www.samajalive.in
Saturday, December 6, 2025
16.1 C
Bhubaneswar

ସ୍ୱେଚ୍ଛାସେବୀ ସଂଗଠନ ଜଷ୍ଟ ଫର ୟୁର ବାର୍ଷିକ ଉତ୍ସବ

ଆଠଗଡ଼: ଆଠଗଡ଼ର ଅନ୍ୟତମ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଜଷ୍ଟ ଫର ୟୁ ର ପ୍ରଥମ ବାର୍ଷିକ ଉତ୍ସବ ରବିବାର ସ୍ଥାନୀୟ ମହାବୀର ପ୍ଲାଜା ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଂଗଠନର ସଭାପତି ସୁଧାଂଶୁ ଶେଖର ସାହୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ତହସିଲଦାର ପ୍ରିୟବ୍ରତ ଦାସ ଯୋଗଦେଇ ଦେଶର ବିକାଶ କ୍ଷେତ୍ରରେ ସ୍ୱେଚ୍ଛାସେବୀ ସଂଗଠନ ଗୁଡିକର ଗୁରୁଦାୟିତ୍ୱ ରହିଛି ବୋଲି ମତବ୍ୟକ୍ତ କରିଥିଲେ। ସ୍ୱେଚ୍ଛାସେବୀ ସଂଗଠନଗୁଡିକ ପ୍ରାକୃତିକ ବିପର୍ଯ୍ୟୟ ବେଳେ ପ୍ରଶାସନ ସହିତ କାନ୍ଧକୁ କାନ୍ଧ ମିଳାଇ ଲୋକଙ୍କୁ ସେବା ଯୋଗାଇବା ଏବଂ ବିଭିନ୍ନ କୁସଂସ୍କାର ଓ ଅନ୍ଧବିଶ୍ୱାସ ବିରୋଧରେ ଜନସଚେତନତା ସୃଷ୍ଟି କରିବା ଆବଶ୍ୟକ ବୋଲି ତହସିଲଦାର ଶ୍ରୀ ଦାସ ମତ ପ୍ରକାଶ କରିଥିଲେ। ମୁଖ୍ୟବକ୍ତା ଭାବେ ଉପଖଣ୍ଡ ପୁଲିସ ଅଧିକାରୀ ବିଜୟ କୁମାର ବିସି ଯୁବପୀଢି ସମାଜସେବାକୁ ବ୍ରତଭାବେ ଗ୍ରହଣ କରିବା ପାଇଁ ଆହ୍ୱାନ ଜଣାଇଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଗୀତିକାର ଓ ସଂଳାପକାର ବାପୁ ଗୋସ୍ୱାମୀ ଯୋଗଦେଇ ଜଷ୍ଟ ଫର ୟୁ ର ସେବାମୂଳକ କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ପ୍ରେରଣା ଯୋଗାଇବ ବୋଲି ପ୍ରକାଶ କରିଥିଲେ। ଏହି ଅବସରରେ ସଂଗଠନ ପକ୍ଷରୁ ସାମ୍ବାଦିକ ଅର୍ଦ୍ଧେନ୍ଦୁ ମହାନ୍ତି, ବିଜୟ କୁମାର ନାୟକ, ସନ୍ତୋଷ କୁମାର ବାରିକ ଓ ସୁଧିରଞ୍ଜନ ଦାଶଙ୍କୁ ‘ଜଷ୍ଟ ଫର ୟୁ ମାଟିର ମହକ’ ସମ୍ମାନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଏଥି ସହିତ ଗାୟିକା ସୌଜନ୍ୟା ରଥ, ଏବିସିଡି ଡ୍ୟାନ୍ସଗୃପ ଓ ବିଶ୍ୱନାଥ ବିଦ୍ୟାପୀଠ ଡ୍ୟାନ୍ସଗୃପକୁ ‘ଜଷ୍ଟ ଫର ୟୁ ପ୍ରତିଭା ସମ୍ମାନ’ ପ୍ରଦାନ କରାଯାଇଥିଲା। ତତ୍‍ସହିତ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ୧୩ଟି ସ୍ୱେଚ୍ଛାସେବୀ ସଂଗଠନକୁ ‘ଜଷ୍ଟ ଫର ୟୁ ସେବା ସମ୍ମାନ’ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମାଜସେବୀ ମନୋଜ ମହାପାତ୍ର, ମାନସ ରଞ୍ଜନ ବସ୍ତିଆ, ବିଚିତ୍ରାନନ୍ଦ ସାହୁ, କୁନୁ ପୁହାଣ, ସଦାଶିବ ସାହୁ, ପିଣ୍ଟୁ ପରିଡ଼ା, ସ୍ମୃତିରଞ୍ଜନ ମହାନ୍ତି, ସରୋଜ ସ୍ୱାଇଁ, ସୂର୍ଯ୍ୟକାନ୍ତ ଭକ୍ତା, ବିପ୍ଲବ ଦାସ ଓ ଅମ୍ଲାନ ପ୍ରମୁଖଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

Hot this week

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

Related Articles

Popular Categories