www.samajalive.in
Monday, December 15, 2025
26.1 C
Bhubaneswar

ନ୍ୟାୟ ନମିଳିବାରୁ ଯୁବତୀଙ୍କ ଆତ୍ମହତ୍ୟା; କୃଷ୍ଣଙ୍କ ହତ୍ୟା ଘଟଣାକୁ ୩ଦିନ ବିତିଯାଇଥିଲେ ସୁଦ୍ଧା ପୁଲିସ କାହାରିକୁ ଗିରଫ କରିନଥିବାରୁ ପ୍ରତିବାଦ

ଛତ୍ରପୁର : ଗଞ୍ଜାମ ଜିଲା ଛତ୍ରପୁର ଥାନା ଅଧିନ ହଂସପୁର ଗ୍ରାମର ସିମେଣ୍ଟ ବ୍ୟବାସାୟୀ କୃଷ୍ଣଚନ୍ଦ୍ର ପରିଡାଙ୍କ ହତ୍ୟା ଘଟଣାକୁ ତିନି ଦିନ ବିତିଯାଇଥିଲେ ସୁଦ୍ଧା ପୁଲିସ ଏଯାବାତ କାହାରିକୁ ଗିରଫ କରିପାରିନାହିଁ । ଉଚିତ ନ୍ୟାୟ ନମିଳିବାରୁ କୃଷ୍ଣଙ୍କ ସହ ଆସନ୍ତା ୧୩ରେ ବିବାହ ପାଇଁ ସ୍ଥିର ହୋଇଥିବା ଯୁବତୀ ଆରତୀ ପ୍ରଧାନ ସୋମବାର ସକାଳୁ ବିଷପାନ କରି ଆତ୍ମହତ୍ୟା କରିଛନ୍ତି । ବିଷପାନ କରିବା ପୂର୍ବରୁ ଯୁବତୀ ଜଣକ ମୃତ କୃଷ୍ଣଙ୍କ ଭଣଜା ରାକେଶ କୁମାର ସାହୁଙ୍କ ଫୋନରେ ମେସେଜ ମଧ୍ୟ କରିଥିଲେ । ଯେଉଁଥିଲେ ମୁଁ ମଲା ପରେ ବୋଧେ ମାମୁଁଙ୍କୁ ଉଚିତ ନ୍ୟାୟ ମିଳିବ ବୋଲି ଲେଖିଛନ୍ତି। ଏହାପରେ ବିଷପାନ କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ମୁନିଷିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରେ ବ୍ରହ୍ମପୁର ପଠାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି।

ଅନ୍ୟପକ୍ଷରେ ଘଟଣାକୁ ତିନି ଦିନ ବିତିଯାଇଥିଲେ ସୁଦ୍ଧା ଛତ୍ରପୁର ପୁଲିସ କାହାରିକୁ ଗିରଫ କରିପାରି ନଥିବାରୁ ହଂସପୁର ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଏକହୋଇ ଗ୍ରାମର ମୁଖ୍ୟରାସ୍ତା ଉପରେ ଟାୟାର ଜାଳି ରାସ୍ତାରୋକ କରିଥିଲେ। ତୁରନ୍ତ କୃଷ୍ଣଙ୍କୁ ନ୍ୟାୟ ପ୍ରଦାନ ସହ ଏତଲାରେ ଉଲ୍ଲେଖ ଥିବା ୪ଜଣକୁ ତୁରନ୍ତ ଗିରଫ ପାଇଁ ଦାବୀ କରିଛନ୍ତି ଗ୍ରାମବାସୀ।

- Advertisement -

ସୂଚନା ଥାଉକି, ଚଳିତ ମାସ ୨୨ ତାରିଖ ବିଳମ୍ବିତ ରାତିରେ ହଂସପୁର ଗ୍ରାମ ନିକଟ ଟୋଲେକେଶ୍ୱର ମନ୍ଦିର ନିକଟରେ ଗ୍ରାମର କୃଷ୍ଣଚନ୍ଦ୍ର ପରିଡା ଫୋନ ଯୋଗେ କଥା ହେଉଥିବା ବେଳେ ତାଙ୍କ ପଛପଟୁ ଆସି କିଛି ଲୋକ ତାଙ୍କୁ ଆକ୍ରମଣ କରି ଫେରାର ହୋଇଯାଇଥିଲେ । ପରେ ଘର ଲୋକଙ୍କ ସମେତ ଗ୍ରାମାବସୀ ତାଙ୍କୁ ଉଦ୍ଧାର କରି ଛତ୍ରପୁର ମେଡିକାଲକୁ ନେଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ପୁଲିସ ଆସି ଘଟଣାର ଛାନଭିନ କରିବା ଆରମ୍ଭ କରିଥିଲା ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories