www.samajalive.in
Saturday, December 6, 2025
16.1 C
Bhubaneswar

ଇଡି ଓ ସିବିଆଇକୁ ନୋଟିସ୍ – ସିସୋଦିଆଙ୍କ ଦୋଷ କଣ?

ଡେସ୍କ: ସାଧାରଣ ନିର୍ବାଚନରେ ପ୍ରଚାର ପାଇଁ ଅବକାରୀ ଦୁର୍ନୀତି ମାମଲାରେ ମଧ୍ୟବର୍ତ୍ତିକାଳୀନ ଜାମିନ ପାଇଁ ଆପ୍ ନେତା ମନୀଷ ସିସୋଦିଆ କରିଥିବା ଆବେଦନ ଉପରେ ଦିଲ୍ଲୀର ଏକ ଅଦାଲତ ଶୁକ୍ରବାର ଇଡି ଏବଂ ସିବିଆଇକୁ ନୋଟିସ୍ ଜାରି କରିଛନ୍ତି। ସିବିଆଇ ଓ ଇଡିର ସ୍ୱତନ୍ତ୍ର ବିଚାରପତି କାବେରୀ ବାଭେଜା କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସିଗୁଡ଼ିକୁ ଏପ୍ରିଲ ୨୦ ତାରିଖ ସୁଦ୍ଧା ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ନିର୍ବାଚନ ଲଢ଼ିବେ ଚନ୍ଦନ ତସ୍କର ବୀରାପ୍ପାନର ଝିଅ ବିଦ୍ୟା ରାଣୀ

- Advertisement -

ସିବିଆଇ ଓ ଇଡି ଅଭିଯୋଗ କରିଛନ୍ତି ଯେ ଦିଲ୍ଲୀ ଅବକାରୀ ନୀତିରେ ସଂଶୋଧନ ସମୟରେ ଅନିୟମିତତା ହୋଇଛି ଯେଉଁଥିରେ ଲାଇସେନ୍ସଧାରୀଙ୍କୁ ଅଯଥା ଅନୁକମ୍ପା ଦିଆଯାଇଛି, ଲାଇସେନ୍ସ ଫି ଛାଡ଼ କରାଯାଇଛି କିମ୍ବା ହ୍ରାସ କରାଯାଇଛି ଏବଂ ଯୋଗ୍ୟ କର୍ତ୍ତୃପକ୍ଷଙ୍କ ଅନୁମୋଦନ ବିନା ଲାଇସେନ୍ସ ବୃଦ୍ଧି କରାଯାଇଛି।

ହିତାଧିକାରୀମାନେ ଅଭିଯୁକ୍ତ ଅଧିକାରୀଙ୍କୁ ବେଆଇନ ଫାଇଦା ଦେବା ସହ ସେମାନଙ୍କ ଆକାଉଣ୍ଟରେ ମିଥ୍ୟା ଏଣ୍ଟ୍ରି କରି ଚିହ୍ନଟରୁ ବର୍ତ୍ତିବା ପାଇଁ ଅଭିଯୋଗ କରିଛନ୍ତି।

୨୦୨୩ ଫେବ୍ରୁଆରି ୨୬ରେ ସିସୋଦିଆଙ୍କୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏହି ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଭିଯୋଗରେ ଗିରଫ କରିଥିଲା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ୨୦୨୩ ମାର୍ଚ୍ଚ ୯ରେ ସିବିଆଇ ଏତଲାରୁ ଉପୁଜିଥିବା ମନି ଲଣ୍ଡରିଂ ମାମଲାରେ ସିସୋଦିଆଙ୍କୁ ଗିରଫ କରିଥିଲା। ୨୦୨୩ ଫେବ୍ରୁଆରି ୨୮ରେ ସିସୋଦିଆ ଦିଲ୍ଲୀ କ୍ୟାବିନେଟରୁ ଇସ୍ତଫା ଦେଇଥିଲେ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories