ରୋହତକ: ଦୁଷ୍କର୍ମ ମାମଲାରେ ଦଣ୍ଡ ଭୋଗୁଥିବା ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ରାମ ରହିମ ଜେଲରୁ ବାହାରିଛନ୍ତି। ୨୦ଦିନ ପାଇଁ ପାରୋଲ ମିଳିବା ପରେ ଆଜି ସକାଳୁ ରୋହତକଙ୍କ ସୁନାରିଆ ଜେଲରୁ ବାହାରି ୟୁପିର ବାଗପତସ୍ଥିତ ବର୍ଣ୍ଣାୱା ଆଶ୍ରମକୁ ଯାଇଥିଲେ। ଗତ ଚାରି ବର୍ଷ ମଧ୍ୟରେ ରାମ ରହିମ ୧୫ଥର ପାରୋଲରେ ଜେଲରୁ ବାହାରିଛନ୍ତି। ସୂଚନା ଅନୁସାରେ ଆସନ୍ତା ୫ତାରିଖରେ ହରିୟାଣା ନିର୍ବାଚନ ଥିବାରୁ ଏହା ପୂର୍ବରୁ ରାମ ରହିମଙ୍କୁ ୨୦ଦିନର ପାରୋଲ ଅନୁମତି ମିଳିଛି। ତେବେ ନିର୍ବାଚନ ସମୟରେ କୌଣସି ପ୍ରକାର ପ୍ରତ୍ୟେକ୍ଷ କିମ୍ବା ପରୋକ୍ଷ ଅଂଶଗ୍ରହଣ କରିବାକୁ ଅନୁମତି ଦିଆଯାଇନାହିଁ। ସୋସିଆଲ ମିଡ଼ିଆରେ ପ୍ରଚାର କିମ୍ବା କୌଣସି ନିର୍ବାଚନ ପ୍ରଚାର ରାଲିରେ ସାମିଲ ନହେବାକୁ ବି ନିର୍ଦ୍ଦେଶ ରହିଛି।
Popular Categories



