www.samajalive.in
Saturday, December 6, 2025
15.1 C
Bhubaneswar

ରାତି ୯ଟା-ମୁଖ୍ୟ ଖବର

– ଆସନ୍ତା ବର୍ଷ ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ନିର୍ଦ୍ଧାରିତ ସମୟରେ ହେବ : ମୁଖ୍ୟ ନିର୍ବାଚନ କମିଶନର୍‍

ଚଳିତ ମାସର ପ୍ରଥମ ୪ ଦିନରେ ବିଦେଶୀ ପୁଞ୍ଜି ନିବେଶକମାନେ ୮ହଜାର କୋଟି ଟଙ୍କା ଭାରତୀୟ ପୁଞ୍ଜି ବଜାରକୁ ଛାଡ଼ିଛନ୍ତି

– ଆଜି ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୭୩୫୮ ଆକ୍ରାନ୍ତ, ମୋଟ ଆରୋଗ୍ୟ ସଂଖ୍ୟା ୭୩୯୩୭୬କୁ ବୃଦ୍ଧି

–  ଦେଶରେ କ୍ରମାଗତ ୧୦ ଦିନ ହେଲା ଦୈନିକ କୋଭିଡ୍‍ ସଂକ୍ରମଣ ସଂଖ୍ୟା ୨ ଲକ୍ଷ ତଳେ

– ଦେଶରେ ଆଜି ୧,୧୪,୪୬୦ ନୂଆ ପଜିଟିଭ ଚିହ୍ନଟ, ୨,୬୭୭ମୃତ ଓ ୧,୮୯,୨୩୨ ସୁସ୍ଥ

– ଗତ ୨୪ ଦିନ ହେଲା ସଂକ୍ରମିତଙ୍କଠାରୁ ଅଧିକ ସୁସ୍ଥ,ଜାତୀୟ ସୁସ୍ଥ ହାର ୯୩.୬୭%

– ଦୈନିକ ସଂକ୍ରମଣ ହାର ୫.୬୨%କୁ କମିଲା। ଲଗାତାର ତ୍ରୟୋଦଶ ଦିନ ପାଇଁ ସଂକ୍ରମଣ ହାର ୧୦%ରୁ କମ ରହିଛି।

–  ଦେଶରେ ୨୩ କୋଟିରୁ ଅଧିକ ଲୋକଙ୍କୁ କୋଭିଡ ଟିକା ଦିଆଯାଇଥିବା ସୂଚନା

– ବଲିଉଡର ବର୍ଷିଆନ ଅଭିନେତା ଦୀଲିପ କୁମାର ଅସୁସ୍ଥ, ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି
– ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି କରୋନା ଆକ୍ରାନ୍ତ, ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି

– ସେଲ୍‌ଫି ନେବାବେଳେ କାଂସବାହାଲ ଡ୍ୟାମରେ ଖସି ପଡ଼ିଲେ ୨ ଯୁବକ। ଅଗ୍ନିଶମ ବାହିନୀ ଦ୍ବାରା ୨ଯୁବକ ଉଦ୍ଧାର ପରେ ଆର୍‌ଜିଏଚ୍‌ରେ ଜଣେ ମୃତ୍ୟୁ ଘୋଷଣା, ଅନ୍ୟ ଜଣେ ଗୁରୁତର

– କେନ୍ଦୁଝର ଗଡ଼ ରେଲୱେ ଷ୍ଟେସନରେ ମାଲବାହୀ ଟ୍ରେନର ୩ବଗି ​‌ଲାଗି ଲାଇନଚ୍ୟୁତ

–ଖାଲି ମାଲବାହୀ ଟ୍ରେନଟି ମାଲ ଲୋଡିଂ ପାଇଁ ଗଲାବେଳେ ଲାଇନଚ୍ୟୁତ। କାରଣ ଅସ୍ପଷ୍ଟ, ଉଦ୍ଧାର ପାଇଁ ପହଞ୍ଚିଲେ ବରିଷ୍ଠ ଅଧିକାରୀ।

–ଦିଗପହଣ୍ଡି ଥାନା କୋଟିନଡ଼ା ଗାଁରେ ଦୁଇ ଗୋଷ୍ଠୀ ସଂଘର୍ଷ ଘଟଣା। ପୁଲିସ ଗୋଟିଏ ଗୋଷ୍ଠୀର ୪ଜଣଙ୍କୁ ଅଟକ ରଖି ପଚରାଉଚୁରା 

– ଆଜି ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ୫୬୬ କରୋନା ଆକ୍ରାନ୍ତ ଚିହ୍ନଟ। କ୍ବାରେଣ୍ଟାଇନରୁ ୧୧୨ ଓ ଲୋକାଲ କଣ୍ଟାକ୍ଟ କେସ ୪୫୪ କେସ। ଆଜି ସୁସ୍ଥ ହେଲେ ୧୨୩୧

– ଗଛ ଲଗାଇଲେ ମୁଖ୍ୟମନ୍ତ୍ରୀ ; କହିଲେ ଏହା ଏକ ଉତ୍ସାହଜନକ ଅନୁଭବ
–  କେନ୍ଦ୍ର ମନା କରିବା ପରେ ଅଟକିଲା କେଜରିୱାଲଙ୍କ ‘ଘରେ ଘରେ ରେସନ୍‌’ ଯୋଜନା

– ରାଜ୍ୟର କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ସୂଚନା, ସଂକ୍ରମଣ ହାର ଏବେ ୯%
–  ରାଜ୍ୟରେ ଦିନକରେ ୭,୦୦୨ ପଜିଟିଭ୍ ଚିହ୍ନଟ: ୪୨ ମୃତ ଓ ୭,୩୫୮ ସୁସ୍ଥ
– ଜୁନ ୧୦ରେ ଦୃଶ୍ୟମାନ ହେବ ଏ ବର୍ଷର ପ୍ରଥମ ତଥା ଶେଷ ସୂର୍ଯ୍ୟପରାଗ

– ରାଜ୍ୟରେ କରୋନା ସ୍ଥିତି ନେଇ ସ୍ବାସ୍ଥ୍ୟ ନିର୍ଦେଶକ ବିଜୟ  ମହାପାତ୍ରଙ୍କ ସୂଚନା। ଗୋଟିଏ ସମୟ ଥିଲା ଆମର ୨୩% ଉପରେ ସଂକ୍ରମଣ ହାର ରହୁଥିଲା। ଧିରେ ଧିରେ କମି ବର୍ତ୍ତମାନ ୯ ପ୍ରତିଶତରେ ପହଞ୍ଚିଲାଣି।

– ସେତେବେଳ ଟେଷ୍ଟିଂ କମ୍ ଥିଲା, ଏବେ ଟେଷ୍ଟିଂ ଗୁରୁତ୍ବ ଦେଇ ବଢ଼ାଇଛୁ। ଏଥିରୁ ଜଣାପଡୁଛି ଆମ ସଂକ୍ରମଣ ହାର କମୁଛି, ଆମ ସର୍ଭେଲାନ୍ସ କାମ ଦେଇଛି।

–ସଂକ୍ରମଣ ବ୍ରେକ ପାଇଁ ଯେଉଁ ପ୍ରୟାସ ଥିଲା, ତାହା ସଫଳ ହୋଇଛି। ଏହିପରି ସଂକ୍ରମଣ କମିଲେ, ଆଶା ଯାହା ସେଠି ପହଞ୍ଚିବାକୁ ୭ରୁ୯ଦିନ ଲାଗିବ।

–  ଆସନ୍ତା ୧୦ତାରିଖରେ ଉତରପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା, ଏହାର ପ୍ରଭାବରେ ଓଡିଶା ସମେତ ସମଗ୍ର ପୂର୍ବଭାରତରେ ଆସିପାରେ ମୌସୁମୀ

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories