www.samajalive.in
Wednesday, December 10, 2025
26.1 C
Bhubaneswar

କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ୪.୩ କୋଟି ଟଙ୍କା ଠକେଇ, ସାବତ ଭାଇ ଗିରଫ

ଡେସ୍କ: କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ କ୍ରୁନାଲ ପାଣ୍ଡ୍ୟାଙ୍କୁ ସାବତ ଭାଇ ବୈଭବ ପାଣ୍ଡ୍ୟା ୪.୩ କୋଟି ଟଙ୍କା ଠକି ନେଇଛନ୍ତି। ଠକେଇ ଓ ଜାଲିଆତି ଅଭିଯୋଗରେ ବୁଧବାର ମୁମ୍ବାଇ ପୁଲିସ ବୈଭବଙ୍କୁ ଗିରଫ କରିଛି। ସାବତ ଭାଇ ବୈଭବ ପାଣ୍ଡ୍ୟା (୩୭) ମୁମ୍ବାଇସ୍ଥିତ ଏକ ପାର୍ଟନରସିପ୍ ଫାର୍ମରୁ ଏହି ଟଙ୍କା ହସ୍ତାନ୍ତର କରି କ୍ରିକେଟର ଓ ତାଙ୍କ ଭାଇଙ୍କୁ କ୍ଷତି ପହଞ୍ଚାଇଥିବା ମୁମ୍ବାଇ ପୁଲିସର ଅର୍ଥନୈତିକ ଅପରାଧ ଶାଖାର ଅଧିକାରୀମାନେ କହିଛନ୍ତି। ବୈଭବଙ୍କ ବିରୋଧରେ ଠକେଇ ଓ ଜାଲିଆତି ଅଭିଯୋଗ ରହିଛି।

ଉପରାଜ୍ୟପାଳଙ୍କ ଚିଠି ପ୍ରଘଟ, ରାଷ୍ଟ୍ରପତି ଶାସନ ଲାଗୁ ନେଇ ବିଜେପି ତତ୍ପର – ଆପ

- Advertisement -

୨୦୨୧ ମସିହାରେ ତିନି ଭାଇ ମିଳିତ ଭାବେ ଏକ ପଲିମର ବ୍ୟବସାୟ ଆରମ୍ଭ କରିଥିଲେ। ଭାଗିଦାରୀର ସର୍ତ୍ତ ଥିଲା ଯେ କ୍ରିକେଟର ଏବଂ ତାଙ୍କ ଭାଇ ୪୦ ପ୍ରତିଶତ ଲେଖାଏଁ ପୁଞ୍ଜି ନିବେଶ କରିବେ ଏବଂ ସାବତ ଭାଇ ୨୦ ପ୍ରତିଶତ ପୁଞ୍ଜି ନିବେଶ କରିବା ସହ ଦୈନନ୍ଦିନ କାର୍ଯ୍ୟ ପରିଚାଳନା କରିବେ। ଲାଭକୁ ସମାନ ଅନୁପାତରେ ବଣ୍ଟନ କରାଯିବାର ଥିଲା। ପରବର୍ତ୍ତୀ ସମୟରେ ବୈଭବ ଭାଗିଦାରୀ ଚୁକ୍ତିକୁ ଉଲ୍ଲଂଘନ କରି ହାର୍ଦ୍ଦିକ ଓ କ୍ରୁନାଲଙ୍କୁ ନ ଜଣାଇ ଆଉ ଏକ ସଂସ୍ଥା ପ୍ରତିଷ୍ଠା କରିଥିଲେ।

ଇଡି ଓ ସିବିଆଇକୁ ନୋଟିସ୍ – ସିସୋଦିଆଙ୍କ ଦୋଷ କଣ?

ଏହି ସମୟରେ ମୂଳ ଭାଗିଦାରୀର ଲାଭ ହ୍ରାସ ପାଇ ୩ କୋଟି ଟଙ୍କାର କ୍ଷତି ସହିଛି। ସାବତ ଭାଇ ଗୁପ୍ତ ଭାବରେ ନିଜର ଲାଭ ୨୦ ପ୍ରତିଶତରୁ ୩୩.୩ ପ୍ରତିଶତକୁ ବୃଦ୍ଧି କରି ହାର୍ଦ୍ଦିକ ଓ କ୍ରୁନାଲଙ୍କୁ କ୍ଷତି ପହଞ୍ଚାଇଥିଲେ। ସାବତ ଭାଇ ପାର୍ଟନରସିପ୍ ଫାର୍ମର ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ନିଜ ଆକାଉଣ୍ଟକୁ ଟ୍ରାନ୍ସଫର କରି ୧ କୋଟି ଟଙ୍କା ନେଇଥିବା ଅଭିଯୋଗ ହୋଇଛି।

ନିର୍ବାଚନ ଲଢ଼ିବେ ଚନ୍ଦନ ତସ୍କର ବୀରାପ୍ପାନର ଝିଅ ବିଦ୍ୟା ରାଣୀ

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories