www.samajalive.in
Saturday, December 6, 2025
14.1 C
Bhubaneswar

ରାଧାଗୋବିନ୍ଦପୁରରେ ଜାତୀୟ ପଞ୍ଚାୟତରାଜ ଦିବସ

ଆଠଗଡ଼: ଆଠଗଡ଼ ବ୍ଲକ ଅନ୍ତର୍ଗତ ରାଧାଗୋବିନ୍ଦପୁର ପଞ୍ଚାୟତରେ ଜାତୀୟ ପଞ୍ଚାୟତରାଜ ଦିବସ ପାଳିତ ହୋଇଯାଇଛି। ରାଧାଗୋବିନ୍ଦପୁର ପଞ୍ଚାୟତକୁ ଆଠଗଡ଼ରେ ଏକ ଅଗ୍ରଣୀ ଓ ବିକଶିତ ପଞ୍ଚାୟତରେ ପରିଣତ କରିବା ପାଇଁ ଏହି ଅବସରରେ ନବ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଗଣ ସଂକଳ୍ପ କରିଥିଲେ। ପଞ୍ଚାୟତ କାର୍ଯ୍ୟାଳୟରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଦିଲ୍ଲୀପ କୁମାର ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକରେ ସରପଞ୍ଚ ପ୍ରଭାକର ରାଉତ, ସମିତିସଭ୍ୟ ରଞ୍ଜିତ୍‍ ସ୍ୱାଇଁ, ନାଏବ ସରପଞ୍ଚ ସସ୍ମିତା ରାଉତ, ପୂର୍ବତନ ସରପଞ୍ଚ ବୀରବର ଜେନା ଓ ଅଜୟ କୁମାର ମହାପାତ୍ର ଏବଂ ରାଧାଗୋବିନ୍ଦପୁର ପଞ୍ଚାୟତ ବିଜେଡି ସଭାପତି ଅରୁପାନନ୍ଦ ସାହୁଙ୍କ ସମେତ ସମସ୍ତ ୧୧ଜଣ ୱାର୍ଡ ସଭ୍ୟ ଏଥିରେ ଅତିଥି ଭାବେ ଯୋଗଦେଇ ପଞ୍ଚାୟତର ସର୍ବାଙ୍ଗିନ ବିକାଶ ପାଇଁ ଆଲୋଚନା କରିଥିଲେ। ଆଗାମୀ ୫ବର୍ଷ ମଧ୍ୟରେ ରାଧାଗୋବିନ୍ଦପୁର ପଞ୍ଚାୟତର ପ୍ରତି ପରିବାରକୁ ପାଇପ ଯୋଗେ ସୁଦ୍ଧ ପାନୀୟ ଜଳ ଯୋଗାଣ, ପଞ୍ଚାୟତରେ ସବୁଜ ବଳୟ ସୃଷ୍ଟି କରିବା, ନାରୀ ସଶକ୍ତିକରଣକୁ ଦୃଢ କରିବା, ଶିଶୁ ଶ୍ରମିକ ନିୟୋଜନକୁ ବନ୍ଦ କରିବା, ରାଧାଗୋବିନ୍ଦପୁରକୁ ଦାରିଦ୍ର୍ୟମୁକ୍ତ ପଞ୍ଚାୟତରେ ପରିଣତ କରିବା ଆଦି ୯ଟି ବିଷୟ ଉପରେ ଆଲୋଚନା କରାଯାଇ ଏହାର ସଫଳ ରୂପାୟନ ପାଇଁ ସମସ୍ତେ ସଂକଳ୍ପ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories