିଯୋଗରେ ବିବାଦୀୟ ଅଭିନେତା ଏଜାଜ ଖାନ ଗିରଫ
– ଧାରାବାହିକ ‘ସଙ୍କଟମୋଚନ ହନୁମାନ’ର ଶିଶୁ କଳାକାର ଶିବଲେଖ ସିଂହ (୧୪)ଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ
– ଇସଲାମିକ୍ ବ୍ୟାଙ୍କ ନାମରେ ୩୦ ହଜାର ମୁସଲିମ୍ଙ୍କଠାରୁ ହଜାର ହଜାର କୋଟି ଟଙ୍କା ଠକି ନେଇଥିବା ମନ୍ସୁନ୍ ଖାନ୍ ଗିରଫ
ଆନ୍ତର୍ଜାତିକ
– ମଶା ପ୍ରଜାତିକୁ ସମୂଳେ ନଷ୍ଟ କରିବା ପାଇଁ ଚୀନ ବୈଜ୍ଞାନିକମାନେ ବାହାର କଲେ ନୂଆ କୌଶଳ
– ମୁସଲିମ ଲିଗ୍ର ପତାକା ସହ ସାଦୃଶ୍ୟତା ରଖୁଥିବା ପତାକା ଉପରେ ପ୍ରତିବନ୍ଧକ ଲଗାଇବା ସଂପର୍କିତ ମାମଲାରେ କେନ୍ଦ୍ରକୁ ଜବାବ ତଲବ କଲେ ସୁପ୍ରିମକୋର୍ଟ
– ଆସନ୍ତା ୯ ମାସ ମଧ୍ୟରେ ଅଯୋଧ୍ୟାର ବିବାଦୀୟ ବାବ୍ରୀ ମସଜିଦ୍ ଢାଞ୍ଚା ଭଙ୍ଗା ଘଟଣାର ବିଚାର କରି ରାୟ ଦେବାକୁ ସ୍ୱତନ୍ତ୍ର ସିବିଆଇ କୋର୍ଟଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ
– ହାଫିଜ ସଇଦ ଗିରଫଦାରୀ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପଙ୍କ ଟ୍ଵିଟ୍ – ହାଫିଜକୁ ଖୋଜିବା ପାଇଁ ଗତ ଦୁଇ ବର୍ଷ ହେବ ପାକିସ୍ତାନ ଉପରେ ବହୁତ ଚାପ ପକାଯାଇଥିଲା
Comments are closed.