www.samajalive.in
Saturday, December 6, 2025
14.1 C
Bhubaneswar

କଟକ ଜିଲ୍ଲାର ୧୦ ଜଣ ଶିକ୍ଷକଙ୍କୁ ପଦୋନ୍ନତି ନିଯୁକ୍ତିପତ୍ର ପ୍ରଦାନ

କଟକ : କଟକ ଜିଲ୍ଲାର ବିଭିନ୍ନ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ୧୦ ଜଣ ଏଲଏସଇଏସ ବର୍ଗର ଶିକ୍ଷକଙ୍କୁ ରାଜ୍ୟ ସରକାର ଜୁନିୟର ଏସଇଏସ ପଦକୁ ପଦୋନ୍ନତି ଦେବା ପରେ ସେମାନଙ୍କର ନିଯୁକ୍ତି ପାଇଁ ଏକ ଜିଲ୍ଲାସ୍ତରୀୟ ପରାମର୍ଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ନୂତନ ଜିଲ୍ଲା ଶିକ୍ଷା ଅଧିକାରୀ କୃଷ୍ଣ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାଉନସେଲିଂ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡଃ ସନ୍ତୋଷ କୁମାର ରାଉତ, ଦୀପ୍ତିମୟୀ ଶୁଭଦର୍ଶିନୀ, ସୋନାମିକା ରାୟ, ଉପଖଣ୍ଡ ଅଧିକାରୀ (ସେକ୍ସନ ଅଫିସର) ହୃଦୟ ବିହାରୀ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ପଦୋନ୍ନତି ପ୍ରାପ୍ତ ଶିକ୍ଷକମାନଙ୍କୁ କାଉନସେଲିଂ ମାଧ୍ୟମରେ ବିଭିନ୍ନ ଉଚ୍ଚ ବିଦ୍ୟାଳୟରେ ଖାଲିଥିବା ସ୍ଥାନରେ ଯୋଗଦାନ କରିବା ପାଇଁ ନିଯୁକ୍ତିପତ୍ର ପ୍ରଦାନ କରିଥିଲେ। ସ୍ୱଚ୍ଛତାର ସହିତ କରାଯାଇଥିବା ଏହି ତତ୍କାଳ ନିଯୁକ୍ତି ପ୍ରଦାନ ପ୍ରକ୍ରିୟାକୁ ଶିକ୍ଷକ/ଶିକ୍ଷୟିତ୍ରୀ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories