ଭୁବନେଶ୍ବର: ଭୁବନେଶ୍ବରରେ ଖୋଲିଲା ହରିୟାଣା ହ୍ୟାଣ୍ଡଲୁମ୍ସର ନୂତନ ଶୋ’ ରୁମ୍। ବିଶ୍ବ ପ୍ରସିଦ୍ଧ ଲକଜୁରିୟସ ମ୍ୟାଟ୍ରେସ ବ୍ରାଣ୍ଡ ସହ ଅନ୍ୟାନ୍ୟ ଘରୋଇ ଉପକରଣ ଏଠାରେ ଉପଲବ୍ଧ, ଯାହାକି ସବୁଠୁ ସ୍ବତନ୍ତ୍ର ଏବଂ ଏହା ବିଶ୍ବସ୍ତରୀୟ ସ୍ଲିପ ଅନୁଭବ ଦେବା ଲକ୍ଷ୍ୟରେ ଆରମ୍ଭ ହୋଇଛି। ଖାଲି ସେତିକି ନୁହେଁ, ଘର ପରଦା କପଡ଼ା, ସୋଫା କପଡା, ଫ୍ଲୋରିଂ, କାରପେଟ ଏବଂ ୱାଲପେପର ସହ ଟପ୍ ଫ୍ଲୋରରେ ଲକଜୁରିୟସ ମ୍ୟାଟ୍ରେସର ଏକ ପ୍ରିମିୟମ ଆଉଟଲେଟ୍ ଖୋଲାଯାଇଛି। ଘର ସଜାଇବା ପାଇଁ ଯଥେଷ୍ଟ ଉପକରଣ ଏଠାରୁ ପାଇପାରିବେ। ପଟିଆରେ ନୂଆକରି ଖୋଲିଥିବା ଏହି ହ୍ୟାଣ୍ଡଲୁମ୍ ଶୋ’ ରୁମ୍କୁ ଉଦଘାଟନ କରିଛନ୍ତି ଓଲିଉଡ ନାୟିକା ଅର୍ଚ୍ଚିତା। ସେ ଫିତା କାଟିବା ସହ ୪ଟି ଫ୍ଲୋରରେ ଥିବା ସମସ୍ତ ଉପକରଣ ବୁଲି ଦେଖିଥିଲେ। ଅର୍ଚ୍ଚିତାଙ୍କ ସହ ଆଉଟଲେଟର ସମସ୍ତ କର୍ତ୍ତୃପକ୍ଷ ଓ କର୍ମଚାରୀ ଉପସ୍ଥିତ ଥିଲେ। ପ୍ରିମିୟମ, ଲକଜୁରୀ ଏବଂ ରାଜକୀୟ ମ୍ୟାଟ୍ରେସ ଚାହୁଁଥିବା ଲୋକେ ଏଠାକୁ ନିହାତି ଆସିବା ଆବଶ୍ୟକ ବୋଲି ଅର୍ଚ୍ଚିତା କହିଛନ୍ତି।
ସିମେନ୍ସ ବିୟୁଟିରେଷ୍ଟ ବିଶ୍ବରେ ଏହା ନଂ ୧ ଲକଜୁରୀ ବ୍ରାଣ୍ଡ ହୋଇଥିବାବେଳେ ପୂର୍ବ ଭାରତର ସବୁଠୁ ବଡ଼ ଓ ଆଧୁନିକ ହୋମ୍ ଡେକର ଷ୍ଟୋର ଭାବେ ନାଁ କରିଛି। ଭାରତରେ ୬୦ରୁ ଅଧିକ ଷ୍ଟୋର ଥିବାବେଳେ ଆମେରିକାରେ ଏହାର ବ୍ରାଣ୍ଡ ବର୍ତ୍ତମାନ ୧ ନମ୍ବର ରହିଛି। ମାନରେ ଆମେ କୌଣସି ସାଲିସ୍ କରୁନା ବୋଲି କହିଛନ୍ତି ସିମେନ୍ସର ଇଣ୍ଡିଆ ବ୍ରାଣ୍ଡ ମୁଖ୍ୟ ଅନୁରାଗ ଶ୍ରୀବାସ୍ତବ। ଭୁବନେଶ୍ବରରେ ୧୯୭୦ରେ ଲଜପତ ଚାୱାଲା ଏହାର ପ୍ରଥମ ଷ୍ଟୋର ଆରମ୍ଭ କରିଥିଲେ। ଆଜି ତାଙ୍କ ପୁଅ ଗୌରବ ଚାୱାଲାଙ୍କ ନେତୃତ୍ବରେ ଭୁବନେଶ୍ବରରେ ଏହାର ତୃତୀୟ ଷ୍ଟୋର ଉଦଘାଟିତ ହୋଇଛି। ଜନପଥ ଏବଂ ରାଜମହଲ ପରେ ପଟିଆରେ ଏହାର ତୃତୀୟ ଷ୍ଟୋର ଖୋଲାଯାଇଛି। ରବିବାର ଉଦଘାଟିତ ହୋଇଥିବା ଏହି ଲକଜୁରିୟସ ମ୍ୟାଟ୍ରେସ ଶୋ’ରୁମ୍ ଊଦ୍ଘାଟନୀ ଉତ୍ସବ ଅବସରରେ ଗ୍ରାହକଙ୍କ ପାଇଁ ସ୍ବତନ୍ତ୍ର ରିହାତି ଅଫର ରଖିଛି।



