www.samajalive.in
Tuesday, December 9, 2025
15.1 C
Bhubaneswar

ପୂଜା ସରିଲା, କିଏ ସଫା କରିବ କୁଢ କୁଢ ଆବର୍ଜନା

ଗୁରୁଡ଼ିଝାଟିଆ: ଆଠଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଖଡି ଗାନ୍ଧିହାଟ ପଡ଼ିଆରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଅପେରା ପରେ ଏବେ ଗାନ୍ଧିହାଟ ପଡ଼ିଆ ଅତ୍ୟନ୍ତ ଅପରିଷ୍କାର ହୋଇପଡିଛି। କୁଢକୁଢ ଜରି ସାଙ୍ଗକୁ ପାଣିବୋତଲ, ଗୁଟକା ଜରି, ପାଣି ପାଉଚ ଜରି, ମଦ ବୋତଲ, ଚା’ ପିଇବା ପରେ ପଡ଼ି ରହିଛି କାଗଜ କପ୍‌‌। ଏଗୁଡିକ ପବନରେ ଏଣେତେଣେ ଉଡୁଛି। ଏପରିକି ଅପେରା ପାର୍ଟି ପାଇଁ ପୋତାଯାଇଥିବା ବାଉଁଶ ଗାତ ମୁକୁଳା ପଡ଼ିଛି। ଏହାଦ୍ୱାରା ଦୈନନ୍ଦିନ ସକାଳ ବ୍ୟାୟାମ କରିବା ପାଇଁ ଆସୁଥିବା ସାଧାରଣ ଜନତା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ତୁରନ୍ତ ଅଳିଆ ଆବର୍ଜନା ସଫା କରି ଖେଳ ପଡ଼ିଆକୁ ପରିଷ୍କାର ପରିଚ୍ଛନ୍ନ କରିବା ସହ ଗାତଗୁଡିକୁ ପୋତିଦେଲେ ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ ହେବ ବୋଲି ବୁଦ୍ଧିଜୀବିମାନେ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories