ଗୁରୁଡ଼ିଝାଟିଆ: ଆଠଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଖଡି ଗାନ୍ଧିହାଟ ପଡ଼ିଆରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଅପେରା ପରେ ଏବେ ଗାନ୍ଧିହାଟ ପଡ଼ିଆ ଅତ୍ୟନ୍ତ ଅପରିଷ୍କାର ହୋଇପଡିଛି। କୁଢକୁଢ ଜରି ସାଙ୍ଗକୁ ପାଣିବୋତଲ, ଗୁଟକା ଜରି, ପାଣି ପାଉଚ ଜରି, ମଦ ବୋତଲ, ଚା’ ପିଇବା ପରେ ପଡ଼ି ରହିଛି କାଗଜ କପ୍। ଏଗୁଡିକ ପବନରେ ଏଣେତେଣେ ଉଡୁଛି। ଏପରିକି ଅପେରା ପାର୍ଟି ପାଇଁ ପୋତାଯାଇଥିବା ବାଉଁଶ ଗାତ ମୁକୁଳା ପଡ଼ିଛି। ଏହାଦ୍ୱାରା ଦୈନନ୍ଦିନ ସକାଳ ବ୍ୟାୟାମ କରିବା ପାଇଁ ଆସୁଥିବା ସାଧାରଣ ଜନତା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ତୁରନ୍ତ ଅଳିଆ ଆବର୍ଜନା ସଫା କରି ଖେଳ ପଡ଼ିଆକୁ ପରିଷ୍କାର ପରିଚ୍ଛନ୍ନ କରିବା ସହ ଗାତଗୁଡିକୁ ପୋତିଦେଲେ ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ ହେବ ବୋଲି ବୁଦ୍ଧିଜୀବିମାନେ କହିଛନ୍ତି।
Popular Categories



