www.samajalive.in
Friday, December 5, 2025
20.1 C
Bhubaneswar

ମାଲିକର ଟ୍ରାକ୍ଟର ଚାପାରେ ଶିଶୁ ଶ୍ରମିକର ମୃତ୍ୟୁ

ରେଙ୍ଗାଲିକ୍ୟାମ୍ପ : ଆଜି ଅତାବିରା ବ୍ଲକ ଝିଲିମିଣ୍ଡା ପଞ୍ଚାୟତ ଖିରାପାଳି ଆନ୍ଧ୍ର ପଡ଼ାରେ ଜଣେ ନାବାଳକ ଶିଶୁର ମାଲିକର ଟ୍ରାକ୍ଟର ତଳେ ଚାପି ହୋଇ ମୃତ୍ୟୁ ଘଟିଛି।

ଘଟଣା ସୂତ୍ରରୁ ଜଣାପଡିଛି ଯେ, ଅରୁଣ ବେହେରା (୧୪) ସପ୍ତମ ଶ୍ରେଣୀରୁ ପାଠ ପଢା ଛାଡ଼ିଦେଇଥିଲା। ନରସିଂହ କମା ନାମକ ଜଣେ ବ୍ୟକ୍ତି ଉକ୍ତ ବାଳକକୁ ପଇସାର ପ୍ରଲୋଭନ ଦେଖାଇ ଘରୁ ଡାକି ନେଇ କାମ କରାଉଥିଲେ । ଗତ ରାତ୍ରୀରେ ବାଳକଟି କାମ ସାରି ହାଲିଆ ହୋଇ ବିଲ ହୁରିରେ ବିଶ୍ରାମ ନେଉଥିବା ବେଳେ ତାର ମାଲିକର ଟ୍ରାକ୍ଟର ତଳେ ଚାପି ହୋଇଥିଲା । ମାଲିକ ଜଣକ ଏହି ଘଟଣାଟି ଉକ୍ତ ବାଳକର ପିତା ରାଜେଶ ବେହେରା ଓ ଲକ୍ଷ୍ମୀ ବେହେରାଙ୍କୁ ଜଣାଇଥିଲେ। ଏହାଶୁଣି ବିକଳ ହୋଇ ପରିବାରର ସମସ୍ତେ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ବରଗଡ଼ ସ୍ଥିତ ବିକାଶ ହସ୍ପିଟାଲକୁ ଆଣିଥିଲେ। କିନ୍ତୁ କରୋନା ପରିସ୍ଥିତିକୁ ଦେଖି ବିକାଶର ଡାକ୍ତର ମନା କରିଦେଇ ଥିଲେ। ପରେ ସେମାନେ ଖେଦାପାଳି ସ୍ଥିତ ସରକାରୀ ଡ଼ାକ୍ତରଖାନାକୁ ନେଇଥିଲେ। କିନ୍ତୁ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏହାପରେ ବାଳକର ମୃତ ଶରୀରକୁ ନେଇ ଘରକୁ ଫେରି ନିଜର ସମ୍ପର୍କୀୟମାନଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିବା ବେଳେ ମାଲିକ ସେମାନଙ୍କୁ ଧମକ ଚମକ ଦେଇ ଜବରଦସ୍ତି ବାଳକର ଶବକୁ ନେଇ ଗୋଟିଏ କିମି ଦୂରରେ ଥିବା ଏକ ତାଳ ଗଛ ତଳେ ତାର ସତ୍କାର କରିଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

- Advertisement -

ଯେଉଁ ଟ୍ରାକ୍ଟର ଚାପରେ ବାଳକର ମୃତ୍ୟୁ ହୋଇଥିଲା ସେହି ଟ୍ରାକ୍ଟରକୁ ମାଲିକ କେନାଲ ଭିତରେ ଥିବା ବୁଦା ଭିତରେ ଲୁଚାଇ ଦେଇ ଫେରାର ଥିବା ଜଣାପଡିଛି। ଶିଶୁମାନଙ୍କର ସୁରକ୍ଷା ପାଇଁ ତାଙ୍କୁ ବଞ୍ଚିବାର ଅଧିକାର, ନିରାପତ୍ତା ଅଧିକାର ଆଦି ଦିଆଯାଇ ସେମାନଙ୍କର ଶାରୀରିକ, ମାନସିକ, ବୌଦ୍ଧିକ ବିକାଶ କରି ତାକୁ ଏକ ଉତ୍ତମ ନାଗରିକ ଭାବେ ପରିଚିତ କରାଇବା ପାଇଁ ଶିଶୁ ଶ୍ରମିକ ନିରୋଧ ଆଇନ ତିଆରି କରାଯାଇଛି। ୧୪/୧୫ ବର୍ଷରୁ କମ ବାଳକ ବାଳିକା ମାନଙ୍କୁ କେହି ଶ୍ରମିକ ଭାବରେ କାମ କରାଇବା ବଡ ଅପରାଧ ବୋଲି ସୁପ୍ରିମ କୋର୍ଟଙ୍କ ମଧ୍ୟ ରାୟ ରହିଛି। ୨୦୦୨ମସିହାରେ ଆନ୍ତର୍ଜାତୀୟ ଶ୍ରମ ସଂଗଠନ ପକ୍ଷରୁ ପ୍ରତିବର୍ଷ ଜୁନ ୧୨ତାରିଖରେ ଆନ୍ତର୍ଜାତୀୟ ଶିଶୁ ଶ୍ରମିକ ନିଷେଧ ଦିବସ ପାଳନ କରାଯାଉଛି। କିନ୍ତୁ ଏବେ ଲାଗୁଛି ଏଇ ଶିଶୁ ଶ୍ରମିକ ନିରୋଧ ଆଇନ କେବଳ ନାମକୁ ମାତ୍ର। ତେବେ କିଭଳି ଭାବରେ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ନିରୀହ ଅଦିବାସୀ ଶିଶୁକୁ କାମ କରାଇ ତାକୁ ମୃତ୍ୟୁର ଶିକାର କରିଥିବା ଘଟଣା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏବେ ମୃତ ବାଳକର ପରିବାର ଶୋକାକୁଳ ଅବସ୍ଥାରେ ନିଜର ଶିଶୁ ବାଳକର ନ୍ୟାୟ ପାଇଁ ଅତାବିରା ଥାନାରେ ଅଭିଯୋଗ କରିଛନ୍ତି । ତେବେ ମାଲିକଟି କାହାର ସହାୟତା ନେଇ ଏବଂ କେଉଁ ଉଦ୍ଦେଶ୍ୟରେ ମୃତ ବାଳକର ଶରୀରକୁ ଜୋର୍ ଜବରଦସ୍ତ ଭାବରେ ଜକ୍ଷଳିଦେଇଥିଲେ ତାହା ରହସ୍ୟ ଘେରରେ। ଏ ନେଇ ସିବିଆଇ ତଦନ୍ତ କରାଯାଉ ବୋଲି ପରିବାର ପକ୍ଷରୁ ଦାବି ରହିଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories