www.samajalive.in
Saturday, December 6, 2025
26.1 C
Bhubaneswar

ଦ୍ୱିତୀୟ ମାଆ ଭୈରବୀ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଭୈରବୀ ମିନି ଷ୍ଟାଡିୟମରେ ଚଳିତ ବର୍ଷ ଦ୍ୱିତୀୟ ମାଆ ଭୈରବୀ ମହୋତ୍ସବ ଅନୁଷ୍ଠିତ ହେବ । ଗତ ଦୁଇ ବର୍ଷ ଧରି କରୋନା କାରଣରୁ ବନ୍ଦ ହୋଇଥିବା ମହୋତ୍ସବ ଚଳିତ ବର୍ଷ ମାଆଙ୍କ ମହା ଯାତ୍ରା ଓ ପଲିଶ୍ରୀ ମେଳାକୁ ଅଧିକ ସଫଳ କରାଯିବା ନେଇ ରବିବାର ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ମାଆ ଭୈରବୀ ମନ୍ଦିର ପରିଚାଳନା କମିଟିର ସଭାପତି ସୁରେନ କୁମାର ପ୍ରଧାନଙ୍କ ଅଧକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।
ପ୍ରଥମ ମହୋତ୍ସବର ଆୟବ୍ୟୟ ସମ୍ପର୍କରେ ଆଲୋଚନା ପରେ ମହୋତ୍ସବ କମିଟିର କର୍ମକର୍ତା ମନୋନୟନ ହୋଇଥିଲା । ଏଥିରେ ଅଶୋକ କୁମାର ଅଗ୍ରୱାଲଙ୍କୁ ସଭାପତି ପୁରୁଣାକଟକ ସରପଞ୍ଚ ଅଶୋକ କୁମାର ସେଠୀଙ୍କୁ ସାଧାରଣ ସମ୍ପାଦକ ସୁକାନ୍ତ ପଟନାୟକଙ୍କୁ ଆବାହକ ଅକ୍ରୁର ସେଠୀ ଙ୍କୁ ଉପ ସଭାପତି ବିଜୟ କୁମାର କହଁରଙ୍କୁ ସହ ସମ୍ପାଦକ ବାଲକୃଷ୍ଣ ନାୟକଙ୍କୁ କୋଷାଧକ୍ଷ ଭାବେ ସର୍ବସମତି କ୍ରମେ ମନୋନୀତ କରାଯାଇଥିଲା । ସେହିପରି ରମେଶ ଚନ୍ଦ୍ର ତାରିଣୀଆ, ବିଭୁଦତ୍ତ ବୋଷ, ରବିଚନ୍ଦ୍ର ପ୍ରଧାନ, ଅମୁଲ୍ୟ ମିଶ୍ର, ଶୁଭ୍ରଜିତ ପ୍ରଧାନ,ସତ୍ୟ ନାୟକ, ଟୁଲୁ ଅଗ୍ରୱାଲ ପ୍ରମୁଖ କାର୍ୟ୍ୟକାରୀ ସଦସ୍ୟ ଭାବେ ମନୋନୀତ ହୋଇଥିଲେ ଅକ୍ଟୋବର ଶେଷ କିମ୍ବା ନଭେମ୍ବର ପ୍ରଥମ ସପ୍ତାହରେ ମହୋତ୍ସବର ଆୟୋଜନ ପାଇଁ ସ୍ଥିର କରାଯାଇଥିଲା । ବୈଠକରେ ୪୦ରୁ ଉର୍ଦ୍ଧ ସଦସ୍ୟ ଉପସ୍ଥିତ ଥିଲେ ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories