BSKY banner  750×100

ପିକଅପ୍‌‌କୁ ଧକ୍କା ଦେଲା ଟ୍ରକ ; ୫ ମୃତ,୧୫ ଆହତ

bjd gruha runa banner

ନୂଆଦିଲ୍ଲୀ : ସୋନିପତ୍‌‌ର କୁଣ୍ଡଲୀ-ମାନେସର-ପଲବଲ ଏକ୍ସପ୍ରେସ-ୱେରେ ଗାଁ ପିପଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ପାଞ୍ଚ ଜଣଙ୍କ ମୃତ୍ୟୁ ହେବା ସହ ୧୫ରୁ ଅଧିକ ଆହତ ହୋଇଛନ୍ତି। ରାସ୍ତାରେ ଥିବା ଏକ ପିକଅପ୍‌‌ ଭ୍ୟାନକୁ ଟ୍ରକ୍‌‌ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି। ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉକ୍ତ ଯାତ୍ରୀ ପିକଅପ୍‌‌ ଭ୍ୟାନରେ ଉତ୍ତରପ୍ରଦେଶର ଲଖିମପୁରର ହରଦୋଇରୁ ଝଞ୍ଜର ନିକଟସ୍ଥ ଗାଁକୁ ଯାଉଥିଲେ। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହ ମୃତଦେହ ଜବତ କରିଥିଲା। ଘଟଣାର ତଦନ୍ତ ଜାରି ରହିଛି।

Comments are closed.