www.samajalive.in
Saturday, December 6, 2025
15.1 C
Bhubaneswar

ଗୋରୁ ବୋଝେଇ ଟ୍ରଲର ଦୁର୍ଘଟଣାଗ୍ରସ୍ତ ୪ ମୃତ, ଜଣେ ଗୁରୁତର

ବୁର୍ଲା : ୫୩ ନମ୍ବର ଜାତୀୟ ରାଜପଥ ବୁର୍ଲା ଆମ୍ବସଢା କଣ୍ଟାପାଲି ନିକଟରେ ଏକ ଅବୈଧ ଗୋରୁ ବୋଝେଇ ଟ୍ରଲର ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ୪ ଜଣ ଗୋଚାଲାଣକାରୀଙ୍କ ଶୋଚନୀୟ ମୃତ୍ୟୁ ଘଟିଛି।  ଜଣେ ଗୁରୁତର ଆହତ ଅବସ୍ଥାରେ ଭିମସାରରେ ଚିକିତ୍ସାଧୀନ ରହିଛନ୍ତି। ମୃତକ ମାନେ ପଶ୍ଚିମବଙ୍ଗ ଅଞ୍ଚଳର। ଦୁଇ ଜଣ ମୃତକଙ୍କ ପରିଚୟ ହସ୍ତଗତ ହୋଇଛି। ମୃତକଙ୍କ ମଧ୍ୟରେ ନଦୀଆ ଜିଲ୍ଲା ଧିବିନା ଗାଦି ଥାନା ଭାଗା ଗ୍ରାମର ଏସ କେ ମହମ୍ମଦ ଏବଂ ଅନ୍ୟ ଜଣେ ମେଦିନୀପୁର ଥାନା ରାମଚନ୍ଦ୍ରପୁରର ଏସ କେ ଆଲମ ବୋଲି ଜଣାପଡିଛି। ତେବେ ଅନେକ ଗୋରୁଙ୍କ ଘଟଣା ସ୍ଥଲରେ ମୃତ୍ୟୁ ଘଟିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଗୋଚାଲାଣକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା।
ସୂଚନା ମୁତାବକ ଏକ ଟ୍ରଲର ବଲାଙ୍ଗୀର ବରଗଡ଼ ପଟୁ ସମ୍ୱଲପୁର ଅଭିମୁଖେ ଯାଉଥିବା ସମୟରେ କିଛି ବ୍ୟକ୍ତି ଏହା ଜାଣି ପାରି ତାଙ୍କୁ ପିଛା କରିଥିଲେ। ଟ୍ରଲରଟି ଦ୍ରୁତ ଗତିରେ ଫେରାର ମାରୁଥିବା ବେଳେ ଏକ ଟ୍ରକକୁ ଧକ୍କା ଦେଇ ଓଲଟି ପଡିଥିଲା। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୩ ଜଣ ଗୋଚାଲାଣକାରୀଙ୍କ ଶୋଚନୀୟ ମୃତ୍ୟ ଘଟିଥିବା ବେଳେ ଅନ୍ୟ ଜଣଙ୍କ ବୁର୍ଲା ଭିମସାରରେ  ମୃତ୍ୟୁ ଘଟିଥିଲା। ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଭିମସାରରେ ଚିକିତ୍ସାଧୀନ ରହିଛନ୍ତି। ଏହି ଦୁର୍ଘଟଣାରେ ପ୍ରାୟ ୨୦ ରୁ ଉର୍ଦ୍ଧ୍ବ ଗୋରୁଙ୍କ ଶୋଚନୀୟ ମୃତ୍ୟୁ ଘଟିଥିଲା। ଗୋମୃତ୍ୟୁକୁ ନେଇ ସ୍ଥାନୀୟ ଶହ ଶହ ଲୋକ ରୁଣ୍ଡ ହେବା ସହିତ ଗୋ ଚାଲାଣକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା । ପୁଲିସକୁ ଅନେକ ସମୟ ଧରି ଘେରାଉ କରି ରଖିବା ସହିତ ଆମ୍ବୁଲାନ୍ସକୁ ଛାଡ଼ି ନଥିଲେ। ଏହା ପରେ ଅନ୍ୟ ଗୋରୁ ମାନଙ୍କୁ ମୁକ୍ତ କରାଯାଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories