www.samajalive.in
Sunday, December 7, 2025
26.1 C
Bhubaneswar

ଗାଜା ଯାଉଥିବା ଜାହାଜକୁ ଜବତ କଲା ଇସ୍ରାଏଲ, ଗ୍ରେଟା ଥନବର୍ଗ ଅଟକ

ସମାଜ ଡିଜିଟାଲ ଡେସ୍କ: ସ୍ଵିଡେନର ପରିବେଶବିତ ଗ୍ରେଟା ଥନବର୍ଗ ଏବଂ ଅନ୍ୟ ୧୧ ଜଣ ଅନ୍ତର୍ଜାତୀୟସ୍ତରର ସ୍ଵେଚ୍ଛାସେବୀଙ୍କୁ ଅଟକ ରଖିଛି ଇସ୍ରାଏଲ। ଏମାନେ ସମସ୍ତେ ମାନବବାଦୀ ସହାୟତା ଉଦ୍ଦେଶ୍ୟରେ ଜରୁରୀ ସାମଗ୍ରୀ ନେଇ ଗାଜା ଯାଉଥିବାବେଳେ ଇସ୍ରାଏଲ ସେନା ସୋମବାର ସନ୍ଧ୍ୟାରେ ଜାହାଜ ‘ମାଡଲୀନ’କୁ ଜବତ କରିବା ସହିତ ସେମାନଙ୍କୁ ଅଟକ ରଖିଛି। ଅଶଦୋଦ ବନ୍ଦରରେ ଜାହାଜ ସହିତ ଥନବର୍ଗ ଏବଂ ଅନ୍ୟମାନେ ଅଟକ ରହିଛନ୍ତି।

ଇସ୍ରାଏଲରେ ପହଞ୍ଚିବା ପରେ ଥନବର୍ଗଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରାଯାଇଛି। ଇସ୍ରାଏଲ ବିଦେଶ ମନ୍ତ୍ରଣାଳୟ ଅଟକ ସମ୍ପର୍କରେ ସ୍ପଷ୍ଟ କରିଛି। ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଜ୍‌ କହିଛନ୍ତି, ୨୦୨୪ ଅକ୍ଟୋବର ୭ ହମାସ ଆକ୍ରମଣର ଏକ ଫୁଟେଜ ସେମାନଙ୍କୁ ଦେଖାଯାଇଥିଲା। କିନ୍ତୁ ସେମାନେ ତାହାକୁ ଦେଖିବାକୁ ମନା କରିଦେଇଥିଲେ। ଥନବର୍ଗ ଏବଂ ଅନ୍ୟମାନେ ଆଖି ବନ୍ଦ କରି ହମାସର ଅତ୍ୟାଚାରକୁ ଅଣଦେଖା କରିଦେଇଛନ୍ତି ବୋଲି କାଜ୍‌ କହିଛନ୍ତି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories