www.samajalive.in
Monday, December 8, 2025
14.1 C
Bhubaneswar

ହରଭଙ୍ଗା ବ୍ଲକରେ ଶିଶୁ ବିକାଶ ଯୋଜନା ବାଟବଣା; ଶିଶୁ, ଗର୍ଭବତୀଙ୍କୁ ନିମ୍ନମାନର ପୁଷ୍ଟିକର ଖାଦ୍ୟ ବଣ୍ଟନ ଅଭିଯୋଗ

ହରଭଙ୍ଗା: ସରକାର ଅଙ୍ଗନବାଡି ଶିଶୁଙ୍କ ଠାରୁ ଆରମ୍ଭ କରି ଗର୍ଭବତୀ ମହିଳାଙ୍କ ପାଇଁ ମାଗଣାରେ ପୁଷ୍ଟିକର ଖାଦ୍ୟ ବଣ୍ଟନ ଭଳି ମହତ୍‌ଙ୍କାକ୍ଷୀ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ମାତ୍ର ହରଭଙ୍ଗା ବ୍ଲକରେ ଅଙ୍ଗନବାଡି କେନ୍ଦ୍ର
ଜରିଆରେ ଶିଶୁ ଏବଂ ଗର୍ଭବତୀ ମହିଳାଙ୍କୁ ନିମ୍ନମାନର ପୁଷ୍ଟିକର ଖାଦ୍ୟ ବଣ୍ଟନ ହେଉଥିବା ଭଳି ସାଂଘାତିକ ଅଭିଯୋଗ ସୋମବାର ଜିଲ୍ଲାପାଳଙ୍କ ଜନଶୁଣାଣି କାର୍ଯ୍ୟକ୍ରମରେ କେତେକ ହିତାଧିକାରୀ ଅଭିଯୋଗ କରିଛନ୍ତି।

୩୦ ବର୍ଷ ପରେ ଜୁଲାଇରେ ବଡ ଶକ୍ତିଶାଳୀ ଯୋଗ ; ମଙ୍ଗଳ-ଶନି ଚଳନ, ଏହି ରାଶିଙ୍କୁ ମିଳିବ ସବୁକିଛି, ହଠାତ୍‌ ହେବେ ଧନୀ, କିଣିବେ ଘର, ଗାଡି..

- Advertisement -

ବ୍ଲକର ସାମ୍ପୋଚ୍ ପଂଚାୟତ ଅର୍ନ୍ତଗତ ରାମ୍ଭିକଟା ଗ୍ରାମର କ୍ଷୀରୋଦ ବେହେରାଙ୍କ ପତ୍ନୀ ଲିନା ବେହେରାଙ୍କୁ ସ୍ଥାନୀୟ ଅଙ୍ଗନବାଡି କେନ୍ଦ୍ରରୁ ଛତୁଆ, ଲଡୁ, ଚଣା, ମୁଢି, ଖଜରା ଭଳି ପୁଷ୍ଟିକର ଖାଦ୍ୟ ବଣ୍ଟନ କରାଯାଇଥିଲା। ମାତ୍ର ପ୍ୟାକେଟଗୁଡିକର ଓଜନ କମ୍ ଥିବା ସହିତ ନିମ୍ନମାନର ପୁଷ୍ଟିକର ଖାଦ୍ୟ ହୋଇଥିବାରୁ ସେଗୁଡିକ ଶିଶୁ ଏବଂ ଗର୍ଭବତୀ ଖାଇବା ଉପଯୋଗୀ ନଥିଲା ବୋଲି ସେ ଅଭିଯୋଗ ଉଠାଇଛନ୍ତି।

ଜଳଖିଆରେ ବି ଏକ ନମ୍ବର ; ଦୁନିଆର ୫୦ଟି ଶୀର୍ଷ ଖାଦ୍ୟ ତାଲିକାରେ ସ୍ଥାନରେ ପାଇଲା ଏହି ଭାରତୀୟ ଖାଦ୍ୟ

ସେହିପରି ସମାନ ଅଭିଯୋଗ ଧଳପୁର ପଂଚାୟତ ଦୁର୍ଗାପୁର ଗ୍ରାମର ସୁଜ୍ଞାନ ଭୋକ୍ତା, ବାମଣ୍ଡା ବିରୋଗଡ ଗ୍ରାମର ବିରେନ ବଗର୍ତୀ ଆଣିଛନ୍ତି। ଏଣୁ ଏହି ଘଟଣାର ସେ ତଦନ୍ତ ଦାବି କରିବା ସହିତ ମିଳିଥିବା ପୁଷ୍ଟିକର ଖାଦ୍ୟ ପ୍ୟାକେଟଗୁଡିକ ଆଣି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିବା ଜଣାପଡିଛି । ଶିଶୁ ଏବଂ ଗର୍ଭବତୀଙ୍କୁ ବଣ୍ଟନ କରାଯାଉଥିବା ପୁଷ୍ଟିକର ଖାଦ୍ୟ ନିମ୍ନମାନର ଅଭିଯୋଗ ଘଟଣା ପଦାକୁ ଆସିବା ପରେ ଉପଜିଲ୍ଲାପାଳ ପ୍ରବୀଣ ବାଣୁଆ ଘଟଣାର ତଦନ୍ତଭାର ସିଡିପିଓଙ୍କୁ ପ୍ରଦାନ କରିଥିବା ଜଣାପଡିଛି।

ଛାତିଥରା ଭିଡିଓ ; ଏମିତି ବି ଆସେ ମୃତ୍ୟୁ, ଚାଲୁ ଚାଲୁ ପଡିଗଲେ ୨୫ ବର୍ଷୀୟ ଓକିଲ, କିଛି କ୍ଷଣରେ ଚାଲିଗଲା ଜୀବନ

ସୂଚନା ଥାଉ କି ସମ୍ମନ୍ୱିତ ଶିଶୁ ବିକାଶ ଯୋଜନା ଅନୁଯାୟୀ ଅଙ୍ଗନବାଡି କେନ୍ଦ୍ରଗୁଡିକ ଜରିଆରେ ୬ ମାସରୁ ୩ ବର୍ଷ ଶିଶୁଙ୍କୁ ମାସିକ ୨ କେଜି ୨ଶହ ଓଜନର ଗୋଟିଏ ପ୍ୟାକେଟ ଛତୁଆ, ସୁଜି ୧୩୫୦ ଗ୍ରାମ, ଅଣ୍ଡା ୧୨ଟି ପ୍ରଦାନ କରାଯାଉଛି। ସେହିପରି ଗର୍ଭବତୀ ମହିଳାଙ୍କୁ ମାସିକ ୩ କେଜି ୬ଶହ ଗ୍ରାମ ଓଜନର ଛତୁଆ ପ୍ୟାକେଟ୍‌, ବାଦାମ ଲଡୁ, ୫ ଶହ ଗ୍ରାମ, ମୁଢି ୭୫୦ ଗ୍ରାମ,ଚଣା-୧୫ଶହ ଗ୍ରାମ, ଖଜୁରୀ ୫ଶହ ଗ୍ରାମ, ରାଶି ଲଡୁ ୫ ଶହ ଗ୍ରାମ ଲେଖାଏଁ ପ୍ରଦାନ କରାଯାଉଛି । ଏହା ସହିତ ଅତ୍ୟଧିକ କମ୍ ଓଜନ ଶିଶୁଙ୍କ ପାଇଁ ମାସିକ ୫ ଶହ ଗ୍ରାମ ପ୍ରିମିକ୍ସ, କଦଳୀ -୧୦ଟା, ଅଣ୍ଡା ୧୬ଟି ପ୍ରଦାନ କରାଯାଉଥିବା ବେଳେ ୩ ରୁ ୬ ବର୍ଷ ଶିଶୁଙ୍କ ପାଇଁ ୭୫୦ ଗ୍ରାମ ପ୍ରିମିକ୍ସ, କଦଳୀ -୧୦ଟି ଏବଂ ୫ଟି ଲେଖାଏଁ ଅଣ୍ଡା ପ୍ରଦାନ କରାଯାଉଛି । ସେହିପରି ୧୫ରୁ ୧୯ ବର୍ଷ କିଶୋରୀ ବାଳିକା ପାଇଁ ମୁଡି-୯୭୦ ଗ୍ରାମ, ଚଣା-୧୩୫୦ ଗ୍ରାମ ଏବଂ ଅଣ୍ଡା-୧୬ଟି ପ୍ରଦାନ କରାଯାଉଛି । ମାତ୍ର ପୁଷ୍ଟିକର ଖାଦ୍ୟ ଯୋଗାଣ କରୁଥିବା ସଂସ୍ଥା ଏତେ ପରିମାଣର ପୁଷ୍ଟିକର ଖାଦ୍ୟ କେଉଁଠୁ କ୍ରୟ କରୁଛନ୍ତି ଏବଂ କ୍ରୟ ପୂର୍ବରୁ ଏବଂ ଛତୁଆ ପ୍ରସ୍ତୁତ ପରେ ସେଗୁଡିକର ମାନ କିଏ ଯାଞ୍ଚ କରୁଛନ୍ତି ।

ଯଦି ସଠିକ୍ ଯାଞ୍ଚ କରାଯାଉଛି ତାହାହେଲେ ପ୍ୟାକେଟଗୁଡିକର ଓଜନ କାହିଁକି କମୁଛି ଏବଂ ନିମ୍ନମାନର ପୁଷ୍ଟିକର କିପରି ପ୍ୟାକେଟରେ ଭର୍ତ୍ତି ହେଉଛି ତାକୁ ନେଇ ଅନେକ ପ୍ରଶ୍ନ ଛିଡା କରିଛି । ଏ ଦିଗରେ ଉଚ୍ଚସ୍ତରୀୟ ତଦନ୍ତ କରାଯିବା ସହିତ ଉନ୍ନତମାନର ପୁଷ୍ଟିକର ଖାଦ୍ୟ ଯୋଗାଣ ଦିଗରେ ଏକ ମନିଟରିଂ ଟିମ୍ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

ଦେଖନ୍ତୁ ଭିଡିଓ ; ମଲା ଭାବି କୁମ୍ଭୀର ଦେହରେ ହାତ ମାରିଲେ ମତ୍ସ୍ୟଜୀବୀ, ଆଉ ତା’ପରେ

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories