www.samajalive.in
Saturday, December 6, 2025
17.1 C
Bhubaneswar

ହରଭଙ୍ଗା ପମ୍ପ ହାଉସରୁ କେବୁଲ ଚୋରି ; ୫ଟି ୱାର୍ଡକୁ ଜଳ ଯୋଗାଣ ଠପ୍‌

ହରଭଙ୍ଗା: ହରଭଙ୍ଗା ସ୍ଥିତ ମହାନଦୀ ଖଣ୍ଡିରେ ଥିବା ଜଳ ଯୋଗାଣ ପ୍ରକଳ୍ପ ପମ୍ପ ହାଉସରୁ କେହି ଦୁର୍ବୃତ୍ତ କେବୁଲ ତାର ଚୋରି କରିଛି। ପୁଲିସ ଷ୍ଟେସନ ଠାରୁ ମାତ୍ର ୫ଶହ ମିଟର ଦୂରରେ ଥିବା ପମ୍ପ ହାଉସରୁ କେବୁଲ କାଟି ଚୋରି କରିଛି। ଏ ନେଇ ସମ୍ପୃକ୍ତ ପମ୍ପ ହାଉସ ଚାଳକ ବିରୁପା ନାଏକ ଲିଖିତ ଭାବେ ହରଭଙ୍ଗା ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ ଗତ ୧ ତାରିଖ ସକାଳେ ସେ ପମ୍ପ ଚାଲୁ କରିବା ପାଇଁ ପମ୍ପ ହାଉସକୁ ପଂହଚିଲା ବେଳେ ପମ୍ପ ହାଉସରୁ ଇନଟେକ କୂଅକୁ ସଂଯୋଗ କରିଥିବା ମୋଟା କଳା ରଙ୍ଗର ୨ ଶହ ମିଟର କେବୁଲ ତାରକୁ କେହି ଦୁର୍ବୃତ୍ତ କାଟି ନେଇଥିବା ଜାଣିବାକୁ ପାଇଲେ। ସଙ୍ଗେ ସଙ୍ଗେ ସ୍ଥାନୀୟ ସରପଞ୍ଚଙ୍କୁ ଅବଗତ କରିବା ସହିତ ଏ ନେଇ ଥାନାରେ ଲିଖିତ ଭାବେ ସେ ଜଣାଇଥିବା ଜଣାପଡିଛି। କେବୁଲ ତାର ଚୋରି ଫଳରେ ହରଭଙ୍ଗା ଗ୍ରାମର ୫ଟି ୱାର୍ଡକୁ ଜଳ ଯୋଗାଣ ଠପ୍‌ ହୋଇଯାଇଛି। ଏହି ଘଟଣା ଉପରେ ପୁଲିସ କଠୋର ପଦକ୍ଷେପ ଗ୍ରହଣ କରିବା ସହିତ ଚୋରକୁ ଧରିବା ପାଇଁ ସାଧାରଣରେ ଦାବି ଉଠୁଛି।

ସୂଚନା ଥାଉ କି ଗତ ଏପ୍ରିଲ ମାସରେ ହରଭଙ୍ଗା ଥାନା ଅର୍ନ୍ତଗତ ସୁରୁଣ୍ଡି ଗ୍ରାମ୍ୟ  ପାଇପ ଜଳ ଯୋଗାଣ ପମ୍ପ ହାଉସରୁ ଦୁର୍ବୃତ୍ତ ଏକ ବିଦ୍ୟୁତ୍‌ ପାଣି ପମ୍ପ ଚୋରି କରିଥିବା ଘଟଣା ସାମନାକୁ ଆସିଥିଲା। ଚୋରମାନେ ବିଶେଷ କରି ବିଦ୍ୟୁତ୍‌ ଟ୍ରାନସଫର୍ମର, ଲୁହା ସାଇନବୋର୍ଡ, ବିଦ୍ୟୁତ୍‌ ପାଣି ପମ୍ପ, କେବୁଲ ତାର ବ୍ୟାପକ ଭାବରେ ଚୋରି କରୁଥିବା ଜଣାପଡିଛି। ଦିନକୁ ଦିନ ହରଭଙ୍ଗା ଥାନା ଅଂଚଳରେ ଏଭଳି ଚୋରି ଘଟଣା ସାଧାରଣ ଜନତାଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି। ତୁରନ୍ତ ଏ ଦିଗରେ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯିବାକୁ ଦାବି ହେଉଛି ।

ପୁଣି ଗଧିଆ ଆତଙ୍କ; ଦେଖନ୍ତୁ ଭିଡିଓ, ମାଆ କୋଳରୁ ୨ ବର୍ଷ ଶିଶୁକୁ ଟାଣି ନେଲା ଗଧିଆ, ଏଯାଏଁ ନେଇଛି ୧୦ ଜଣଙ୍କ ଜୀବନ ..

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories