ଛୋଟ ଦଳ ଏକତ୍ର ନହେଲେ ୨୦୧୯ ପରେ ଆଉ ନିର୍ବାଚନ ହେବ ନାହିଁ: ହାର୍ଦିକ ପଟେଲ
ନୂଆଦିଲ୍ଲୀ : ଦେଶର ଛୋଟ ଛୋଟ ରାଜନୈତିକ ଦଳଗୁଡ଼ିକ ଏକତ୍ର ନହେଲେ ୨୦୧୯ ପରେ ଆଉ ସାଧାରଣ ନିର୍ବାଚନ ହେବ ନାହିଁ। ଏଭଳି ମନ୍ତବ୍ୟ ଦେଇଛନ୍ତି ପଟିଦାର ନେତା ହାର୍ଦିକ ପଟେଲ। ସମାଜବାଦୀ ବ୍ରିଗେଡ ମହାରାଷ୍ଟ୍ରର ନବମ ସମ୍ମିଳନୀ ଅବସରରେ ହାର୍ଦିକ କହିଛନ୍ତି ଯେ ‘ସରକାର ଯଦି ମରାଠା ଓ ଧନଗର ସମ୍ପ୍ରଦାୟର ଲୋକଙ୍କ ଦାବି ପୂରଣ ନ କରନ୍ତି; ତେବେ ୨୦୧୯ ଲୋକସଭା ନିର୍ବାଚନ ହେବ ନାହିଁ। ୨୦୧୯ ନିର୍ବାଚନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କୃଷକଙ୍କ ମଧ୍ୟରେ ହେବ; ଆମେ ସେଥିରେ ସାମିଲ ହୋଇ ଲୋକଙ୍କୁ ସଚେତନ କରିବୁ।’