www.samajalive.in
Saturday, December 6, 2025
16.1 C
Bhubaneswar

ଚାଇନା ସାମଗ୍ରୀ ବର୍ଜନ ଲାଗି ହରଭଜନଙ୍କ ଆହ୍ବାନ

ନୂଆଦିଲ୍ଲୀ: ଲଦାଖର ଗଲୱାନ ଘାଟିରେ ଭାରତ ଓ ଚୀନ ସୈନ୍ୟ ହାତାହାତି ହେବା ଫଳରେ ୨୦ ଭାରତୀୟ ଯବାନ ସହିଦ ହୋଇଛନ୍ତି। ସୀମା ବିବାଦକୁ ନେଇ ଦୁଇ ଦେଶ ମଧ୍ୟରେ ଅଧିକାରୀସ୍ତରୀୟ କଥାବାର୍ତ୍ତା ପରେ ଚୀନ ସୈନ୍ୟ ଭାରତୀୟ ଅଞ୍ଚଳରୁ ପଛକୁ ଫେରିବେ ବୋଲି କୁହାଯାଇଥିଲା। ମାତ୍ର ସେମାନେ ଭାରତୀୟ ସୈନ୍ୟଙ୍କୁ ଆକ୍ରମଣ କରିଥିଲେ। ଭାରତୀୟ ସୈନ୍ୟଙ୍କ ପ୍ରତିଆକ୍ରମଣରେ ମଧ୍ୟ ୪୩ ଚୀନ ସୈନ୍ୟ ନିହତ ହୋଇଥିବା ଜଣାପଡ଼ିଛି।

ତେବେ ଭାରତୀୟ ସୈନ୍ୟଙ୍କ ଉପରେ ଚୀନ ସୈନ୍ୟଙ୍କ ଏପରି ଆକ୍ରମଣକୁ କଠୋର ନିନ୍ଦା କରିଛନ୍ତି କ୍ରିକେଟର ହରଭଜନ ସିଂହ। ଏହି ପରିପ୍ରେକ୍ଷୀରେ ସେ ସମସ୍ତ ପ୍ରକାର ଚୀନ ସାମଗ୍ରୀକୁ ବର୍ଜନ କରିବାକୁ ଦେଶବାସୀଙ୍କ ଆହ୍ବାନ କରିଛନ୍ତି। କନଫେଡେରେଶନ ଅଫ ଅଲ୍‌ ଇଣ୍ଡିଆ ଟ୍ରେଡର୍ସ(ସିଏଆଇଟି) ମଧ୍ୟ ଚୀନରୁ ଆମଦାନୀ ହେଉଥିବା ୪୫୦ ପ୍ରକାର ଉତ୍ପାଦକୁ ବର୍ଜନ କରିବାକୁ ବୁଧବାର ସକାଳେ ଆହ୍ବାନ କରିଛି। କିଛି ସପ୍ତାହ ତଳେ ହରଭଜନ କରୋନା ଭୂତାଣୁ ବିସ୍ତାର ପାଇଁ ଚୀନକୁ ଦାୟୀ କରିଥିଲେ।

- Advertisement -

ଏହାବ୍ୟତୀତ ଅନ୍ୟ ଭାରତୀୟ କ୍ରିକେଟରମାନେ ସହିଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଶିଖର ଧୱନ ଟ୍ବିଟ୍‌ କରି କହିଛନ୍ତି, ସହିଦ ଯବାନଙ୍କ ତ୍ୟାଗକୁ ଏହି ଦେଶ କେବେ ବି ଭୁଲିପାରିବ ନାହିଁ। ସେମାନଙ୍କ ସାହସିକତାକୁ ସାଲ୍ୟୁଟ୍‌। ସେହିପରି ବୀରେନ୍ଦ୍ର ସେହ୍ବାଗ ମଧ୍ୟ ଟ୍ବିଟ୍‌ କରି ସହିଦ ଯବାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

Hot this week

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

Related Articles

Popular Categories