www.samajalive.in
Saturday, December 6, 2025
14.1 C
Bhubaneswar

ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା: ସଲମାନ୍‌, କରନ୍‌ ଜୋହରଙ୍କ ନାମରେ ମାମଲା

ପାଟନା: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଅଭିନେତା ସଲମାନ୍‌ ଖାନ୍‌, ପ୍ରଯୋଜକ କରନ୍‌ ଜୋହର, ସଞ୍ଜୟ ଲୀଲା ଭଂଶାଲୀ ଏବଂ ଏକତା କପୁରଙ୍କ ନାମରେ ମାମଲଳ ରୁଜୁ ହୋଇଛି। ବିହାରର ମୁଜାଫରପୁର କୋର୍ଟରେ ସୁଧୀର କୁମାର ଓଝା ନାମକ ଜଣେ ଆଡ୍‌ଭୋକେଟ ଏହି ମାମଲା ଦାୟର କରିଛନ୍ତି। ଦଫା ୩୦୬, ୧୦୯, ୫୦୪ ଏବଂ ୫୦୬ରେ ଏହି ମାମଲା ରୁଜୁ ହୋଇଛି।

ସୁଧୀର କହିଛନ୍ତି, ସୁଶାନ୍ତ ସିଂହ ରାଜପୁତଙ୍କୁ ୭ଟି ଚଳଚ୍ଚିତ୍ରରୁ ହଟାଇ ଦିଆଯାଇଥିଲା। ଏହା ସହିତ ତାଙ୍କର କିଛି ଚଳଚ୍ଚିତ୍ରକୁ ରିଲିଜ୍‌ କରାଯାଇ ନ ଥିଲା। ଏଭଳି ଅବସ୍ଥା ସୁଶାନ୍ତଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିଲା ବୋଲି ସେ ଅଭିଯୋଗ କରିଛନ୍ତି।

- Advertisement -

କଂଗ୍ରେସ ନେତା ସଞ୍ଜୟ ନିରୁପମ କହିଛନ୍ତି, ସୁଶାନ୍ତ ୭ଟି ଚଳଚ୍ଚିତ୍ର ପାଇଁ ଚୁକ୍ତି କରିଥିଲେ। କିନ୍ତୁ ମାତ୍ର ୬ମାସ ମଧ୍ୟରେ ସେସବୁ ଚଳଚ୍ଚିତ୍ର ତାଙ୍କ ହାତରୁ ଚାଲିଯାଇଥିଲା। ଏହାର କାରଣ କ’ଣ ବୋଲି ସେ ପ୍ରଶ୍ନ କରିଛନ୍ତି। ବଲିଉଡ୍‌ ଇଣ୍ଡଷ୍ଟ୍ରିର ନିଷ୍ଠୁରତା ଏକ ଭିନ୍ନ ସ୍ତରରେ କାମ କରେ ଏବଂ ସେହି ନିର୍ଦ୍ଦୟତା ଯୋଗୁ ଜଣେ ଦକ୍ଷ କଳାକାରଙ୍କ ଜୀବନ ଚାଲିଗଲା ବୋଲି ସଞ୍ଜୟ କହିଛନ୍ତି।

ସୂଚନାଯୋଗ୍ୟ, ପହିଲି ରଜ ଦିନ ସୁଶାନ୍ତଙ୍କ ଝୁଲନ୍ତା ମୃତଦେହ ବାନ୍ଦ୍ରାସ୍ଥିତ ତାଙ୍କ ଭଡ଼ାଘରୁ ମିଳିଥିଲା। ସୁଶାନ୍ତଙ୍କ ମୃତ୍ୟୁ ପଛରେ ବୃତ୍ତିଗତ ଶତ୍ରୁତା ଥିବା ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇବା ପରେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ ଏ ଦିଗରେ ମୁମ୍ବଇ ପୁଲିସ ତଦନ୍ତ କରିବ ବୋଲି କହିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories